Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏବଂ ଉଗାଣ୍ଡା ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଗାଣ୍ଡା ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ୟୋୱେରୀ କାଗୁଟା ମୁସେବେନୀଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛି ।

କଥାବାର୍ତ୍ତା ସମୟରେ କୋଭିଡ-19 ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଆହ୍ୱାନ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ମୁସେଭେନୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଭାରତ ସଂପ୍ରତି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆଫ୍ରିକାରେ ନିଜ ବନ୍ଧୁମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି । ଉଗାଣ୍ଡା ସରକାରଙ୍କ ଦ୍ୱାରା ଭୂତାଣୁର ପ୍ରସାରକୁ ନିୟନ୍ତ୍ରଣ ପାଇଁ କରାଯାଉଥିବା ପ୍ରଚେଷ୍ଟାକୁ ଭାରତ ଯଥା ସମ୍ଭବ ସମର୍ଥନ କରିବ ।

ଉଗାଣ୍ଡାରେ ରହୁଥିବା ଭାରତୀୟମାନଙ୍କର ସଂପ୍ରତି ସ୍ଥିତିରେ ଏବଂ ସର୍ବକାଳୀନ ସୁରକ୍ଷା ଏବଂ ଯତ୍ନ ପାଇଁ ଉଗାଣ୍ଡା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଥିଲେ ।

କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ 2018 ଉଗାଣ୍ଡା ଗସ୍ତକୁ ସ୍ମରଣ କରିଥିଲେ ଏବଂ ଭାରତ-ଉଗାଣ୍ଡା ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।

ସଂପ୍ରତି କୋଭିଡ-19 ମହାମାରୀକୁ ନେଇ ଉପୁଜିଥିବା ଆହ୍ୱାନକୁ ବିଶ୍ୱ ଅତିଶୀଘ୍ର ମୁକାବିଲା କରିବ ବୋଲି ଦୁଇ ନେତା ଆଶା ବ୍ୟକ୍ତ କରିଥିଲେ ।