Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇସ୍କନ, ନୂଆଦିଲ୍ଲୀଠାରେ ଗୀତା ଆରାଧନା ମହୋତ୍ସବରେ ଯୋଗଦେବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଫେବୃଆରୀ, 2019ରେ ନୂଆଦିଲ୍ଲୀର ପୂର୍ବ କୈଳାସସ୍ଥିତ ଇସ୍କନ-ଗ୍ଲୋରି ଅଫ କଲଚରାଲ ସେଂଟରଠାରେ ଗୀତା ଆରାଧନା ମହୋତ୍ସବରେ ଯୋଗଦେବେ ।

ଏହି କାର୍ଯ୍ୟକ୍ରମରେ ଇସ୍କନ ଭକ୍ତମାନଙ୍କ ଦ୍ୱାରା ବିଶ୍ୱ ପାଇଁ ପ୍ରସ୍ତୁତ କରାଯାଇଥିବା ଭଗବଦ୍ ଗୀତାକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । 2.8 ମିଟରରୁ ଅଧିକ ଲମ୍ବ ଏବଂ 800 କିଲୋଗ୍ରାମରୁ ଅଧିକ ଓଜନର ଏହି ଭଗବଦ୍ ଗୀତା ନିଜ ଶ୍ରେଣୀରେ ଅଭିନବ । ଏଥିରେ ଭଗବଦ ଗୀତାର ମୂଳ ଶ୍ଳୋକଗୁଡ଼ିକ ସହିତ ବ୍ୟାଖ୍ୟାନ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ଗୀତାର ପୃଷ୍ଠା ଓଲଟାଇ ଏହାର ବିଧିବଦ୍ଧ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏକତ୍ରିତ ଜନସଭାକୁ ସମ୍ବୋଧିତ କରିବେ ।

**********