ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଅଭେନ୍ୟୁରେ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧର ଉଦ୍ଘାଟନ କରିଛନ୍ତି । ସେ ଆଫ୍ରିକା ଆଭେନ୍ୟୁରେ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ପରିଦର୍ଶନ କରି ସେନା, ନୌ ସେନା, ବାୟୁସେନା ଏବଂ ବେସାମରିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସୌଧ ଉଦଘାଟନୀ ଉତ୍ସବରେ ଭାରତର ସ୍ୱାଧୀନତାର ୭୫ ତମ ବର୍ଷରେ ଏକ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ଭାରତ ଦେଶର ରାଜଧାନୀ ବିକାଶରେ ଆଉ ଏକ ପଦକ୍ଷେପ ନେଇଛି । ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ଦୀର୍ଘ ଦିନ ଧରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ର୍ନିମିତ ସ୍ଥାନରେ ପ୍ରତିରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଚାଲିଥିଲା ଯାହା ଘୋଡା ରହିବା ଏବଂ ବ୍ୟାରେକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିଲା । ସେ କହିଛନ୍ତି ଯେ ଏହି ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ଆମର ପ୍ରତିରକ୍ଷା ବାହିନୀର କାର୍ଯ୍ୟକୁ ସୁବିଧାଜନକ ତଥା ପ୍ରଭାବଶାଳୀ କରିବା ପାଇଁ ପ୍ରୟାସକୁ ଦୃଢ କରିବ ।
କେଜି ମାର୍ଗ ଏବଂ ଆଫ୍ରିକା ଆଭେନ୍ୟୁରେ ର୍ନିମିତ ଏହି ଆଧୁନିକ କାର୍ଯ୍ୟାଳୟଗୁଡ଼ିକ ଦେଶର ସୁରକ୍ଷା ସହ ଜଡିତ ସମସ୍ତ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ବହୁ ଦୂର ଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜଧାନୀରେ ଏକ ଆଧୁନିକ ପ୍ରତିରକ୍ଷା ଏନ୍କ୍ଲେଭ ର୍ନିମାଣ ଦିଗରେ ଏହା ଏକ ବଡ ପଦକ୍ଷେପ । ଭାରତୀୟ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ କଳାକୃତିଗୁଡିକ ସୌଧରେ ଆତ୍ମ ନିର୍ଭର ଭାରତର ପ୍ରତୀକ ଭାବରେ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରଶଂସା କରିଥିଲେ । ସେ କହିଛନ୍ତି, ସୌଧଗୁଡ଼ିକ ଆମ ସଂସ୍କୃତିର ବିବିଧତାର ଆଧୁନିକ ରୂପକୁ ପ୍ରତିଫଳିତ କରୁଥିବାବେଳେ ଦିଲ୍ଲୀ ଏବଂ ପରିବେଶର ସଂରକ୍ଷଣ କରିଥାଏ ।
ଯେତେବେଳେ ଆମେ ରାଜଧାନୀ ବିଷୟରେ କଥା ହେବା ସେତେବେଳେ ଏହା କେବଳ ଏକ ସହର ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ । ଯେକୌଣସି ଦେଶର ରାଜଧାନୀ ହେଉଛି ସେହି ଦେଶର ଚିନ୍ତାଧାରା, ନିଷ୍ଠା, ଶକ୍ତି ଏବଂ ସଂସ୍କୃତିର ପ୍ରତୀକ । ଭାରତ ହେଉଛି ଗଣତନ୍ତ୍ରର ଜନନୀ, ତେଣୁ ଭାରତର ରାଜଧାନୀ ଏପରି ହେବା ଉଚିତ, ଯେଉଁଥିରେ ନାଗରିକ, ଜନସାଧାରଣ କେନ୍ଦ୍ରରେ ରହିବେ ।
ସରକାରଙ୍କ ଫୋକସରେ ଥିବା ସହଜ ଜୀବନ ଯାପନ ଓ ସହଜ ବ୍ୟବସାୟ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିର ପ୍ରମୁଖ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ସେଣ୍ଟ୍ରାଲ ଭିସ୍ତାର ର୍ନିମାଣ କାର୍ଯ୍ୟ କେବଳ ଏହି ଚିନ୍ତାଧାରା ସହିତ ଚାଲିଛି । ରାଜଧାନୀର ଆକାଂକ୍ଷା ଅନୁଯାୟୀ ନୂତନ ର୍ନିମାଣର ପ୍ରୟାସ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକପ୍ରତିନିଧିଙ୍କ ପାଇଁ ଆବାସ, ବାବା ସାହେବ ଆମ୍ବେଦକରଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଅନେକ ର୍ନିମାଣ, ଆମର ଶହୀଦମାନଙ୍କ ପାଇଁ ଅନେକ ଭବନ, ସ୍ମାରକୀ ଆଜି ରାଜଧାନୀର ଗୌରବ ବଢାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୪ ମାସ ମଧ୍ୟରେ ଶେଷ ହେବାକୁ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧର କାର୍ଯ୍ୟ ମାତ୍ର ୧୨ ମାସର ରେକର୍ଡ ସମୟ ମଧ୍ୟରେ ଶେଷ ହୋଇଛି । କରୋନା ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତିରେ ଶ୍ରମ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଆହ୍ୱାନ ମଧ୍ୟ ସାମ୍ନାକୁ ଆସିଥିଲା । କରୋନା ଅବଧିରେ ଏହି ପ୍ରକଳ୍ପରେ ଶହ ଶହ ଶ୍ରମିକ ନିଯୁକ୍ତି ପାଇଥିଲେ । ସରକାରଙ୍କ କାର୍ଯ୍ୟରେ ଏକ ନୂତନ ଚିନ୍ତାଧାରା ଏବଂ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ନୀତି ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ହେବ, ଶକ୍ତି ଦୃଢ ହେବ ଏବଂ ପ୍ରୟାସ ସଚ୍ଚୋଟ ହେବ, ସେତେବେଳେ ସବୁକିଛି ସମ୍ଭବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧଗୁଡ଼ିକ ହେଉଛି କାର୍ଯ୍ୟ ଧାରାରେ ପରିବର୍ତ୍ତନ ଏବଂ ସରକାରଙ୍କ ପ୍ରାଥମିକତାର ନିଦର୍ଶନ । ସରକାରଙ୍କ ବିଭିନ୍ନ ବିଭାଗ ସହିତ ଉପଲବ୍ଧ ଜମିର ସର୍ବୋଚ୍ଚ ଏବଂ ଉପଯୁକ୍ତ ବ୍ୟବହାର ଏଭଳି ପ୍ରାଥମିକତା ବୋଲି ସେ କହିଛନ୍ତି । ଏହାର ଉଦାହରଣ ଆକାରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧଗୁଡିକ ୧୩ ଏକର ଜମିରେ ର୍ନିମିତ ହୋଇଛି ଯାହା ପୂର୍ବରୁ ଏଭଳି ସୌଧ ପାଇଁ ପାଞ୍ଚ ଗୁଣ ଅଧିକ ଜମି ବ୍ୟବହାର କରାଯାଉଥିଲା । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଆସନ୍ତା ୨୫ ବର୍ଷ ଅର୍ଥାତ ‘ଆଜାଦୀ କା ଅମୃତ କାଳ‘ ସରକାରଙ୍କ ଦକ୍ଷତା ଏବଂ ଉତ୍ପାଦିକତା ପରି ପ୍ରୟାସ ଦ୍ୱାରା ସମର୍ଥିତ ହେବ । ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟର ଉପଲବ୍ଧତା, ସଂଯୁକ୍ତ ସମ୍ମିଳନୀ କକ୍ଷ, ମେଟ୍ରୋ ଭଳି ସହଜ ଯୋଗାଯୋଗ ରାଜଧାନୀକୁ ଲୋକ–ଅନୁକୂଳ କରିବାରେ ବହୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
आज़ादी के 75वें वर्ष में आज हम देश की राजधानी को नए भारत की आवश्यकताओं और आकांक्षाओं के अनुसार विकसित करने की तरफ एक और कदम बढ़ा रहे हैं।
ये नया डिफेंस ऑफिस कॉम्लेक्स हमारी सेनाओं के कामकाज को अधिक सुविधाजनक, अधिक प्रभावी बनाने के प्रयासों को और सशक्त करने वाला है: PM
— PMO India (@PMOIndia) September 16, 2021
जब हम राजधानी की बात करते हैं तो वो सिर्फ एक शहर नहीं होता।
किसी भी देश की राजधानी उस देश की सोच, संकल्प, सामर्थ्य और संस्कृति का प्रतीक होती है।
भारत तो लोकतंत्र की जननी है।
इसलिए भारत की राजधानी ऐसी होनी चाहिए, जिसके केंद्र में लोक हो, जनता हो: PM @narendramodi
— PMO India (@PMOIndia) September 16, 2021
डिफेंस ऑफिस कॉम्प्लेक्स का भी जो काम 24 महीने में पूरा होना था वो सिर्फ 12 महीने के record समय में complete किया गया है।
वो भी तब जब कोरोना से बनी परिस्थितियों में लेबर से लेकर तमाम दूसरी चुनौतियां सामने थीं।
कोरोना काल में सैकड़ों श्रमिकों को इस project में रोजगार मिला है: PM
— PMO India (@PMOIndia) September 16, 2021
HS
Inaugurating Defence Offices Complexes in New Delhi. https://t.co/4n202IC2ei
— Narendra Modi (@narendramodi) September 16, 2021
आज़ादी के 75वें वर्ष में आज हम देश की राजधानी को नए भारत की आवश्यकताओं और आकांक्षाओं के अनुसार विकसित करने की तरफ एक और कदम बढ़ा रहे हैं।
— PMO India (@PMOIndia) September 16, 2021
ये नया डिफेंस ऑफिस कॉम्लेक्स हमारी सेनाओं के कामकाज को अधिक सुविधाजनक, अधिक प्रभावी बनाने के प्रयासों को और सशक्त करने वाला है: PM
अब केजी मार्ग और अफ्रीका एवेन्यु में बने ये आधुनिक ऑफिस, राष्ट्र की सुरक्षा से जुड़े हर काम को प्रभावी रूप से चलाने में बहुत मदद करेंगे।
— PMO India (@PMOIndia) September 16, 2021
राजधानी में आधुनिक डिफेंस एऩ्क्लेव के निर्माण की तरफ ये बड़ा स्टेप है: PM @narendramodi
जब हम राजधानी की बात करते हैं तो वो सिर्फ एक शहर नहीं होता।
— PMO India (@PMOIndia) September 16, 2021
किसी भी देश की राजधानी उस देश की सोच, संकल्प, सामर्थ्य और संस्कृति का प्रतीक होती है।
भारत तो लोकतंत्र की जननी है।
इसलिए भारत की राजधानी ऐसी होनी चाहिए, जिसके केंद्र में लोक हो, जनता हो: PM @narendramodi
आज जब हम Ease of living और Ease of doing business पर फोकस कर रहे हैं, तो इसमें आधुनिक इंफ्रास्ट्रक्चर की भी उतनी ही बड़ी भूमिका है।
— PMO India (@PMOIndia) September 16, 2021
सेंट्रल विस्टा से जुड़ा जो काम आज हो रहा है, उसके मूल में यही भावना है: PM @narendramodi