ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କୋରିଆ ରାଷ୍ଟ୍ରପତି ମହାମହିମ ମିଷ୍ଟର ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ ହୋଇଛି । ଏହି ଆଲୋଚନା କାଳରେ ଶ୍ରୀ ମୋଦୀ ତାଙ୍କର କୋରିଆ ଗସ୍ତ ଓ ଦୁଇ ଦେଶ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ସୂଚନା ଦେଇଥିଲେ ।
ଉଭୟ ନେତା ସାରା ପୃଥିବୀରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-19 ମହାମାରୀରୁ ଉତ୍ପନ୍ନ ଆର୍ଥିକ ସ୍ଥିତି ଓ ଏହି ମହାମାରୀକୁ ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।
କୋଭିଡ-19 ମହାମାରୀର ମୁକାବିଲା ନିମନ୍ତେ କୋରିଆ ସାଧାରଣତନ୍ତ୍ର ନେଉଥିବା ପ୍ରଯୁକ୍ତି ଆଧାରିତ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେହିପରି ଭାରତ ଭଳି ଏକ ବିଶାଳ ରାଷ୍ଟ୍ର ଯେଭଳି ଏହି ମହାମାରୀକୁ ସାମନା କରୁଛି ସେଥିନେଇ ସନ୍ତୋଷ ପ୍ରକାଶ କରିଥିଲେ । ଭାରତରେ ଥିବା କୋରିଆ ନାଗରିକଙ୍କ ସୁରକ୍ଷା ନେଇ ଭାରତୀୟ କର୍ତ୍ତୃପକ୍ଷ ଯେଭଳି ସହାୟତା ପ୍ରଦାନ କରିଛନ୍ତି ସେଥିଲାଗି କୋରିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ମେଡିକାଲ ଯନ୍ତ୍ରପାତି ପରିବହନ ନେଇ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ କୋରିଆ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ନେତା କୋଭିଡ-19ର ମୁକାବିଲା ନିମନ୍ତେ ଦୁଇଦେଶର ବୈଜ୍ଞାନିକସ୍ତରୀୟ କଥାବାର୍ତ୍ତା ଓ ନିଜ ନିଜର ଅଭିଜ୍ଞତାକୁ ଆଦାନପ୍ରଦାନ କରିବା ନେଇ ସହମତ ହୋଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତା କୋରିଆ ନିର୍ବାଚନ ପାଇଁ ରାଷ୍ଟ୍ରପତି ମୁନଙ୍କୁ ଶୁଭକାମନା ଜଣାଇଥିଲେ ।
Had a telephone conversation with President @moonriver365 on the prevailing COVID-19 situation and how we can fight this pandemic through cooperation and leveraging the power of technology. https://t.co/e51GAApSaP
— Narendra Modi (@narendramodi) April 9, 2020