ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ଡଃ ଲିଓ ବାରାଡକରଙ୍କ ସହ ଟେଲିଫୋନରେ କୋଭିଡ-19 ମହାମାରୀ ସଂକ୍ରମଣ ଏବଂ ଏହାଦ୍ଵାରା ଦୁଇ ଦେଶର ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ପଡିଥିବା ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ଆଲୋଚନା କରିଥିଲେ ।
ଆୟର୍ଲାଣ୍ଡରେ ସଂକ୍ରମଣ ବିରୁଦ୍ଧରେ ଭାରତୀୟ ଡାକ୍ତର ଏବଂ ନର୍ସମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ବାରାଡକର ପ୍ରଶଂସା କରିଥିଲେ । ଆୟର୍ଲାଣ୍ଡରେ ରହିଥିବା ଭାରତୀୟଙ୍କୁ ସୁରକ୍ଷା ଓ ସହଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ବରାଡକରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତରେ ରହିଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ସେଭଳି ସୁବିଧା ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲେ ।
ଭାରତ ଏବଂ ଆୟର୍ଲାଣ୍ଡ ଔଷଧ ଏବଂ ଚିକିତ୍ସା କ୍ଷେତ୍ରରେ ନିଜ ନିଜ କ୍ଷମତା ଅନୁସାରେ ଏହି ମହାମାରୀ ଲଢାଇରେ ଅଂଶଗ୍ରହଣ କରିବେ । କୋଭିଡ ପର ପରିସ୍ଥିତିରେ ଆୟର୍ଲାଣ୍ଡ ସହିତ EUକୁ ମଧ୍ୟ ଭାରତର ସହଯୋଗକୁ ମଜବୁତ କରିବା ନେଇ ଉଭୟ ନେତା ବିଚାରବିମର୍ଶ କରିଥିଲେ ।
ଏଭଳି ସଂକଟରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଦେଶ ସମ୍ପର୍କରେ ରହିବା ସହିତ ପରାମର୍ଶ ଆଦାନ ପ୍ରଦାନ କରିବା ନେଇ ଉଭୟ ନେତା ସହମତି ଜଣାଇଥିଲେ ।
**********
Discussed COVID-19 pandemic with Ireland’s PM, Mr. @LeoVaradkar. India and Ireland share similar approaches on many global issues. We will work together to further strengthen our partnership in health, science & technology, to jointly address challenges of the post-COVID world.
— Narendra Modi (@narendramodi) April 22, 2020