ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ.ପି.ଶର୍ମା ଓଲିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି । ଉଭୟ ନେତା କୋଭିଡ-19 ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ନିଜ ନିଜ ଦେଶର ନାଗରିକମାନଙ୍କ ଉପରେ ତାହାର ପ୍ରଭାବ ନେଇ ଆଲୋଚନା କରିଥିଲେ । ମହାମାରୀକୁ ରୋକିବା ପାଇଁ ଉଭୟ ଦେଶ ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କ ନେତୃତ୍ଵରେ ମହାମାରୀ ଉପରେ ନିଆଯାଉଥିବା ପଦକ୍ଷେପ ଓ ନେପାଳବାସୀଙ୍କ ଦୃଢ ମନୋବଳ ଏହାକୁ ପ୍ରତିହତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ । ସେହିପରି ଶ୍ରୀ ଓଲି ମଧ୍ୟ ସାର୍କ ଦେଶଗୁଡିକ ଏକାକୀ ଏହାର ମୁକାବିଲା କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵର ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ବୈଶ୍ଵିକ ମହାମାରୀକୁ ରୋକିବାରେ ନେପାଳକୁ ସର୍ବବିଧ ସହାୟତା ପ୍ରଦାନ କରିବା ନେଇ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଉଭୟ ଦେଶର ବିଶେଷଜ୍ଞମାନେ ଦୁଇ ଦେଶ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ନେଣଦେଶ ତଥା କୋଭିଡ-19 ଯୋଗୁଁ ଉତ୍ପନ୍ନ ସ୍ଥିତିର ମୁକାବିଲା ନେଇ ସହମତି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଶ୍ରୀ ଓଲି ତଥା ନେପାଳବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଥିଲେ ।
****
Spoke today with Prime Minister of Nepal, Shri @kpsharmaoli. We discussed the prevailing situation due to COVID-19. I appreciate the determination of people of Nepal to fight this challenge. We stand in solidarity with Nepal in our common fight against COVID-19.
— Narendra Modi (@narendramodi) April 10, 2020