ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍–ଏବିଏଚ୍ଆଇଏମ୍) କାର୍ଯ୍ୟକାରୀ କରିବା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍–ଜେଏୱାଇ) ଅଧୀନରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଆରମ୍ଭ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ଏକ୍ସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
“ଦିଲ୍ଲୀର ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏକ କ୍ରାନ୍ତିକାରୀ ପଦକ୍ଷେପ! ଡବଲ୍ ଇଞ୍ଜିନ ସରକାରଙ୍କର ଏହି ମିଶନ ମୋର ଦିଲ୍ଲୀବାସୀ ଭାଇ–ଭଉଣୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ମୁଁ ବହୁତ ଖୁସି ଯେ, ଦିଲ୍ଲୀବାସୀ ମଧ୍ୟ ଏବେ ଆୟୁଷ୍ମାନ ଯୋଜନା ଜରିଆରେ ନିଜର ଚିକିତ୍ସା କରାଇପାରିବେ ।”
SR
दिल्ली के हेल्थ सेक्टर से जुड़ा एक क्रांतिकारी कदम! डबल इंजन सरकार का यह मिशन यहां के मेरे लाखों भाई-बहनों के लिए बेहद फायदेमंद होने वाला है। मुझे बहुत खुशी है कि दिल्लीवासी भी अब आयुष्मान योजना के तहत अपना इलाज करा पाएंगे। https://t.co/8QjzdBqcNe
— Narendra Modi (@narendramodi) April 11, 2025