Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏବଂ ଜୋର୍ଡାନ ରାଜାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋର୍ଡାନର ରାଜା ମାନ୍ୟବର ଅବଦୁଲ୍ଲା-2ଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଆଗାମୀ ପବିତ୍ର ରମଜାନ ମାସ ପାଇଁ ଜୋର୍ଡାନର ଜନତା ଓ ମାନ୍ୟବର ରାଜାଙ୍କୁ ପ୍ରଧାନମନ୍ତ୍ରୀ ନିଜର ଶୁଭେଚ୍ଛା ଜଣାଇଥିଲେ ।

କୋଭିଡ-19 ମହାମାରୀ ଦ୍ୱାରା ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ପ୍ରଭାବ ସୀମିତ କରିବାକୁ ସେମାନଙ୍କ ରାଷ୍ଟ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ । ସୂଚନା ଆଦାନ ପ୍ରଦାନ ଓ ଆବଶ୍ୟକ ଯୋଗାଣ ସୁବିଧା ପାଇଁ ଉଭୟେ ଉଭୟଙ୍କୁ ସର୍ବାଧିକ ସମ୍ଭାବ୍ୟ ସହାୟତା କରିବାକୁ ସହମତ ହୋଇଥିଲେ ।

ଜୋର୍ଡାନରେ ଥିବା ଭାରତୀୟ ନାଗରିକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମାନ୍ୟବର ରାଜା ଅବଦୁଲ୍ଲା-2ଙ୍କୁ ଧନ୍ୟବାଦ ଜଣାଇଥିଲେ ।

କୋଭିଡ-19 ସମେତ ଅନ୍ୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟାରେ ଉଭୟ ଦେଶରେ ଟିମ୍ ଯୋଗାଯୋଗରେ ରହିବେ ବୋଲି ଦୁଇ ନେତା ସହମତ ହୋଇଥିଲେ ।