ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟ ରାଷ୍ଟ୍ରପତି ମହାମହିମ ମିଷ୍ଟର ଅବଦେଲ ଫତ୍ତେ ଏଲ-ସିସିଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ।
ଉଭୟ ନେତା କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ବୈଶ୍ଵିକ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ ଏବଂ ନିଜ ନିଜ ଦେଶରେ ଲୋକଙ୍କ ସୁରକ୍ଷା ପାଇଁ ସେମାନଙ୍କ ସରକାର ଦ୍ଵାରା ନିଆଯାଇଥିବା ପଦକ୍ଷେପ ନେଇ ସୂଚନାର ଆଦାନପ୍ରଦାନ କରିଥିଲେ । ଦୁଇ ଦେଶ ମଧ୍ୟରେ ଅନୁଭୂତି ଏବଂ ସର୍ବୋତ୍ତମ ଅଭ୍ୟାସ ଉପଯୋଗର ନିରନ୍ତର ବିନିମୟ ଲାଗି ସହମତ ହୋଇଥିଲେ ।
ଇଜିପ୍ଟ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ଵାସନା ଦେଇ କହିଥିଲେ ଯେ, ଏଭଳି ଜଟିଳ ସମୟରେ ଭାରତ ଉପଲବ୍ଧ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଲାଗି ଯଥା ସମ୍ଭବ ସହାୟତା ପ୍ରଦାନ କରିବ । ଇଜିପ୍ଟରେ ରହିଥିବା ଭାରତୀୟଙ୍କୁ ସହାୟତା ଯୋଗାଇଥିବାରୁ ରାଷ୍ଟ୍ରପତି ଏଲ-ସିସିଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ଉଭୟ ଦେଶର ଟିମ ମଧ୍ୟରେ ସମନ୍ଵୟ ଏବଂ ନିଜ ନିଜର ଅନୁଭୂତିକୁ ବାଣ୍ଟିବା ନେଇ ସମ୍ପର୍କରେ ରହିବା ଲାଗି ଦୁଇ ନେତା ସହମତି ପ୍ରକାଶ କରିଥିଲେ ।
Discussed on phone with President Abdel Fattah El-Sisi @AlsisiOfficial about the COVID-19 situation in India and Egypt. India will extend all possible support to Egypt’s efforts to control the spread of the virus and its impact.
— Narendra Modi (@narendramodi) April 17, 2020