ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର, ୨୦୨୧ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଭାରତ ସୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ପରେ ପରେ ଉପସ୍ଥିତଙ୍କୁ ସେ ସମ୍ବୋଧିତ କରିବେ ।
ସ୍ୱୟଂପୂର୍ଣ୍ଣ ଗୋଆର ଏହି ପଦକ୍ଷେପ ୧ ଅକ୍ଟୋବର ୨୦୨୦ ରେ ଆରମ୍ଭ ହୋଇଥିବା ‘ଆତ୍ମନିର୍ଭର ଭାରତ‘ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ସ୍ପଷ୍ଟ ଆହ୍ୱାନ ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ଜଣେ ଅଧିକାରୀଙ୍କୁ ‘ସ୍ୱୟଂପୂର୍ଣ୍ଣ ମିତ୍ର’ ଭାବରେ ନିଯୁକ୍ତ କରାଯାଇଛି । ଏହି ମିତ୍ର ଏକ ର୍ନିଦ୍ଦିଷ୍ଟ ପଞ୍ଚାୟତ କିମ୍ବା ପୌରପାଳିକା ପରିଦର୍ଶନ କରନ୍ତି, ଲୋକଙ୍କ ସହ ଯୋଗାଯୋଗ କରନ୍ତି, ଏକାଧିକ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରନ୍ତି ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଏବଂ ସୁବିଧା ଉପଲବ୍ଧ କରାଇଥାନ୍ତି ।
ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଉପସ୍ଥିତ ରହିବେ ।
HS