ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ
60 ବର୍ଷରୁ ଉର୍ଦ୍ଧ୍ଵ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କୁ ମାସିକ ସର୍ବନିମ୍ନ 3 ହଜାର ଟଙ୍କାର ପେନସନ ସୁନିଶ୍ଚିତ
3 କୋଟି କ୍ଷୁଦ୍ର ବ୍ୟବସାୟୀ ଯୋଜନା ଦ୍ୱାରା ହେବେ ଲାଭାନ୍ୱିତ
ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଦେଶବ୍ୟାପୀ 462 ଏକଲବ୍ୟ ମଡେଲ ସ୍କୁଲ ଉଦଘାଟିତ
କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହି ଯୋଜନା 60 ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ 5 କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ 3ହଜାର ଟଙ୍କାର ପେନସନ ସୁନିଶ୍ଚିତ କରିବ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଥିଲେ ।
ଏହି ଯୋଜନା ଜରିଆରେ 60 ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ମାସିକ ସର୍ବନିମ୍ନ 3 ହଜାର ଟଙ୍କାର ସୁନିଶ୍ଚିତ ପେନସନ ମିଳିପାରିବ ।
ପାଖାଖାପାଖି 3 କୋଟି କ୍ଷୁଦ୍ର ବ୍ୟବସାୟୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରୁଥିବା ଏକ ଦୃଢ଼ ସରକାର ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି ।
“ମୁଁ କହିଥିଲି ଯେ ନୂଆ ସରକାର ଗଠନ ହେବା ପରେ ପ୍ରତ୍ୟେକ କୃଷକ ପରିବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦ୍ୱାରା ଲାଭାନ୍ୱିତ ହେବେ । ଆଜି, ସାଢ଼େ 6 କୋଟି କୃଷକ ପରିବାରର ବ୍ୟାଙ୍କ ଏକାଉଂଟରେ ପାଖାପାଖି 21 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଜମା କରାଯାଇସାରିଛି । ଝାଡ଼ଖଣ୍ଡର 8 ଲକ୍ଷ କୃଷକ ପରିବାରଙ୍କ ବ୍ୟାଙ୍କ ଏକାଉଂଟରେ ପ୍ରାୟ 250 କୋଟି ଟଙ୍କା ଜମା କରାଯାଇଛି ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଥିଲେ, “ବିକାଶ ଆମର ପ୍ରାଥମିକତା ଓ ପ୍ରତିବଦ୍ଧତା । ପ୍ରତ୍ୟେକ ଭାରତୀୟକୁ ସାମାଜିକ ସୁରକ୍ଷାର ଏକ କବଚ ଦେବା ଲାଗି ଆମ ସରକାର ପ୍ରୟାସ କରୁଛନ୍ତି ।”
“ସର୍ବାଧିକ ସହାୟତା ଲୋଡ଼ୁଥିବା ଲୋକଙ୍କ ସହିତ ସରକାର ରହିଛନ୍ତି । ଗତ ମାର୍ଚ୍ଚ ମାସ ପରଠାରୁ ଏପରି ଏକ ପେନସନ ଯୋଜନା ଦେଶର କୋଟି କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି ।”
“32 ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରମିକ ଶ୍ରମଯୋଗୀ ମାନଧନ ଯୋଜନାରେ ଯୋଡ଼ି ହୋଇଛନ୍ତି । 22 କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି । ଏଥିମଧ୍ୟରୁ କେବଳ ଝାଡ଼ଖଣ୍ଡରେ 30 ଲକ୍ଷ ହିତାଧିକାରୀ ରହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ 44 ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡରେ କେବଳ ତିନି ଲକ୍ଷ ଲୋକ ଅଛନ୍ତି ।”
ସମସ୍ତଙ୍କୁ ସଶକ୍ତ କରିବା ଲାଗି ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ସାରା ଦେଶର ଆଦିବାସୀ ବହୁଳ ଇଲାକା ପାଇଁ 462 ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏସବୁ ଅଂଚଳରେ ଏହି ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବେ ।
“ଏହି ଏକଲବ୍ୟ ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଶିକ୍ଷାର ମାଧ୍ୟମ ପାଲଟିବେ ନାହିଁ, ବରଂ ସେମାନଙ୍କୁ କ୍ରୀଡ଼ା ଓ ଦକ୍ଷତା ତାଲିମ ସହିତ ସ୍ଥାନୀୟ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବେ । ସରକାର ଏସବୁ ବିଦ୍ୟାଳୟରେ ପ୍ରତ୍ୟେକ ଜନଜାତି ପିଲାଙ୍କ ପାଇଁ ବର୍ଷକୁ 1 କୋଟି ଟଙ୍କା ଖର୍ଚ୍ଚ କରିବେ ।”
ସାହିବଗଞ୍ଜଠାରେ ଏକ ବହୁମୁଖୀ ପରିବହନ ଟର୍ମିନାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ ।
“ଆଜି ମୁଁ ମଧ୍ୟ ସାହିବଗଞ୍ଜ ବହୁମୁଖୀ ଟର୍ମିନାଲ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା କେବଳ ଆଉ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ସମଗ୍ର ଅଂଚଳ ପାଇଁ ପରିବହନର ନୂତନ ବିକଳ୍ପ ପ୍ରଦାନ କରିବ । ଏହି ଜଳମାର୍ଗ ଝାଡ଼ଖଣ୍ଡକୁ ସାରା ଦେଶ ଏବଂ ବିଦେଶ ସହ ଯୋଡ଼ିବ । ଏହି ଟର୍ମିନାଲ ଦ୍ୱାରା ଆମର ଜନଜାତି ଭାଇ ଓ ଭଉଣୀମାନେ, ଏଠାକାର କୃଷକମାନେ ସେମାନଙ୍କ ଉତ୍ପାଦ ସାରା ଦେଶର ବଜାରରେ ବିକ୍ରି କରିବାର ସୁବିଧା ପାଇପାରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଝାଡ଼ଖଣ୍ଡ ବିଧାନସଭାର ନୂଆ କୋଠାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।
“ଆଜି, ରାଜ୍ୟ ଗଠନର ପାଖାପାଖି 2 ଦଶନ୍ଧି ପରେ ଝାଡ଼ଖଣ୍ଡରେ ଗଣତନ୍ତ୍ରର ମନ୍ଦିର ଉଦଘାଟିତ ହୋଇଛି । ଏହି କୋଠା ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠି ଝାଡ଼ଖଣ୍ଡର ସୁନେଲି ଭବିଷ୍ୟତର ମୂଳଦୁଆ ପଡ଼ିବ ଏବଂ ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ସ୍ୱପ୍ନ ବାସ୍ତବ ରୂପ ନେବ ।” ପ୍ରଧାନମନ୍ତ୍ରୀ ମଧ୍ୟ ସଚିବାଳୟ ନୂଆ କୋଠା ପାଇଁ ଆଧାରଶୀଳା ରଖିଥିଲେ ।
ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।
“11 ସେପ୍ଟେମ୍ବର 2019ରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତକାଲି ଠାରୁ ସାରା ଦେଶରେ ସ୍ୱଚ୍ଛତା ହି ସେବା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ଅକ୍ଟୋବର 2 ତାରିଖ ସୁଦ୍ଧା ଆମକୁ ଆମ ଘର, ବିଦ୍ୟାଳୟ, କାର୍ଯ୍ୟାଳୟରୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସଂଗ୍ରହ କରିବାକୁ ହେବ । ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ, ଅକ୍ଟୋବର 2 ତାରିଖରେ, ଆମକୁ ପ୍ଲାଷ୍ଟିକ ଆବର୍ଜନା ବର୍ଜନ କରିବାକୁ ହେବ ।”
**********
Launching various development works in Ranchi. Watch. https://t.co/bNe5OVYe7K
— Narendra Modi (@narendramodi) September 12, 2019
At the newly inaugurated Jharkhand Vidhan Sabha complex, interacted with MLAs of the state.
— Narendra Modi (@narendramodi) September 12, 2019
May this Vidhan Sabha complex serve as an important centre of realising people’s dreams.
I hope more youngsters from across Jharkhand come to visit this complex in the times to come. pic.twitter.com/di15dyWZPm
आज का दिन झारखंड के लिए ऐतिहासिक है।
— Narendra Modi (@narendramodi) September 12, 2019
झारखंड में विधानसभा की नई बिल्डिंग का लोकार्पण हुआ है।
ये भवन लोकतंत्र में आस्था रखने वाले प्रत्येक नागरिक के लिए एक तीर्थ स्थान है। pic.twitter.com/SNEE5GhPat
आज देशभर में 462 एकलव्य मॉडल रेजिडेंशियल स्कूल बनाने के अभियान का शुभारंभ हुआ है।
— Narendra Modi (@narendramodi) September 12, 2019
ये एकलव्य स्कूल आदिवासी बच्चों की पढ़ाई-लिखाई के माध्यम तो हैं ही, यहां स्पोर्ट्स और स्किल डेवलपमेंट, स्थानीय कला और संस्कृति के संरक्षण के लिए भी सुविधाएं होंगी। pic.twitter.com/tyvzj0VzsZ
आज मुझे साहिबगंज मल्टी-मॉडल टर्मिनल का उद्घाटन करने का सौभाग्य मिला।
— Narendra Modi (@narendramodi) September 12, 2019
ये जलमार्ग झारखंड को देश ही नहीं, विदेश से भी जोड़ेगा। इससे झारखंड के लोगों के लिए विकास की अपार संभावनाएं खुलने वाली हैं।
प्रगति की दृष्टि से या पर्यावरण की दृष्टि से, ये जलमार्ग बहुत ही लाभकारी सिद्ध होगा। pic.twitter.com/2xy6KSlXcB
विकास हमारी प्राथमिकता भी है और प्रतिबद्धता भी है।
— Narendra Modi (@narendramodi) September 12, 2019
100 दिन में ही हमने लोगों के हित में कई निर्णय लिए हैं।
अभी तो 5 साल बाकी हैं। बहुत से संकल्प बाकी हैं, बहुत से प्रयास बाकी हैं, बहुत परिश्रम बाकी है। pic.twitter.com/tMqWxtBs0L
यहीं झारखंड से दुनिया की सबसे बड़ी
— PMO India (@PMOIndia) September 12, 2019
हेल्थ एश्योरेंस
स्कीम- आयुष्मान भारत की शुरुआत हुई थी।: PM
आज मुझे साहिबगंज मल्टी-मॉडल टर्मिनल का उद्घाटन करने का सौभाग्य भी मिला है।
— PMO India (@PMOIndia) September 12, 2019
ये सिर्फ एक और प्रोजेक्ट नहीं है,
बल्कि इस पूरे क्षेत्र को परिवहन का नया विकल्प दे रहा है।: PM
चुनाव के समय मैंने आपसे कामदार और दमदार सरकार देने का वादा किया था।
— PMO India (@PMOIndia) September 12, 2019
एक ऐसी सरकार जो पहले से भी ज्यादा तेज गति से काम करेगी।
एक ऐसी सरकार जो आपकी आकांक्षाओं को पूरा करने के लिए पूरी ताकत लगा देगी।
बीते 100 दिन में देश ने इसका ट्रेलर
देख लिया है।: PM
मैंने कहा था कि नई सरकार बनते ही पीएम किसान सम्मान निधि का लाभ देश के हर किसान परिवार को मिलेगा।
— PMO India (@PMOIndia) September 12, 2019
ये वादा पूरा हो चुका है और अब ज्यादा से ज्यादा किसानों को इस योजना से जोड़ा जा रहा है।: PM
लोकतंत्र के इस मंदिर के माध्यम से,
— PMO India (@PMOIndia) September 12, 2019
झारखंड की वर्तमान और आने वाली पीढ़ियों के सपने साकार होंगे।
मैं चाहूँगा कि झारखंड के ओजस्वी और प्रतिभावान युवा नए विधानसभा भवन को देखने ज़रूर आएं।: PM
ये एकलव्य स्कूल आदिवासी बच्चों की
— PMO India (@PMOIndia) September 12, 2019
पढ़ाई-लिखाई के माध्यम तो हैं ही,
यहां Sports और Skill Development,
स्थानीय कला और संस्कृति के संरक्षण के लिए भी सुविधाएं होंगी।: PM