ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନଯୋଗେ ବାଂଲାଦେଶପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ କଥାବାର୍ତ୍ତା କରିଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଥିଲେ ।
ଦୁଇ ନେତା ଉଭୟ ଦେଶରେ ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। ଉଭୟେ କୋଭିଡମହାମାରୀର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସହଯୋଗ ନେଇ ମଧ୍ୟ ଆଲୋଚନା କରିଥିଲେ। ଏହି ଆହ୍ଵାନମୂଳକ ପରିସ୍ଥିତିର ମୁକାବିଲା ପାଇଁ ବାଂଲାଦେଶକୁ ଭାରତର ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ଵାସନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶର ବନ୍ଧୁବତ୍ସଳ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।
**********
Spoke to PM Sheikh Hasina to wish her and the friendly people of Bangladesh, a happy & prosperous Eid-ul-Fitr. We discussed the impact of cyclone Amphan and the present COVID-19 situation. Reiterated India’s continued support to Bangladesh in this challenging time.
— Narendra Modi (@narendramodi) May 25, 2020