ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ)ରେ ମଧ୍ୟମ ଆୟ ବର୍ଗ(ଏମ୍ଆଇଜି) ନିମନ୍ତେ କ୍ରେଡିଟ୍ ଲିଙ୍କ ସବ୍ସିଡି ସ୍କିମ(ସିଏଲ୍ଏସ୍ଏସ୍) ଅନ୍ତର୍ଗତ ସୁଧ ରିହାତି ପାଇଁ ଯୋଗ୍ୟ ଘରର କାରପେଟ୍ ଏରିଆ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏହି ଯୋଜନାର ବିସ୍ତାର, କଭରେଜ୍ ଓ ଉପଲବ୍ଧତା ବୃଦ୍ଧି ପାଇଁ ମନ୍ତ୍ରିମଣ୍ଡଳ ନିମ୍ନଲିଖିତ ମାନଦଣ୍ଡକୁ ଅନୁମୋଦନ କରିଛନ୍ତି ।
1- ସିଏଲ୍ଏସ୍ଏସ୍ର ଏମ୍ଆଇଜି-1 ବର୍ଗରେ କାର୍ପେଟ୍ ଏରିଆକୁ ଏବେ 90 ବର୍ଗମିଟରରୁ 120 ବର୍ଗମିଟର ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି । ସେହିପରି ସିଏଲ୍ଏସ୍ଏସ୍ ଅନ୍ତର୍ଗତ ଏମ୍ଆଇଜି-2 ବର୍ଗରେ କାର୍ପେଟ୍ ଏରିଆକୁ ଏବେ 110 ବର୍ଗମିଟରରୁ ବୃଦ୍ଧି କରି 150 ବର୍ଗମିଟର ପର୍ଯ୍ୟନ୍ତ କରାଯାଇଛି ।
2- ଏହି ପରିବର୍ତନ ପିଛିଲା ଭାବେ 01.01.2017ରୁ ଲାଗୁ ହେବ ଅର୍ଥାତ୍ ଯେଉଁଦିନ ଏମ୍ଆଇଜି ନିମନ୍ତେ ସିଏଲ୍ଏସ୍ଏସ୍ ଲାଗୁ ହୋଇଥିଲା ।
ସହରାଂଚଳ ଆବାସର ଅଭାବକୁ ଦୂର କରିବା ପାଇଁ ଏମ୍ଆଇଜି ନିମନ୍ତେ ସିଏଲ୍ଏସ୍ଏସରେ ଏହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ । ଏହା ଗୋଟିଏ ସୁଧ ସବ୍ସିଡି ସ୍କିମର ଫାଇଦାକୁ ମଧ୍ୟବିତ ବର୍ଗ ନିକଟରେ ପହଂଚାଇବାରେ ଏକ ଅଗ୍ରଣୀ ପଦକ୍ଷେପ ।
ଏମ୍ଆଇଜି ନିମନ୍ତେ ସିଏଲ୍ଏସ୍ଏସ୍ କଭରେଜ୍ ଏମ୍ଆଇଜିର ଦୁଇଟି ଆୟ ବର୍ଗ ଅର୍ଥାତ୍ 6ଲକ୍ଷ 01 ଟଙ୍କାରୁ ଆରମ୍ଭ କରି 12ଲକ୍ଷ ଟଙ୍କା ପର୍ଯ୍ୟନ୍ତ(ଏମ୍ଆଇଜି-1) ଏବଂ 12ଲକ୍ଷ 01ଟଙ୍କାରୁ ଆରମ୍ଭ କରି 18ଲକ୍ଷ ଟଙ୍କା(ଏମ୍ଆଇଜି-2) ପାଇଁ ଉଦ୍ଦିଷ୍ଟ । ଏମ୍ଆଇଜି-1ରେ 9ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ 4 ପ୍ରତିଶତର ସୁଧ ସବ୍ସିଡି ପ୍ରଦାନ କରାଯାଉଥିବାବେଳେ ଏମ୍ଆଇଜି-2ରେ 12ଲକ୍ଷ ଟଙ୍କା ପାଇଁ 3 ପ୍ରତିଶତର ସୁଧ ସବ୍ସିଡି ପ୍ରଦାନ କରାଯିବ । ସୁଧ ସବ୍ସିଡିକୁ 20ବର୍ଷରୁ ଅଧିକତମ ଋଣ ଅବଧି ଅବା ବାସ୍ତବିକ ଅବଧି ଯାହା କମ୍ ହୋଇଥିବ, ଅତିରିକ୍ତ ଏନ୍ପିଭି 9 ପ୍ରତିଶତ ଉପରେ ଗଣନା କରାଯିବ । 9ଲକ୍ଷ ଟଙ୍କା ଓ 12ଲକ୍ଷ ଟଙ୍କାରୁ ଅଧିକ ଆବାସିକ ଋଣକୁ ଅଣସବ୍ସିଡି ଋଣ ଭାବେ ବିବେଚନା କରାଯିବ ।
ସିଏଲ୍ଏସ୍ଏସ୍ ପାଇଁ ଏମ୍ଆଇଜି ଏବେ 2019 ମାର୍ଚ୍ଚ 31ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଅଛି ।
ପ୍ରଭାବ
-କାର୍ପେଟ୍ ଏରିଆରେ 120ବର୍ଗମିଟର ଓ 150 ବର୍ଗମିଟରକୁ ଭଲ ବୃଦ୍ଧି ଭାବେ ଦେଖାଯାଉଛି ଓ ଏହା ଏହି ଯୋଜନାରେ ନିର୍ଦ୍ଧାରିତ ଦୁଇଟି ଆୟ ବର୍ଗ ସମ୍ବନ୍ଧିତ ଏମ୍ଆଇଜି ଦ୍ୱାରା ସାଧାରଣତଃ ଅନ୍ୱେଷିତ ବଜାରର ଆବଶ୍ୟକତାକୁ ପୂରଣ କରିବ ।
– କାର୍ପେଟ ଏରିଆରେ ବୃଦ୍ଧି ଡେଭଲପର ପରିଯୋଜନାରେ ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବ ।
– ବର୍ଦ୍ଧିତ କାର୍ପେଟ ଏରିଆ ସୁଲଭ ଆବାସିକ ବର୍ଗରେ ପ୍ରସ୍ତୁତ ଫ୍ଲାଟ୍ ବିକ୍ରିକୁ ପ୍ରୋତ୍ସାହିତ କରିବ ।
**********
Hike in carpet area to help middle income buyers: Realtorshttps://t.co/Lm3TvRoD7A
— PMO India (@PMOIndia) November 17, 2017
via NMApp pic.twitter.com/t6i92X10td