ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ପାଏତୋଙ୍ଗତର୍ନ ସିନାୱାତ୍ରାଙ୍କ ସହ ୱାଟ ଫ୍ରା ଚେଟୁଫୋନ ୱିମନ ମାଙ୍ଗଖଲାରାମ ରାଜୱାରାମାହାୱିହାନ ତଥା ଲୋକଙ୍କ ମଧ୍ୟରେ ୱାଟ ଫୋ ଭାବେ ପରିଚିତ ସ୍ଥାନକୁ ଗସ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲୋଟିଥିବା ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ବରିଷ୍ଠ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ‘ସଂଘଦାନ’ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଲୋଟିଥିବା ବୁଦ୍ଧଙ୍କ ପୀଠରେ ଅଶୋକଙ୍କ ସିଂହ ଶୀର୍ଷ ପ୍ରତିକୃତି ପ୍ରଦାନ କରିଥିଲେ । ଏହି ଅବସରରେ ସେ ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ଏବଂ ଜୀବନ୍ତ ସଭ୍ୟତାଗତ ସମ୍ବନ୍ଧକୁ ସ୍ମରଣ କରିଥିଲେ ।
SR
Today, I had the honour of visiting the historic Wat Phra Chetuphon Wimonmangkalaram Ratchaworamahawihan Or Wat Pho in Bangkok. I thank Prime Minister Paetongtarn Shinawatra for the special gesture of coming to the Temple with me. One of Thailand’s most revered spiritual… pic.twitter.com/5xIDGPmcrX
— Narendra Modi (@narendramodi) April 4, 2025