ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ନବରୋଜ ଶୁଭେଚ୍ଛାର ଆଦାନପ୍ରଦାନ କରିଥିଲେ ଯାହାକି ଦୁଇ ଦେଶ ମଧ୍ୟରେ ଥିବା ଐତିହ୍ୟ ଓ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି ।
ଦୁଇନେତା ଉଭୟ ଦେଶରେ ବଢି ଚାଲିଥିବା କୋଭିଡ-19 ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ ଏବଂ ସହଯୋଗକୁ ଅଧିକ ସୁଦୃଢ କରିବା ନେଇ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
*******