ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଆଁମାରର ରାଜ୍ୟ ପରାମର୍ଶଦାତା ଅଙ୍ଗ ସାନ ସୁକିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା କୋଭିଡ- 19 ବୈଶ୍ୱିକ ମହାମାରୀର ଆଞ୍ଚଳିକ ପ୍ରଭାବ ଏବଂ ଦୁଇ ଦେଶ ଏହାର ମୁକାବିଲା ଲାଗି ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ମିଆଁମାରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପଡୋଶୀ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋଭିଡ-19ର ମୁକାବିଲା ଲାଗି ମିଆଁମାରକୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ଓ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଭାରତ ପ୍ରସ୍ତୁତ ଅଛି । ଭାରତରେ ଥିବା ମିଆଁମାର ନାଗରିକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଏବଂ ମିଆଁମାରରେ ଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରିଥିବାରୁ ରାଜ୍ୟ ପରାମର୍ଶଦାତାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
କୋଭିଡ-19 ସମ୍ପର୍କିତ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ୱାନଗୁଡିକର ମୁକାବିଲା ଲାଗି ଉଭୟ ଦେଶ ମିଳିତ ଉଦ୍ୟମ ଜାରି ରଖିବେ ବୋଲି ଦୁଇ ନେତା ସହମତ ହୋଇଥିଲେ ।
center************
Had a good discussion with State Counsellor Daw Aung San Suu Kyi. We discussed the evolving COVID 19 scenario and agreed to work together to address the challenges in the spirit of our excellent bilateral ties and India's neighbourhood first policy.
— Narendra Modi (@narendramodi) April 30, 2020