ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଅନୁଷ୍ଠିତ ଜି –୨୦ ଶିଖର ସମ୍ମିଳନୀ ଅବସରରେ ଜର୍ମାନ ଚାନସେଲର ଡକ୍ଟର ଆଞ୍ଜେଲା ମର୍କେଲଙ୍କୁ ସାକ୍ଷାତ କରିଥିଲେ ।
ସେମାନଙ୍କର ଦୀର୍ଘ ଦିନର ସହଯୋଗ ଏବଂ ବ୍ୟକ୍ତିଗତ ବନ୍ଧୁତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କେବଳ ଜର୍ମାନୀ ନୁହେଁ ୟୁରୋପୀୟ ଏବଂ ବିଶ୍ୱ ସ୍ତରରେ ମଧ୍ୟ ତାଙ୍କ ନେତୃତ୍ୱ ପାଇଁ ଚାନସେଲର ମର୍କେଲଙ୍କୁ ପ୍ରଶଂସା କରିଥିଲେ । ଡକ୍ଟର ମର୍କେଲଙ୍କ ଉତ୍ତରାଧିକାରୀଙ୍କ ସହ ଘନିଷ୍ଠ ରଣନୀତିକ ଭାଗିଦାରୀ ବଜାୟ ରଖିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।
ଦୁଇ ନେତା ଭାରତ ଏବଂ ଜର୍ମାନୀ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସହଯୋଗରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ଗଭୀର କରିବାକୁ ପ୍ରତିଶୃତି ଦେଇଛନ୍ତି । ଗ୍ରୀନ୍ ହାଇଡ୍ରୋଜେନ୍ ସମେତ ନୂତନ କ୍ଷେତ୍ରକୁ ଭାରତ–ଜର୍ମାନୀ ରଣନୀତିକ ଭାଗିଦାରୀର ପରିସର ବିସ୍ତାର କରିବାକୁ ସେମାନେ ସହମତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ଡକ୍ଟର ମର୍କେଲଙ୍କୁ ଶୁଭେଚ୍ଛା ଜଣାଇ ଭବିଷ୍ୟତରେ ତାଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ ।
HS
Bundeskanzlerin Merkel hat einen großen Beitrag zur Stärkung der deutsch-indischen Beziehungen geleistet. Ich habe mich sehr gefreut, sie heute nach langer Zeit in Rom zu treffen und ein umfassendes und produktives Gespräch zu führen. pic.twitter.com/P0aVtZoZN6
— Narendra Modi (@narendramodi) October 31, 2021
Chancellor Merkel has made an immense contribution in strengthening Indo-German relations. Delighted to meet her today, after a long time, in Rome for a wide-ranging and fruitful conversation. pic.twitter.com/4v7pJCHe4W
— Narendra Modi (@narendramodi) October 31, 2021
PM @narendramodi and Chancellor Merkel met on the sidelines of the Rome @g20org Summit. There were extensive deliberations on India-Germany relations. The strong friendship between the two nations augurs well for the well-being of our planet. pic.twitter.com/7dsEOjRBU7
— PMO India (@PMOIndia) October 31, 2021