1- ସଂଘୀୟ ଗଣରାଜ୍ୟ ମିଆଁମାରର ମହାମହିମ ରାଷ୍ଟ୍ରପତି ୟୁ ହିତିନ କ୍ୟା’ଙ୍କ ନିମନ୍ତ୍ରଣରେ ଗଣତନ୍ତ୍ର ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2017 ସେପ୍ଟେମ୍ବର 5 ରୁ 7 ତାରିଖ ମଧ୍ୟରେ ମିଆଁମାରକୁ ନିଜର ପ୍ରଥମ ଦ୍ୱିପାକ୍ଷିକ ସରକାରୀ ଗସ୍ତରେ ଅଛନ୍ତି । ଏହି ଗସ୍ତ ଦୁଇ ଦେଶର ନେତାମାନଙ୍କ ମଧ୍ୟରେ ନିରନ୍ତର ଉଚ୍ଚସ୍ତରୀୟ ଆଲୋଚନାର ଅଂଶବିଶେଷ ଓ ଏହା ଗତବର୍ଷ ଭାରତରେ ମିଆଁମାରର ମହାମହିମ ୟୁ ହିତିନ କ୍ୟା ଓ ମହାମହିମ ରାଷ୍ଟ୍ର ପରାମର୍ଶଦାତା ଦ ଆଙ୍ଗ୍ ସାନ୍ ସୁ କି’ଙ୍କ କ୍ରମାଗତ ରାଜକୀୟ ଗସ୍ତର ଅନୁକ୍ରମରେ ହୋଇଛି ।
2- ପ୍ରଧାନମନ୍ତ୍ରୀ ମୋଦୀଙ୍କର ସେପ୍ଟେମ୍ବର 5 ତାରିଖରେ ନେ-ପି-ତ’ ରାଷ୍ଟ୍ରପତି ଭବନରେ ରାଜକୀୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରର ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନରେ ସରକାରୀ ଭୋଜିର ଆୟୋଜନ କରିଥିଲେ । 2017 ସେପ୍ଟେମ୍ବର 6ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳ ମିଆଁମାରର ରାଷ୍ଟ୍ର ପରାମର୍ଶଦାତା ଦ ଆଙ୍ଗ୍ ସାନ୍ ସୁ କି ଙ୍କ ନେତୃତ୍ୱରେ ମିଆଁମାର ପ୍ରତିନିଧିମଣ୍ଡଳ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଆଲୋଚନା ଉତ୍ତମ, ସୌହାର୍ଦ୍ଦ୍ୟ ଓ ସକରାତ୍ମକ ପରିବେଶରେ ହୋଇଥିଲା । ଯେପରିକି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି । ଏହା ପରେ ରାଷ୍ଟ୍ର ପରାମର୍ଶଦାତା ଓ ଭାରତର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ସଂସ୍କୃତି, ଦକ୍ଷତା ବିକାଶ, ସାମୁଦ୍ରିକ ସୁରକ୍ଷା ତଥା ପ୍ରମୁଖ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗ କ୍ଷେତ୍ରରେ ବିଭିନ୍ନ ଦସ୍ତାବିଜରେ ସ୍ୱାକ୍ଷର କରି ତା’ର ଆଦାନପ୍ରଦାନ କରିଥିଲେ । ଏହାପରେ ଏକ ମିଳିତ ପ୍ରେସ ସମ୍ମିଳନୀ ଆୟୋଜନ କରିଥିଲେ ।
3- ନା-ପି-ତ’ରେ ନିଜର ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ବାଗାନ୍ ଓ ୟାଙ୍ଗୁନ୍ ରେ ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ସ୍ଥାନକୁ ଗସ୍ତ କରିବେ । ବାଗାନରେ ସେ ପବିତ୍ର ଓ ଐତିହାସିକ ଆନନ୍ଦ ମନ୍ଦିର ଗସ୍ତ କରିବେ, ଯେଉଁଠି ଭାରତର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣର ବିଶେଷଜ୍ଞମାନଙ୍କ ତଦାରଖରେ ଭାରତୀୟ ଓ ମିଆଁମାର ପ୍ରତ୍ନତତ୍ତ୍ଵବିତଙ୍କ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ୟାଙ୍ଗୁନରେ ସେ ଶହୀଦଙ୍କ ସମାଧିରେ ଜେନେରାଲ ଆଙ୍ଗ୍ ସାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଓ ବୋଗ୍ୟୋକ ଆଙ୍ଗ୍ ସାନ୍ ସଂଗ୍ରହାଳୟ ସହ ଅନ୍ୟ ପ୍ରମୁଖ ସ୍ଥଳକୁ ମଧ୍ୟ ଗସ୍ତ କରିବେ । ସେ ୟାଙ୍ଗୁନ୍ ରେ ନିଜର ଗସ୍ତ ସମୟରେ ଭାରତୀୟ ବଂଶୋଦ୍ଭବ ଲୋକ ତଥା ପ୍ରବାସୀ ଭାରତୀୟ ସମୁଦାୟର ଲୋକଙ୍କ ସହ ଆଲୋଚନା କରିବେ ।
4- ଆଲୋଚନା ସମୟରେ ଦୁଇ ନେତା ଯଥାକ୍ରମେ 2016 ଅଗଷ୍ଟ ଓ ଅକ୍ଟୋବରରେ ଭାରତକୁ ମିଆଁମାରର ରାଷ୍ଟ୍ରପତି ଓ ରାଷ୍ଟ୍ର ପରାମର୍ଶଦାତାଙ୍କ ଅତି ସଫଳ ଯାତ୍ରା ପରେ ନୂଆ ସ୍ଥିତିର ସମୀକ୍ଷା କରିଥିଲେ । ଉଭୟ ଏବେ ସରକାରୀ ତଥ୍ୟ ଆଦାନପ୍ରଦାନ, ଆର୍ଥିକ, ବ୍ୟାପାର ଓ ସାଂସ୍କୃତିକ ସମ୍ବନ୍ଧର ସମୀକ୍ଷା କରିବା ସମେତ ଲୋକଙ୍କ ସହ ଲୋକଙ୍କ ଆଦାନପ୍ରଦାନର ସମୀକ୍ଷା କରିଥିଲେ । ଯାହାକି ମିଆଁମାରର ସ୍ୱାଧୀନ, ସକ୍ରିୟ ଓ ଗୋଷ୍ଠୀନିରପେକ୍ଷ ବିଦେଶ ନୀତି ଓ ଭାରତର “Pragmatic Act East and Neighbourhood First Policy” ବା ବାସ୍ତବବାଦୀ ପ୍ରାଚ୍ୟମୁଖୀ ଏବଂ ପଡୋଶୀ ପ୍ରଥମ ନୀତି ମଧ୍ୟରେ ସାମଞ୍ଜସ୍ୟକୁ ଦର୍ଶାଉଛି । ସେମାନେ ଅଂଚଳର ଶାନ୍ତି, ସାମୁହିକ ସମୃଦ୍ଧି ଓ ବିକାଶ ପାଇଁ ସାମୁହିକ ଆକାଂକ୍ଷା ଉପରେ ପୁନଃ ଗୁରୁତ୍ୱ ଦେଇଥିଲେ ।
5- ଭାରତର ପ୍ରଧାନମନ୍ତ୍ରୀ ମିଆଁମାର ସରକାର ଦ୍ୱାରା ଶାନ୍ତି ଓ ଜାତୀୟ ବୁଝାମଣା ପାଇଁ କରାଯାଇଥିବା ଉପାୟର ପ୍ରଶଂସା କରିଥିଲେ ଓ ମିଆଁମାର ସରକାରର ବର୍ତ୍ତମାନ ଶାନ୍ତି ପ୍ରକ୍ରିୟାକୁ ମଧ୍ୟ ପ୍ରଶଂସା କରିଥବଲେ । ସେ କହିଥିଲେ ଯେ ମିଆଁମାରରେ ଶାନ୍ତି ଓ ସ୍ଥିରତା ଭାରତ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ମିଆଁମାରରେ ଗଣତାନ୍ତ୍ରିକ ସଂସ୍ଥାନକୁ ସୁଦୃଢ଼ କରିବା ତଥା ଗଣତାନ୍ତ୍ରିକ ସଂଘୀୟ ଗଣରାଜ୍ୟର ଉତ୍ଥାନ ପାଇଁ ମିଆଁମାର ସରକାରକୁ ଭାରତର କ୍ରମାଗତ ସମର୍ଥନ କଥାକୁ ସେ ଦୋହରାଇଥିଲେ ।
6- ଦୁଇ ଦେଶର ନେତା ନିଜର ସୀମାରେ ବର୍ତ୍ତମାନ ର ସୁରକ୍ଷା ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆତଙ୍କବାଦ ଏବଂ ଉଗ୍ରବାଦଜନିତ ବିଭିନ୍ନ ଘଟଣା ଉପରେ, ଯାହା ଉଭୟ ଦେଶର ସୀମାରେ ଘଟିଛି, ସେଥି ନେଇ ଉଦ୍ବେଗ ବ୍ୟକ୍ତ କରିଥିଲେ । ଆତଙ୍କବାଦ ଏହି ଅଚଂଳରେ ଶାନ୍ତି ଓ ସ୍ଥିରତା ପାଇଁ ସବୁଠାରୁ ବଡ଼ ବିପଦ ବୋଲି ସ୍ୱୀକାର କରି ଉଭୟ ପକ୍ଷ ଆତଙ୍କବାଦ ବିରୋଧରେ ଲଢ଼େଇ ନା’କେଳବ ଆତଙ୍କବାଦୀ, ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ନେଟୱାର୍କ ଉପରେ ଲକ୍ଷିତ ହେବା ଉଚିତ୍ ବରଂ ସେମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯିବା ଉଚିତ୍ ବୋଲି ସହମତ ହୋଇଥିଲେ । ସମ୍ପୃକ୍ତ ଦେଶର ଏଜେନ୍ସୀଗୁଡ଼ିକ ଉପରେ କଠୋର ପଦକ୍ଷେପ ନେବା ଉଚିତ୍, ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ଓ ତାକୁ ନିଜର ସମର୍ଥନ ଦେଉଛନ୍ତି ଅବା ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଅବା ଆତଙ୍କବାଦୀ ଓ ଆତଙ୍କବାଦୀ ଗୋଷ୍ଠୀକୁ ଆଶ୍ରୟ ଦେଇ ସେମାନଙ୍କର ଦୋଷକୁ ମିଛ କହି ଲୁଚାଇବାରେ ସାମିଲ ଅଛନ୍ତି । ଭାରତରେ ଅମରନାଥ ଯାତ୍ରା ସମୟରେ ବର୍ବର ଆତଙ୍କବାଦୀ ଆକ୍ରମଣ ଓ ସୀମାପାର ଆତଙ୍କବାଦୀଙ୍କ ଦ୍ୱାରା ଜାରି ରହିଥିବା ବିଭିନ୍ନ ଆତଙ୍କୀ ଗତିବିଧିକୁ ମିଆଁମାର ମଧ୍ୟ ନିନ୍ଦା କରିଥିଲା । ଭାରତ ଉତ୍ତର ରାଖିନ୍ ରାଜ୍ୟରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲା, ଯେଉଁଥିରେ ମିଆଁମର ସୁରକ୍ଷା ବଳର କେତେକ କର୍ମୀ ନିଜର ଜୀବନ ହରାଇଥିଲେ । ଆତଙ୍କବାଦ ମାନବିକ ଅଧିକାରର ଉଲ୍ଲଘଂନ କରୁଛି ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ । ଆଉ ସେଥିପାଇଁ ଆତଙ୍କବାଦୀଙ୍କୁ ଶହୀଦ ମାନିବା ଭଳି ଚିନ୍ତାଧାରକୁ ଘୋର ବିରୋଧ କରାଯିବା ଉଚିତ୍ ବୋଲି କହିଥିଲେ । ସେମାନେ ଆନ୍ତର୍ଜାତିକ ସମୁଦାୟକୁ ଆତଙ୍କବାଦର ମୁକାବିଲା କରିବା ପାଇଁ ଚୟନାତ୍ମକ ଓ ଆଂଶିକ ଦୃଷ୍ଟିକୋଣକୁ ସମାପ୍ତ କରିବା ତଥା ଏ ସମ୍ବନ୍ଧରେ ଜାତିସଂଘ ମହାସଭା ଦ୍ୱାରା ଆନ୍ତର୍ଜାତିକ ଆତଙ୍କବାଦ ଉପରେ ତୁରନ୍ତ ବ୍ୟାପକ ଶିଖର ଆଲୋଚନାକୁ ଚୂଡ଼ାନ୍ତ ରୂପ ଦେବା ଓ ତାକୁ ଆପଣେଇବା ପାଇଁ ଜାତିସଂଘକୁ ଅନୁରୋଧ କରିଥିଲେ ।
7- ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ପାଇଁ ଦୁଇ ରାଷ୍ଟ୍ରର ସୀମାରେ ସୁରକ୍ଷା ଓ ସ୍ଥିରତାକୁ କାଏମ ରଖିବା ବହୁତ ଜରୁରୀ ବୋଲି ଉଭୟ ସ୍ୱୀକାର କରି ଭାରତର ସ୍ୱଂପ୍ରଭୁତ୍ୱ ଓ ପ୍ରାଦେଶିକ ଅଖଣ୍ଡତା ପ୍ରତି ମିଆଁମାର ନିଜର ସମର୍ଥନ ଦୋହରାଇଛି । ଆଉ ଦୃଢ଼ତାର ସହ କହିଛି ଯେ ଭାରତ ସରକାର ବିରୋଧରେ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ କୌଣସି ବିଦ୍ରୋହୀ ଗୋଷ୍ଠୀକୁ ମିଆଁମାର ମାଟି ଉପଯୋଗ ହେବାକୁ ଦେବ ନାହିଁ ବୋଲି ନିଜର ନୀତିକୁ ସମର୍ଥନ ଦେବା ଜାରି ରଖିବ ବୋଲି ମିଆଁମାର କହିଛି । ଭାରତ ସରକାରଙ୍କ ମଧ୍ୟ ସମାନ ଚିନ୍ତାଧାରା ପାଇଁ ମିଆଁମାର ପ୍ରଶଂସା କରିଛି ।
8- ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପୂର୍ବରୁ ରେଖାଙ୍କିତ ସୀମାକୁ ସମ୍ମାନ କରିବାର କଥା ଦୋହରାଇବା ଓ ବର୍ତ୍ତମାନ ଦ୍ୱିପାକ୍ଷିକ କାର୍ଯ୍ୟ ପ୍ରଣାଳୀ ଏବଂ ପରାମର୍ଶ ମାଧ୍ୟମରେ ଶେଷ ସୀମା ସମ୍ବନ୍ଧୀୟ ପ୍ରସଙ୍ଗକୁ ସମାଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।
9- ଦୁଇ ପକ୍ଷ ନିଜର ପଡ଼ୋଶୀରେ ସୁରକ୍ଷାର ସ୍ଥିତିର ସୀମକ୍ଷା କରିଥିଲେ ଓ ସାମୁଦ୍ରିକ ସୁରକ୍ଷାରେ ଘନିଷ୍ଠ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସ୍ୱତନ୍ତ୍ର ଆବଶ୍ୟକତା ଉପରେ ସହମତି ଜଣାଇଛନ୍ତି । ଉଭୟ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଭାବେ ଫାଇଦା ଓ ଘନିଷ୍ଠ ରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସହମତି ଜଣାଇଛନ୍ତି । ଏ ସମ୍ବନ୍ଧରେ ଭାରତରେ ମିଆଁମାର ପ୍ରତିରକ୍ଷା ବାହିନୀର କମାଣ୍ଡର-ଇନ୍-ଚିଫ୍ ଙ୍କ ସାଂପ୍ରତିକ ସଫଳ ଗସ୍ତକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ନିୟମିତ ସମନ୍ୱିତ ଗସ୍ତ ପ୍ରୟାସ ମାଧ୍ୟମରେ ସଂସ୍ଥାଗତ ସହଯୋଗ ବ୍ୟତୀତ, ଦୁଇ ପକ୍ଷ ଅଣପାରମ୍ପରିକ ସୁରକ୍ଷା କ୍ଷେତ୍ର ଯଥା ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଧ୍ୟାନକେନ୍ଦ୍ରିତ କରିବା ଉପରେ ସହମତି ଜଣାଇଚନ୍ତି । ଯାହାକି ବିଶ୍ୱ ଐତିହ୍ୟ ଭାବେ ବଙ୍ଗୋପସାଗରର ଉପକୂଳ ଓ ଭାରତ ମହାସାଗରର ସଂରକ୍ଷଣ ପାଇଁ ମହତ୍ୱପୂର୍ଣ୍ଣ ।
10- ମିଆଁମାର ଓ ଭାରତ ମଧ୍ୟରେ ପୂର୍ବରୁ ହାସଲ ହୋଇଥିବା ପାରସ୍ପରିକ ବୁଝାମଣା ଓ କ୍ରମବର୍ଦ୍ଧିଷ୍ଣୁ ଦ୍ୱିପାକ୍ଷିକ ସମ୍ବନ୍ଧକୁ ବଜାୟ ରଖିବା ପାଇଁ ଉଭୟ ପକ୍ଷ ପ୍ରତିବନ୍ଧତା ଜଣାଇବା ସହ ଦୁଇ ଦେଶର ଲୋକ ଓ ଅଂଚଳର ସ୍ୱାର୍ଥରେ ଆଗାମୀ ବର୍ଷମାନଙ୍କରେ ଏକ ଉତ୍ତମ ଓ ଭରସାଯୋଗ୍ୟ ପଡ଼ୋଶୀ ଭାବେ ପରସ୍ପରର ସହ ଛିଡ଼ା ହେବେ ।
11- ଉଭୟ ପକ୍ଷ କ୍ରମାଗତ ଉଚ୍ଚସ୍ତରୀୟ ଆଦାନପ୍ରଦାନ ଗସ୍ତକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ, ଯେଉଁଥିପାଇଁ ଶେଷ ଦ୍ୱିପାକ୍ଷିକ ପ୍ରସଙ୍ଗର ଉତ୍ତମ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହନ ମିଳିଛି । ସେମାନେ ଉଚ୍ଚ ରାଜନୀତିକସ୍ତରରେ କରାଯାଉଥିବା ନିଷ୍ପତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ସୁରକ୍ଷା ଓ ରକ୍ଷା, ବ୍ୟାପାର ଓ ବାଣିଜ୍ୟ, ବିଜୁଳି ଓ ଶକ୍ତି, ସୀମା ପରିଚାଳନା ଓ ସଂଯୋଗ ଆଦି କ୍ଷେତ୍ରରେ ଆଂଚଳିକ ବିଶିଷ୍ଟ ସଂସ୍ଥାଗତ କାର୍ଯ୍ୟ ପ୍ରଣାଳୀକୁ କ୍ରମାଗତ ଭାବେ କାଏମ ରଖିବାର ପ୍ରଂଶସା କରିଥିଲେ । ଭାରତ ଓ ମିଆଁମାର ସାଂସଦମାନଙ୍କ ମଧ୍ୟରେ ଉତ୍କୃଷ୍ଟ ଚିନ୍ତନ ଆଦାନପ୍ରଦାନ ଉପରେ ମଧ୍ୟ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଏଭଳି ଆଲୋଚନାର ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିଥିଲେ ।
12- ଭାରତ ଦ୍ୱାରା ମିଆଁମାରର ସାମାଜିକ-ଆର୍ଥିକ ବିକାଶର ପ୍ରୟାସରେ ସମର୍ଥନ ପାଇଁ ଦିଆଯାଉଥିବା ସମସ୍ତ ସହାୟତା ନିମନ୍ତେ ମିଆଁମାର ପକ୍ଷ ଭାରତର ପ୍ରଶଂସା କରିଥିଲେ । ଉଭୟ ପକ୍ଷ ବର୍ତ୍ତମାନ ସହଯୋଗ ପରିଯୋଜନାର ସମୀକ୍ଷା କରିଥିଲେ, ଯାହା ଭାରତ ସରକାରଙ୍କ ଜ୍ଞାନକୌଶଳ ଓ ଆର୍ଥିକ ସହାୟତାରେ ଚାଲିଛି । ଏବଂ ଏହି ପରିଯୋଜନାଗୁଡ଼ିକ ସିଧାସଳଖ ମିଆଁମାର ଲୋକଙ୍କ ଲାଭ ସହ ଜଡ଼ିତ ହୋଇଛି ବୋଲି ଉକ୍ତ କଥା ଉପରେ ଦୃଷ୍ଟି ଦେଇଥିଲେ । ଉଭୟ ପକ୍ଷ ଏସବୁକୁ ତ୍ୱରାନ୍ୱିତ କରି ଆଗକୁ ନେବା ପାଇଁ ସହମତି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରରେ ମୌଳିକ ଭିତ୍ତିଭୂମି ନିର୍ମାଣ ଓ ମାନବ ସମ୍ବଳ ଦକ୍ଷତା ବିକଶିତ କରିବାର ପ୍ରୟାସ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପାକୋକୁ ଓ ମିଙ୍ଗୟାନରେ ଭାରତ ସହାୟତାରେ ସ୍ଥାପିତ ଉଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ରର ସକରାତ୍ମକ ଅନୁଭବ ଆଡ଼କୁ ଇସାରା ଦେଇ ମିଆଁମାର ଯଥାକ୍ରମେ ମାନିଭା ଓ ଥେଟାନ୍ ରେ ଆଉ ଦୁଇଟି କେନ୍ଦ୍ର ବିକଶିତ କରିବା ତଥା ଆଇଟିସି, ମିଙ୍ଗୟାନ ପାଇଁ ଏକ ପରିପୂର୍ଣ୍ଣ ପଞ୍ଚବାର୍ଷିକୀ ରକ୍ଷଣାବେକ୍ଷଣ ନିମନ୍ତେ ଏବେ ଦିଆଯାଉଥିବା ସହାୟତା ଲାଗି ଭାରତକୁ ଧନ୍ୟବାଦ ଜଣାଇଥିଲେ । ମିଆଁମାର-ଭାରତ ଉଦ୍ୟୋଗୀ ବିକାଶ କେନ୍ଦ୍ର ଓ ୟାଙ୍ଗୁନ୍ ରେ ଇଂରେଜ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ବିକାଶ କରିବା ପାଇଁ ଭାରତ ଦ୍ୱାରା ଦିଆଯାଉଥିବା ସହାୟତା ନିମନ୍ତେ ମିଆଁମାର ପ୍ରଶଂସା କରିଥିଲା । ଉଭୟ ପକ୍ଷ ମିଆଁମାରରେ ଉପଯୁକ୍ତ ସ୍ଥାନରେ ଏକ ପ୍ଲାନେଟରିୟମ ସ୍ଥାପନ ଦିଗରେ ମଧ୍ୟ ଆଲୋଚନା ଜାରି ରଖିବା ଉପରେ ସହମତି ଜଣାଇଛନ୍ତି । ଏହା ଏକ ମୂଲ୍ୟବାନ ସଂସ୍ଥା ହେବ ଯାହା ମିଆଁମାର ଯୁବବର୍ଗଙ୍କ ମଧ୍ୟରେ ଏକ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବ ବୋଲି ଉଭୟ ପକ୍ଷ ସ୍ୱୀକାର କରିଛନ୍ତି ।
13- ଉଭୟ ପକ୍ଷ ରାଖିନ୍ ରାଜ୍ୟରେ ବିକାଶ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଅନେକ ଦିଗ ଉପଲବ୍ଧ ଥିବା ସମ୍ପର୍କରେ ପରସ୍ପର ସହ ଭାବ ବିନିମୟ କରିଥିଲେ । ଏ ସନ୍ଦର୍ଭରେ ଉଭୟ ପକ୍ଷ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ତତସମ୍ବନ୍ଧୀୟ ଗତିବିଧି, କୃଷି ପ୍ରକ୍ରିୟାକରଣ, ସାମୁଦାୟିକ ବିକାଶ, ଛୋଟ ପୋଲ ନିର୍ମାଣ, ସଡ଼କର ଉନ୍ନତି, ଛୋଟ ବିଦ୍ୟୁତ ପରିଯୋଜନା, ଜୀବିକାନିର୍ବାହ ଗତିବିଧି, ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନ, ଘରୋଇ ଶିଳ୍ପକୁ ପ୍ରୋତ୍ସାହନ ଦେବା, ପରିବେଶ ସଂରକ୍ଷଣ ତଥା ସାଂସ୍କୃତିକ ପରମ୍ପରା କ୍ଷେତ୍ରରେ ଦୁଇ ପ୍ରକାରର ପରିଯୋଜନା, ଅର୍ଥାତ ଭିତ୍ତିଭୂମି ଢାଂଚା ଓ ସାମାଜିକ-ଆର୍ଥିକ ପରିଯୋଜନାକୁ ଆରମ୍ଭ କରି ରାଜ୍ୟରେ ସମଗ୍ର ସାମାଜିକ-ଆର୍ଥିକ ବିକାଶ ଆଣିବାକୁ ନେଇ ସହମତି ପ୍ରକଟ କରିଥିଲେ । ମିଆଁମାର ରାଖିନ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତର ସହାୟତା ପାଇଁ ପ୍ରସ୍ତାବକୁ ସ୍ୱାଗତ କରିଛି । ଉଭୟ ପକ୍ଷ ଆସନ୍ତା କିଛି ମାସ ଭିତରେ ଏହାକୁ କାର୍ଯ୍ୟକାରୀ ସମ୍ବନ୍ଧୀୟ ଶୈଳୀକୁ ଚୂଡ଼ାନ୍ତ ରୂପ ଦେବାକୁ ସହମତ ହୋଇଛନ୍ତି ।
14- ଉଭୟ ପକ୍ଷ କୃଷି ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଦୃଷ୍ଟିରେ ରଖି ବିଶେଷକରି ୟାଜିନ୍ କୃଷି ବିଶ୍ୱବିଦ୍ୟାଳୟରେ ସ୍ଥାପିତ ଆଧୁନିକ କୃଷି ଗବେଷଣା ଓ ଶିକ୍ଷା କେନ୍ଦ୍ରର ସ୍ଥାପନ ତଥା କୃଷି ଗବେଷଣା ବିଭାଗରେ ସ୍ଥାପିତ ରାଇସ ବାୟୋ ପାର୍କ ସ୍ଥାପନରେ ଦ୍ରୁତ ଅଗ୍ରଗତି ପାଇଁ ସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ମିଆଁମାର ତା’ର ଦେଶର ଛାତ୍ରଛାତ୍ରୀଙ୍କ ପାଇଁ କୃଷି ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ ଓ ଡକ୍ଟରେଟ ଶିକ୍ଷାକୁ ସୁବିଧାଜନକ କରିବା ନିମନ୍ତେ ଭାରତ ଦ୍ୱାରା ଦିଆଯାଇଥିବା ସହାୟତାକୁ ପ୍ରଶଂସା କରିଛନ୍ତି ।
15- ଉଭୟ ପକ୍ଷ ମିଆଁମାରର ନ୍ୟାୟିକ ଅଧିକାରୀ, ସାମରିକ କର୍ମୀ ଓ ପୁଲିସ୍ ବାହିନୀରେ ଚାଲିଥିବା କ୍ଷମତା ବିକାଶ କାର୍ଯ୍ୟକ୍ରମ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମିଆଁମାର ଇନଷ୍ଟିଟ୍ୟୁଟ ଅଫ ଇନ୍ଫରମେସନ୍ ଟେକ୍ନୋଲଜି ଓ ଭାରତ-ମିଆଁମାର ସେଂଟର ଫର ଏନହାନ୍ସମେଣ୍ଟ ଅଫ୍ ଆଇଟି ସ୍କିଲ୍ସ ନିମନ୍ତେ ଭାରତ ଦ୍ୱାରା ବିସ୍ତାରିତ ଅବଧି ପର୍ଯ୍ୟନ୍ତ ସହାୟତା ଦେବା ପାଇଁ ତା’ର ଧନ୍ୟବାଦ ଜଣାଇଛନ୍ତି । ଉଭୟ ପକ୍ଷ ନୂଆଦିଲ୍ଲୀରେ ଭାରତର ଫରେନ୍ ସର୍ଭିସ୍ ଇନଷ୍ଟିଟ୍ୟୁଟରେ ମିଆଁମାରର କୂଟନୀତିଜ୍ଞମାନଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ସହମତି ଜଣାଇଛନ୍ତି । ମିଆଁମାର କେନ୍ଦ୍ରୀୟ ହିନ୍ଦି ସଂସ୍ଥାନରେ ପ୍ରଶିକ୍ଷଣ ନିମନ୍ତେ ପ୍ରତି ବର୍ଷ 2ଜଣ ମିଆଁମାର କୂଟନୀତିଜ୍ଞଙ୍କ ନାମାଙ୍କନ ପାଇଁ ଭାରତର ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ସେହିପରି 150ଜଣ ମିଆଁମାର ପ୍ରଶାସନିକ ସେବାର ଅଧିକାରୀ 5ବର୍ଷର ଅବଧି ପାଇଁ ପ୍ରତିବର୍ଷ ଭାରତୀୟ ପ୍ରଶିକ୍ଷଣ ସଂସ୍ଥାରେ ଇଂରାଜୀ ଭାଷାରେ ପ୍ରଶିକ୍ଷଣପ୍ରାପ୍ତ କରିବେ ।
16- ମିଆଁମାର ପୁଲିସର ପ୍ରଶିକ୍ଷଣ ସମ୍ବନ୍ଧୀୟ ମୌଳିକ ଢାଂଚା ଓ କ୍ଷମତା ବିକାଶକୁ ଆଗେଇ ନେବାର ଆବଶ୍ୟକତାକୁ ସ୍ୱୀକାର କରି ଦୁଇ ନେତା ଭାରତ ସରକାରଙ୍କ ଜ୍ଞାନକୌଶଳ ଓ ଆର୍ଥିକ ସହାୟତାରେ ମିଆଁମାରରେ ୟାମୋଥିନରେ ମହିଳା ପୁଲିସ୍ ପ୍ରଶିକ୍ଷଣ କେନ୍ଦ୍ରର ବିକାଶ ପାଇଁ ବୁଝାମଣା ପତ୍ରରେ ସ୍ୱାକ୍ଷର କରିବାର ସନ୍ତୋଷ ବ୍ୟକ୍ତ କରିଛନ୍ତି । ୟାଙ୍ଗୁନ୍ ରେ ପୁଲିସ୍ ଅଧିକାରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନ ନିମନ୍ତେ ଭାରତର ପ୍ରସ୍ତାବକୁ ମିଆଁମାର ସ୍ୱାଗତ କରିଛି ଓ ଏ ସମ୍ବନ୍ଧରେ ପଦ୍ଧତିକୁ ମିଳିତ ଭାବେ ଚୂଡ଼ାନ୍ତ ରୂପରେଖ ଦିଆଯିବ ।
17- ମିଆଁମାର ନିଜର ଦେଶରେ ବିଭିନ୍ନ ପରିଯୋଜନାକୁ ସମର୍ଥନ କରିବା ପାଇଁ ଭାରତକୁ ଧନ୍ୟବାଦ ଜଣାଇଛି । ଯାହାର ଫଳସ୍ୱରୂପ କାଲାଦାନ ବହୁମୁଖୀ ଗମନାଗମନ ଓ ପରିବହନ ପ୍ରକଳ୍ପ ତଥା ଅନ୍ୟ ସଡ଼କ ଓ ପୋଲ ନିର୍ମାଣ ପରିଯୋଜନା ଭଳି ଦ୍ୱିପାକ୍ଷିକ ଓ ଆଂଚଳିକ ଯୋଗାଯୋଗକୁ ସଂପୂର୍ଣ୍ଣ ଭାବେ ଆର୍ଥିକ ଅନୁଦାନ ସହାୟତା ପରିଯୋଜନା ଭାବେ ପ୍ରୋତ୍ସାହନ ମିଳିଛି । ମିଆଁମାରର ଶିତ୍ତ୍ୱେ ବନ୍ଦର ଓ ପାଲେତୱା ଆନ୍ତର୍ଜାତିକ ଜଳ ପରିବହନ ଟର୍ମିନାଲରେ ନିର୍ମାଣ କାର୍ଯ୍ୟ ପୁରା ହେବା ଓ ମିଆଁମାର ବନ୍ଦର ପ୍ରାଧିକରଣ ଓ ଅନ୍ତର୍ଦେଶୀୟ ଜଳ ପରିବହନକୁ 6ଟି କାର୍ଗୋ ବର୍ଜ ପ୍ରଦାନ ସମେତ କାଲାଦାନ ବହୁମୁଖୀ ଗମନାଗମନ ଓ ପରିବହନ ପ୍ରକଳ୍ପ ଉପରେ କରାଯାଉଥିବା ପର୍ଯ୍ୟାପ୍ତ ନିର୍ମାଣ କାର୍ଯ୍ୟର ପ୍ରଗତିକୁ ମଧ୍ୟ ପ୍ରଶଂସା କରିଛି । ଉଭୟ ପକ୍ଷ ଗୋଟିଏ ବନ୍ଦର ଅପରେଟର ନିଯୁକ୍ତି ପାଇ ବୁଝାମଣା ପତ୍ରରେ ସହମତି ଜଣାଇଛନ୍ତି । ଯାହାଫଳରେ ମିଆଁମାରର ଅନ୍ୟ ଆନ୍ତର୍ଜାତିକ ବନ୍ଦରରେ ଗ୍ରହଣୀୟ ହୋଇଥିବା ପ୍ରତିଷ୍ଠିତ ପଦ୍ଧତି ଅନୁସାରେ ବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଦୁଇ ଦେଶର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଇପାରିବ । ଏଥିରେ ପୋର୍ଟ ଓ ଆଇଡବ୍ଲୁ୍ୟଟି ଭିତ୍ତିଭୂମି ଢାଂଚାକୁ ବ୍ୟବସାୟୀ ଭାବେ ଉପଯୋଗ କରାଯାଇପାରିବ । ପାର୍ଶ୍ଵବର୍ତ୍ତୀ ଅଂଚଳକୁ ମଧ୍ୟ ବିକାଶର ପ୍ରୋତ୍ସାହନ ମିଳିବ । ଅବଶ୍ୟ ପରିଯୋଜନାକୁ ଅନ୍ତିମ କାର୍ଯ୍ୟ ଭାବେ ପାଲେତୱାରୁ ଜୋରିନପୁଇ ସଡ଼କ ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି । ସଡ଼କ ନିର୍ମାଣକୁ ନେଇ ପୂର୍ବରୁ ଚାଲିଥିବା କାର୍ଯ୍ୟ ଉପରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ ତଥା ଜୋରିନପୁଇ ଓ ପାଲେତୱା ମଧ୍ୟରେ ଚାଲିଥିବା ପରିଯୋଜନା ପାଇଁ ପ୍ରକଳ୍ପ କର୍ମଚାରୀ, ନିର୍ମାଣ ସାମଗ୍ରୀ ତଥା ସମୂର୍ଣ୍ଣ ସୀମାରେ ଉପରକଣ ପରିବହନରେ ସୁଧା ଦେବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ତମୁ-କାଇଗୋନ-କଲେୱା ରୋଡରେ ଓ ବହୁପକ୍ଷୀୟ ରାଜମାର୍ଗ କଲୱା-ୟାର୍ଗି କ୍ଷେତ୍ରରେ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଉଭୟ ପକ୍ଷ ମତ ଦେଇଛନ୍ତି । ରିହ-ଟେଡିମ୍ ସଡ଼କର ସଜ୍ଜିକରଣ ଓ ଡିପିଆର ପ୍ରସ୍ତୁତି ଉପରେ ଉଭୟ ପକ୍ଷ ସହମତ ହୋଇଛନ୍ତି । ଉଭୟ ପକ୍ଷ କହିଛନ୍ତି ଯେ ଏଲ୍ଓସି ଅନ୍ତର୍ଗତ ପୁଟାଓ-ମିଟକିନା ଏବଂ ଏଲେଥେକ୍ୟା-ଅହଂଗର୍ମୋ ସଡ଼କ ନିର୍ମାଣ ଉପରେ ଆସନ୍ତା ପଦକ୍ଷେପ ମିଆଁମାର ଦ୍ୱାରା ଡିପଆର ଉପଲବ୍ଧ କରାଇବା ପରେ ନିଆଯିବ । ମିଆଁମାରର ଅନୁରୋଧରେ ଜବାବରେ ଭାରତ ରିହଖୱାଦର-ଜୌଖାଥର ପୋଲ ଓ ବୱେନୁ ପୋଲ ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ନିଜର ସହମତି ଜଣାଇଛି ।
18- ଉଭୟ ପକ୍ଷ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଯୋଜନାର ସମୀକ୍ଷା କରିଥିଲେ ଓ ୟାଙ୍ଗୁନ୍ ଶିଶୁ ହସ୍ପିଟାଲ ଓ ଶିତ୍ତ୍ୱେ ଜେନେରାଲ ହସ୍ପିଟାଲର ବିକାଶ ତଥା ମୋନିୱା ଜେନେରାଲ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ପୁରା ହେବାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଉଭୟ ପକ୍ଷ ପାରସ୍ପରିକ ଭାବେ ନିଷ୍ପତ୍ତି ନିଆଯାଉଥିବା ଶୈଳୀ ଆଧାରରେ ଏକ ପ୍ରମୁଖ ଭାରତୀୟ ହସ୍ପିଟାଲ ଗ୍ରୁପ୍ ସହଯୋଗରେ ନା-ପି-ତ’ରେ ଏକ ଅତ୍ୟାଧୁନିକ ହସ୍ପିଟାଲକୁ ସ୍ଥାପନ ଓ ଚାଲୁ କରିବା ପାଇଁ ବିଚାରବିମର୍ଶ ଆରମ୍ଭ ନିମନ୍ତେ ସହମତ ହୋଇଛନ୍ତି ।
19- ଉଭୟ ପକ୍ଷ 2012 ମସିହାରେ ମିଆଁମାରକୁ ଭାରତ ଦ୍ୱାରା ଦିଆଯାଇଥିବା 500 ମିଲିୟନ ଆମେରିକୀୟ ଡଲାରର ସବସିଡି ଋଣର ଉପଯୋଗର ଅଗ୍ରଗତି ଉପରେ ବିଚାରବିମର୍ଶ କରିଥିଲେ । ଲାଇନ୍ ଅଫ୍ କ୍ରେଡିଟ ଅନ୍ତର୍ଗତ ଆରମ୍ଭ ହୋଇଥିବା ପରିଯୋଜନାରେ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ମୌଳିକ ଭିତ୍ତିଭୂମି ଢାଂଚାର ବୃଦ୍ଧି ତଥା କୃଷି ଓ ପରିବହନରେ କ୍ଷମତା ବୃଦ୍ଧିରେ ସହାୟତା ମିଳିବ ବୋଲି ଉଭୟ ପକ୍ଷ ଗୁରୁତ୍ୱ ଦେଇଥିଲେ । ପାରସ୍ପରିକ ସହମତିରେ ପରିଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତା ପାଇଁ ଉଭୟ ପକ୍ଷ ସଂକଳ୍ପ ନେଇଥିଲେ ।
20 – ଉଭୟ ପକ୍ଷ ଏହି ଭିତ୍ତିଭୂମି ଢାଂଚା ପରିଯୋଜନାରୁ ସମ୍ପୂର୍ଣ୍ଣ ଲାଭାନ୍ୱିତ ହେବା ପାଇଁ ଯୋଗାଯୋଗ ସମ୍ବନ୍ଧିତ ସଂସ୍ଥାଗତ ବ୍ୟବସ୍ଥାକୁ ପ୍ରାଥମିକତା ଆଧାରରେ ସ୍ଥାପିତ କରିବାର ଆବଶ୍ୟକତା ଥିବା କହିଥିଲେ । ଏ ସମ୍ବନ୍ଧରେ ଏକ ଦ୍ୱିପାକ୍ଷିକ ବୁଝାମଣା କରାଯିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ, ଯାହାଫଳରେ ମୋଟର ଯାନ ଯାତାୟତ, ଯାତ୍ରୀ ଓ ମାଲ ପରିବହନ ଉଭୟକୁ ସୀମା ପାର କରିବାରେ ସହଜ ହେବ ।
21- ଉଭୟ ପକ୍ଷ ଭାରତ ଓ ମିଆଁମାର ମଧ୍ୟରେ ବିଜୁଳି ଓ ଶକ୍ତି ଯୋଗାଣ ନେଟୱାର୍କର ଅଧିକରୁ ଅଧିକ ସମନ୍ୱିତ କରିବାର ଆବଶ୍ୟକତାକୁ ରେଖାଙ୍କିତ କରିଥିଲେ । ମିଆଁମାର ନିଜର ଶକ୍ତି କ୍ଷେତ୍ରରେ ଅନ୍ୱେଷଣ ଓ ଉତ୍ପାଦନ ଉଭୟ ଆଧାରରେ ଭାରତର ଭାଗିଦାରୀର ସ୍ୱାଗତ କରିଛି ଓ ଭାରତୀୟ କମ୍ପାନୀଗୁଡ଼ିକୁ ପେଟ୍ରୋକେମିକାଲ୍ସ ଏବଂ ପେଟ୍ରୋଲିୟମ ଉତ୍ପାଦ, ବିପଣନ ଢାଂଚା ତଥା LPG ଟର୍ମିନାଲର ସ୍ଥାପନ ପାଇଁ ଟେଣ୍ଡରରେ ଭାଗ ନେବା ପାଇଁ ଆମନ୍ତ୍ରିତ କରିଛି । ଭାରତ କହିଛି ଯେ ଅଗ୍ରଣୀ ତୈଳ ଓ ଗ୍ୟାସ କମ୍ପାନୀଗୁଡ଼ିକ ମିଆଁମାରରେ ନଜର କାର୍ଯ୍ୟାଳୟ ଖୋଲିବାର ପ୍ରକ୍ରିୟାରେ ଅଛନ୍ତି । ଉଭୟ ପକ୍ଷ ସ୍ଥଳ ସୀମାରେ ମିଆଁମାରକୁ ଡିଜେଲ ଯୋଗାଣ ଉପରେ ନୁମାଲିଗଡ଼ ରିଫାଇନାରୀ ଅଫ ଇଣ୍ଡିଆ ଓ ପରାମୀ ଏନର୍ଜି ଗ୍ରୁପ୍ ଅଫ ମିଆଁମାର ଦ୍ୱାରା କରାଯାଇଥିବା ବୁଝାମଣାକୁ ପ୍ରଶଂସା କରି କହିଛନ୍ତି ଯେ ଏଥିରେ ଉତ୍ତର ମିଆଁମାରର ଲୋକଙ୍କୁ ପେଟ୍ରୋଲିମୟ ଉତ୍ପାଦ ଶସ୍ତା ଦରରେ ଓ ଅଧିକ ସୁଲଭ ମାତ୍ରାରେ ମିଳିପାରିବ । ମିଆଁମାରରେ ପେଟ୍ରୋଲିୟମ ଉତ୍ପାଦର ଭଣ୍ଡାର ଓ ଖୁଚୁରା ମାର୍କେଟିଂରେ ସହଯୋଗ କରିବା ପାଇଁ ଉଭୟ ପକ୍ଷକୁ ପ୍ରୋତ୍ସାହନ ମିଳିବ । ହାଇସ୍ପିଡ୍ ଡିଜେଲର ପ୍ରଥମ ମାଲ 2017 ସେପ୍ଟେମ୍ବର 4 ତାରିଖରେ ମିଆଁମାର ପହଂଚିଛି ।
22- ଭାରତ ପରମ୍ପରାଗତ ଓ ଅକ୍ଷୟ ଶକ୍ତି ଆଧାରିତ ଶକ୍ତି ବିକାଶ ପରିଯୋଜନା ଓ ମିଆଁମାର ସରକାର ଦ୍ୱାରା ଚିହ୍ନିତ କରାଯାଇଥିବା ପରିଯୋଜନା ନିମନ୍ତେ ଜ୍ଞାନକୌଶଳ ଓ ପରିଯୋଜନା-ଆଧାରିତ ସହାୟତା ଦେବା ପାଇଁ ମଧ୍ୟ ନିଜର ଇଚ୍ଛା ବ୍ୟକ୍ତ କରିଛି । ମିଆଁମାରରେ ସୌର ପାର୍କର ବିକାଶ ପାଇଁ ଉପଯୋଗିତାର ଅଧ୍ୟୟନ କରିବାର ପୂର୍ବବର୍ତ୍ତୀ ପ୍ରସ୍ତାବ ବାଦ୍ ମିଆଁମାରରେ ସୌର ବିକରଣ ସମ୍ବଳର ଆକଳନ କରିବା ପାଇଁ ମଧ୍ୟ ଭାରତ ପ୍ରସ୍ତାବ ଦେଇଛି । ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ଶକ୍ତି ଦକ୍ଷତାର କ୍ଷେତ୍ରରେ ସହଯୋଗ କରିବାର କାର୍ଯ୍ୟପ୍ରଣାଳୀ ଉପରେ ଆଲୋଚନା କରିଥିଲେ । ମିଆଁମାର ନିଜର ପ୍ରମୁଖ ସହରରେ ତଥା ମିଆଁମାର ଦ୍ୱାରା ନେ-ପି-ତ, ବାଗୋ ଅଚଂଳ ଓ ରାଖିନ ରାଜ୍ୟରେ ଚିହ୍ନଟ କୋଠାଗୁଡ଼ିକରେ ଏଲ୍ଇଡି ଆଧାରିତ ଶକ୍ତି ଦ୍ୱାରା ଆଲୋକ ପ୍ରଦାନ ଆରମ୍ଭ କରିବା ନିମନ୍ତେ ଏନର୍ଜି ଏଫିସିୟେନ୍ସି ସର୍ଭିସେସ୍ ଲିଃ ଅଫ୍ ଇଣ୍ଡିଆ ମାଧ୍ୟମରେ ଆରମ୍ଭ କରାଯାଇଥିବା ପରିଯୋଜନାର ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ପାଇଁ ଭାରତର ଧନ୍ୟବାଦ ଜଣାଇଛି । ବିଜୁଳି ବ୍ୟବସାୟରେ ନିଜର ଅନୁଭବକୁ ଭାରତ ବଣ୍ଟନ କରିଛି ଓ ମିଆଁମାର ସହ ଏହି କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗର ସମୀକ୍ଷା କରିବା ପାଇଁ ଆଗ୍ରହ ବ୍ୟକ୍ତ କରିଛି । ଏହି ପ୍ରସଙ୍ଗ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଷ୍ଟିଅରିଂ କମିଟି ଅନ୍ ପାୱାର ଏଣ୍ଡ ଅଦର ଫୋରମ୍ସର ଶୀଘ୍ର ହେବାକୁ ଥିବା ବୈଠକରେ ବିଚାର ବିମର୍ଶ କରାଯିବ ବୋଲି ସହମତି ଜଣାଇଛି । ସହଭାଗୀ ରାଷ୍ଟ୍ରକୁ ପ୍ରାପ୍ତ ହେଉଥିବା ଅସୀମ ଫାଇଦାକୁ ଦୃଷ୍ଟିରେ ରଖି ମିଆଁମାର ଆନ୍ତର୍ଜାତିକ ସୌର ମେଂଟର ସ୍ଥାପନ ପାଇଁ ଫ୍ରେମୱାର୍କ ବୁଝାମଣାରେ ସାମିଲ ହେବା ପାଇଁ ଭାରତର ପ୍ରସ୍ତାବ ଉପରେ ସାବଧାନପୂର୍ବକ ବିଚାର କରିବାର ପ୍ରତିଶ୍ରୁତି ଦେଇଛି ।
23- ଉଭୟ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶର ବର୍ତ୍ତମାନ ସ୍ତରର ସମୀକ୍ଷା କରିଥିଲେ ଓ ଦ୍ୱିପାକ୍ଷିକ ନିବେଶ ଓ ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ଥିବା ନେଇ ସହମତି ଜଣାଇଛନ୍ତି । ଏ ସମ୍ବନ୍ଧରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟକୁ ଅଧିକ ସୁଗମ କରିବା ନିମନ୍ତେ ସମସ୍ତ ବ୍ୟବସାୟିକ ପ୍ରତିବନ୍ଧକକୁ ଦୂର କରିବା, ବଜାର ଉପଲବ୍ଧତାକୁ ଉତ୍ତମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । 2017 ଜୁନ୍ ରେ ଭାରତର ନୂଆଦିଲ୍ଲୀରେ ଆୟୋଜିତ ମିଆଁମାର-ଭାରତ ମିଳିତ ବାଣିଜ୍ୟ ସମିତିର ଷଷ୍ଠ ବୈଠକରେ ନିର୍ଯ୍ୟାସ ଉପରେ ସହମତି ବ୍ୟକ୍ତ କରିଥିଲେ । ସୀମା ବାଣିଜ୍ୟ ସମିତି ତଥା ସୀମା ହାଟ ସମିତି ଉପରେ ବୈଠକକୁ ଜାରି ରଖିବା ପାଇଁ ଉଭୟ ପକ୍ଷ ସହମତି ଜଣାଇଛନ୍ତି ।
24- ଭାରତ ମାନକୀକରଣ, ନିରୀକ୍ଷଣ ଓ ଗୁଣବତ୍ତାର ସୁପାରିସ୍, ଅନୁସନ୍ଧାନ ଓ ବିକାଶ, ମାନବ ସମ୍ବଳର ବିକାଶ ତଥା କ୍ଷମତା ବିକାଶ ଭଳି କ୍ଷେତ୍ରକୁ ସାମିଲ କରି ମିଆଁମାରର କପଡ଼ା କ୍ଷେତ୍ରକୁ ବିକଶିତ କରିବା ପାଇଁ ତା’ ଦ୍ୱାରା ମଗାଯାଇଥିବା ସହଯୋଗକୁ ଭାରତ ସ୍ୱାଗତ କରିଛି ।
25- ଉଭୟ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ନିମନ୍ତେ ଡାଲିର ମହତ୍ୱ ତଥା ମିଆଁମାର ଚାଷୀ ଓ ଭାରତୀୟ ଖାଉଟିଙ୍କ ପାଇଁ ବାଣିଜ୍ୟର ଗୁରୁତ୍ୱକୁ ସ୍ୱୀକାର କରିଥବଲେ । ଏ ସନ୍ଦର୍ଭରେ ମିଆଁମାର ରାଷ୍ଟ୍ର ପରାମର୍ଶଦାତା ଭାରତ ଦ୍ୱାରା ଜାରି କରାଯାଇଥିବା ନିକଟ ଅତୀତରେ ବିଜ୍ଞପ୍ତି ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ । ଯେଉଁଥିରେ ବିଭିନ୍ନ ବର୍ଗର ଡାଲି ଉପରେ ମାତ୍ରାଧିକ କଟକଣା ଜାରି ହୋଇଥିଲା । ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମିଆଁମାର ସହ ବନ୍ଧୁତ୍ୱର ପ୍ରତିବଦ୍ଧତା ଓ ଉଭୟ ଦେଶର ଲୋକ ଓ ରାଷ୍ଟ୍ରର ଦୀର୍ଘକାଳୀନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଆଁମାରରୁ ଆମଦାନୀ ଉପରେ ସମସ୍ତ କଟକଣାକୁ ହଟାଇବାକୁ ଅନୁରୋଧ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସମ୍ବନ୍ଧରେ ଦୀର୍ଘକାଳୀନ ବ୍ୟବସ୍ଥା କରିବା ମହତ୍ୱପୂର୍ଣ୍ଣ, ଯେଉଁଥିରେ ଭବିଷ୍ୟତରେ ଉଭୟ ଦେଶର ଲୋକଙ୍କ ସ୍ୱାର୍ଥ ରକ୍ଷା କରାଯାଇ ପାରିବ ।
26- ଉଭୟ ପକ୍ଷ ସୀମା ଅତିକ୍ରମ ସମ୍ବନ୍ଧୀୟ ବୁଝାମଣାର ସଫଳ ଆଲୋଚନା ଓ ଏହାକୁ ଅନ୍ତିମ ରୂପ ଦେବାକୁ ସ୍ୱାଗତ କରିଥିଲେ । ଯାହା ଦୁଇ ଦେଶ ମଧ୍ୟରେ ସାଧାରଣ ଭୂ-ସୀମାରେ ଲୋକଙ୍କ ଯାତାୟତକୁ ନିୟନ୍ତ୍ରିତ ଓ ସୁସଂଗତ କରିବାରେ ସହାୟତା କରିବ । ସେହିପରି ଦ୍ୱିପାକ୍ଷିକ ବ୍ୟବସାୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଦୁଇ ପକ୍ଷ ଏଭଳି ବୁଝାମଣାରେ ସ୍ୱାକ୍ଷର କରିବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟାକୁ ଶୀଘ୍ର ପୂରଣ କରିବା ନିମନ୍ତେ ନିଜର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ଦେଶର ନେତାମାନେ ଭାରତର ଇମ୍ଫାଲରୁ ମିଆଁମାରର ମଣ୍ଡାଲେ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଏକ ସମନ୍ୱିତ ବସ୍ ସେବା ଆରମ୍ଭ କରିବା ପାଇଁ ଶୀଘ୍ର ଆଲୋଚନା କରିବା ତଥା ବୁଝାମଣା ନିମନ୍ତେ ସହମତି ଜଣାଇଛନ୍ତି ।
27- ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିମାନ ସଂଯୋଗ ଦ୍ୱାରା ଲୋକଙ୍କ ସହ ଲୋକଙ୍କ ସମ୍ପର୍କକୁ ପ୍ରୋତ୍ସାହନ ମିଳିବା ସମେତ ପର୍ଯ୍ୟଟନ, ବାଣିଜ୍ୟ ଓ ନିବେଶ ପ୍ରବାହକୁ ମଧ୍ୟ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଦୁଇ ଦେଶ ମତ ଦେଇଥିଲେ । ଉଭୟ ଦେଶର ନେତା ମଧ୍ୟ ଭାରତର ଆର୍ଥିକ ଓ ଜ୍ଞାନକୌଶଳ ସହାୟତାରେ ପାକୋକ୍କୁ ବିମାନ ବନ୍ଦର ଅବା କାଲଇ ବିମାନ ବନ୍ଦରର ବିକାଶ ନିମନ୍ତେ ମିଆଁମାରର ନାଗରିକ ଉନ୍ନୟନ ବିଭାଗ(ଡିସିଏ) ସହ ଘନିଷ୍ଠ ସହଯୋଗ ମାଧ୍ୟମରେ ଭାରତର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦ୍ୱାରା ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ସହମତି ଜଣାଇଚନ୍ତି । ଭାରତରେ ମିଆଁମାରର ଏୟାର ଟ୍ରାଫିକ କଂଟ୍ରୋଲରଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ବନ୍ଧରେ ଭାରତ ସରକାରଙ୍କ ପ୍ରସ୍ତାବକୁ ମିଆଁମାର ସ୍ୱାଗତ କରିଛି । ଦୁଇ ଦେଶର ନେତା ମିଆଁମାରରେ ତମୁ ଓ ମଣ୍ଡାଲେ ମଧ୍ୟରେ ଟ୍ରେନ ଚଳାଚଳ ପାଇଁ ରେଳମାର୍ଗ ନିର୍ମାଣର ବାସ୍ତବତାକୁ ଜାଣିବା ପାଇଁ ମଧ୍ୟ ନିଜର ସମ୍ବନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ଏକ ଟିମ୍ କୁ ତମୁ ଓ ମଣ୍ଡାଲେ ମଧ୍ୟରେ ରେଳ ସଂଯୋଗର ଅଧ୍ୟୟନ ଓ ଡିପିଆର ପ୍ରସ୍ତୁତ ପାଇଁ ପଠାଯିବ ବୋଲି ଉଭୟ ପକ୍ଷ ସହମତି ଜଣାଇଛନ୍ତି ।
28- ଉଭୟ ପକ୍ଷ ମାନବ ଚୋରାଚାଲାଣର ପୀଡ଼ିତଙ୍କ ସୁରକ୍ଷା ଓ ପୁନର୍ବାସ ପାଇଁ ପାରସ୍ପରିକ ସହମତି ପ୍ରକ୍ରିୟା ନିମନ୍ତେ ଗୁରତ୍ୱକୁ ସ୍ୱୀକାର କରିଛନ୍ତି । ଏ ସନ୍ଦର୍ଭରେ ଉଭୟ ନେତା ମାନବ ଚୋରାଚାଲାଣ ରୋକିବା ପାଇଁ ସହଯୋଗ ଉପରେ ବୁଝାମଣା ପତ୍ରକୁ ଚୂଡ଼ାନ୍ତ ରୂପ ଦେବାକୁ ସ୍ୱାଗତ କରିଛନ୍ତି ଓ ଶୀଘ୍ର ଏହା ସାରିବା ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି ।
29- ଦୁଇ ନେତା ଭାରତ ଓ ମିଆଁମାରର ଲୋକଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । 2017-20 ଅବଧି ପାଇଁ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ(ସିଇପି) ଉପରେ ସ୍ୱାକ୍ଷର କରାଯିବାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସିଇପି ଦ୍ୱାରା ଭାରତର ପୂର୍ବାଂଚଳ ରାଜ୍ୟ ଓ ମିଆଁମାରର ସୀମାବର୍ତ୍ତୀ ଅଚଂଳ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହନ ମିଳିବ ବୋଲି ଦୁଇ ନେତା ବିଶ୍ୱାସ ବ୍ୟକ୍ତ କରିଛନ୍ତି । ମିଆଁମାରର ପ୍ରତ୍ନତତ୍ତ୍ଵବିତଙ୍କ ପାଇଁ ନୂଆଦିଲ୍ଲୀସ୍ଥିତ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାନରେ ଉଚ୍ଚ ଅଧ୍ୟୟନ ପାଇଁ ବାର୍ଷିକ 2ଟି ସିଟ ଉପଲବ୍ଧ କରାଯିବ ବୋଲି ଭାରତ କହିଛି ।
30- ଭାରତର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ଦ୍ୱାରା ବୋଧଗୟାରେ କିଙ୍ଗ୍ ମିଣ୍ଡାନ୍ ଓ ମିଆଁମାରର ରାଜା ବଗ୍ୟିଦ୍ଵ ମନ୍ଦିର ଏବଂ ପଥରର ଶିଳାଲେଖାକୁ ପରୀକ୍ଷା ଓ ସଂରକ୍ଷିତ କରିବା ପାଇଁ ଆରମ୍ଭ ହୋଇଥିବା ପରିଯୋଜନା ଏବେ ଶେଷ ହେବା ଉପରେ । 2017 ଡିସେମ୍ବର ସୁଦ୍ଧା ଏହା ଶେଷ ହୋଇଯିବ ବୋଲି ଭାରତୀୟ ପକ୍ଷ କହିଥିଲେ । ସେହିପରି ମିଆଁମାର ଏହି ସୂଚନାକୁ ସ୍ୱାଗତ କରି କହିଥିଲା ଯେ ଏହି ମନ୍ଦିର ଭାରତ-ମିଆଁମାର ସାଂସ୍କୃତିକ ଐତିହ୍ୟର ଏକ ମହତ୍ୱପୂର୍ଣ୍ଣ ଦିଗ ।
31- ବାଗାନର ଐତିହ୍ୟକୁ ପରୀକ୍ଷା ଓ ସଂରକ୍ଷିତ କରି ଏହାର ସାମାଜିକ-ଆର୍ଥିକ ବିକାଶରେ ଭାରତର ସହାୟତାକୁ ମିଆଁମାର ସ୍ୱାଗତ କରିଛି । ଭାରତର ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ମାଧ୍ୟମରେ ବାଗାନରେ 92 ପ୍ରାଚୀନ ପଗୋଡ଼ା ଓ ନିର୍ମାଣର ପୁନରୁଦ୍ଧାର ଓ ସଂରକ୍ଷିତ କରିବାର ପରିଯୋଜନା ରହିଛି । ଏ ସମ୍ବନ୍ଧରେ ଉଭୟ ପକ୍ଷ ଏକ ବୁଝାମଣା ପତ୍ରକୁ ଚୂଡ଼ାନ୍ତ ରୂପ ଦେବାର ସ୍ୱାଗତ କରିଛନ୍ତି । ଭାରତ-ମିଆଁମାର ସହଯୋଗ ପରିଯୋଜନା ଭାବେ ଆରମ୍ଭ ହୋଇଥିବା ଅନ୍ୟ ପରିଯୋଜନାରେ ମିଆଁମାର ଶିଳ୍ପ, ଖାଦ୍ୟ ଓ ସାଂସ୍କୃତିକ ଗତିବିଧି, ଏଲଇଡି-ଆଧାରିତ ଷ୍ଟ୍ରିଟ୍ ଲାଇଟିଂ, ସ୍ଥାୟୀ ଜଳ ପରିଚାଳନା ନିମନ୍ତେ ବର୍ଷା ଜଳ ସଂଚୟ, ବାଗାନର ଲୋକଙ୍କ ପାଇଁ ବିକଳ୍ପ ଆୟ ସୃଷ୍ଟି ନିମନ୍ତେ ପ୍ରଶିକ୍ଷଣ ତଥା ଚିହ୍ନିତ ବିଦ୍ୟାଳୟର ବିକାଶ ପାଇଁ ଏକ ହବ୍ ଭାବେ ‘ବାଗାନ୍ ହାଟ’ର ସ୍ଥାପନ କରିବା ସମ୍ବନ୍ଧିତ ପରିଯୋଜନାଗୁଡ଼ିକ ସାମିଲ ଅଛି ।
32- ଇ-ଭିସାକୁ ଛାଡ଼ି ମିଆଁମାରର ନାଗରିକଙ୍କୁ ସମସ୍ତ ଶ୍ରେଣୀରେ ନିଃଶୁଳ୍କ ଭିସା ଦେବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ମିଆଁମାର ପ୍ରଶଂସା କରିଛି ।
33- ମିଆଁମାର ସରକାର ଭାରତରେ ବିଭିନ୍ନ ଅପରାଧ ପାଇଁ ଏବେ ଜେଲ୍ ଦଣ୍ଡ ଭୋଗୁଥିବା 40ଜଣ ମିଆଁମାର ନାଗରିକଙ୍କୁ ସ୍ୱତନ୍ତ୍ର କ୍ଷମା ଦେବାକୁ ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭାବ ଅଭିବ୍ୟକ୍ତିକୁ ମିଆଁମାର ସରକାର ଓ ତା’ର ଲୋକଙ୍କ ଦ୍ୱାରା, ବିଶେଷକରି ଯେଉଁମାନେ ଭାରତୀୟ ଜେଲ୍ରୁ ମୁକୁଳିବେ, ସେମାନଙ୍କ ପରିବାର ସଦସ୍ୟମାନେ ଜୋରଦାର ପ୍ରଶଂସା କରିଛନ୍ତି ।
34- ଗଣତନ୍ତ୍ରକୁ ପ୍ରୋତ୍ସାହନ ଓ ସମର୍ଥନ ଦେବାରେ ମିଡିଆ ଗ୍ରହଣ କରାଯାଇଥିବା ଭୂମିକାର ମହତ୍ୱକୁ ସ୍ୱୀକାର କରି ଉଭୟ ପକ୍ଷ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ଓ ମିଆଁମାର ପ୍ରେସ୍ କାଉନ୍ସିଲ ମଧ୍ୟରେ ସହଯୋଗ ଉପରେ ବୁଝାମଣା ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି । ଏହି ବୁଝାମଣା ପତ୍ର ଅନ୍ତର୍ଗତ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଦ୍ୱାରା ସାମ୍ବାଦିକମାନଙ୍କ ମଧ୍ୟରେ ତଥ୍ୟ ଆଦାନ-ପ୍ରଦାନକୁ ପ୍ରୋତ୍ସାହନ ମିଳିବ । ଭାରତ ତଥା ମିଆଁମାରରେ ରାଜନୀତିକ ଓ ଆର୍ଥିକ ବିକାଶର ଭାବନାକୁ ଅଧିକ ଭାବେ ପ୍ରୋତ୍ସାହନ କରିବାରେ ସହାୟତା ମିଳିବ ।
35- ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥକୁ ବ୍ୟାପକ କରିବା ନିମନ୍ତେ ତଥା ବାଣିଜ୍ୟ, ପରିବହନ ଓ ଶକ୍ତି ସମେତ ସମସ୍ତ କ୍ଷେତ୍ରରେ ପାରସ୍ପରିକ ଲାଭର ନ୍ୟାୟସଙ୍ଗତ ଭାବେ ସମାନ ଭାଗିଦାରୀ ସୁନିଶ୍ଚିତ କରିବା ନିମନ୍ତେ କ୍ଷେତ୍ରୀୟ ସହଯୋଗକୁ ଅଧିକ ଘନିଷ୍ଠ କରିବାକୁ ମିଳିତ ପ୍ରତିବଦ୍ଧତା ଦୋହରାଇଛନ୍ତି । ଦୁଇ ଦେଶର ସମସ୍ତ ଲୋକଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ବିଭିନ୍ନ କ୍ଷେତ୍ରୀୟ/ଉପକ୍ଷେତ୍ରୀୟ ସହଯୋଗ ପ୍ରୟାସର ଗୁରୁତ୍ୱକୁ ଉଭୟ ପକ୍ଷ ସ୍ୱୀକାର କରିଛନ୍ତି ।
36- ଜାତିସଂଘ ତଥା ଅନ୍ୟ ବହୁପାକ୍ଷିକ ସଂଗଠନ ସହ ମିଶି କାମ କରିବା ପାଇଁ ଭାରତ ଓ ମିଆଁମାର ପ୍ରତିବଦ୍ଧତା ଜଣାଇଛନ୍ତି । ସାଧାରଣ ସ୍ୱାର୍ଥର ବହୁପାକ୍ଷିକ ପ୍ରସଙ୍ଗ ଉପରେ ନିଜ ନିଜ ତରଫରୁ ସମନ୍ୱୟର ଗୁରୁତ୍ୱକୁ ଉଭୟ ପକ୍ଷ ରେଖାଙ୍କିତ କରିଛନ୍ତି । ସୁଦୃଢ଼ ଜାତିସଂଘ ଉପରେ ଦୁଇ ପକ୍ଷ ଗୁରୁତ୍ୱ ଦେବା ସହ ସୁରକ୍ଷା ପରିଷଦର ଯଥାଶୀଘ୍ର ସୁଦୃଢ଼ୀକରଣର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି । ସୁରକ୍ଷା ପରିଷଦର ବ୍ୟାପକ ସୁଧାର ପାଇଁ ଆନ୍ତଃ ସରକାରୀ ଆଲୋଚନାକୁ ସମର୍ଥନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ଉଲ୍ଲେଖ କରିଛନ୍ତି । ଭାରତ ଦ୍ୱାରା ସମ୍ପ୍ରସାରିତ ଏବଂ ସୁଦୃଢ଼ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ପାଇଁ କରାଯାଉଥିବା ପ୍ରୟାସରେ ମିଆଁମାର ନିଜର ସମର୍ଥନ ଦୋହରାଇଛି । ଉଭୟ ପକ୍ଷ ଆନ୍ତର୍ଜାତିକ ସ୍ତରରେ ଏକ ସଙ୍ଗେ କାମ କରିବା, ବିଶେଷକରି କାର୍ଯ୍ୟକାରିତା ସମ୍ବନ୍ଧରେ, ଯେମିତିକି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ-2030ରେ ସାମିଲ କରାଯାଇଛି । ଉଭୟ ପକ୍ଷ ଜାତିସଂଘ ଓ ତା’ ଦ୍ୱାରା ହେଉଥିବା କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଏଜେନ୍ସୀର ନିରପେକ୍ଷତା ଓ ଉଦ୍ଦେଶ୍ୟର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ।
37-ବହୁପାକ୍ଷିକ ଆର୍ଥିକ ସଂସ୍ଥାନକୁ ସୁଦୃଢ଼ ଓ ସକ୍ଷମ କରିବା ତଥା ଆନ୍ତର୍ଜାତିକ ଆର୍ଥିକ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ବିକାଶଶୀଳ ଦେଶର ସ୍ୱର ଓ ଭାଗିଦାରୀକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତକାକୁ ଉଭୟ ପକ୍ଷ ରେଖାଙ୍କିତ କରିଛନ୍ତି ।
38- ଭାରତ ଓ ମିଆଁମାର ଏହି ଅଂଚଳରେ ଭଲ ପଡ଼ୋଶୀ ହେବାର ଏକ ଉଦାହରଣ ସ୍ଥାପିତ କରିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଦୁଇ ଦେଶ ବିକାଶ କରି ଏକାଠି ଆଗକୁ ବଢ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେଣୁ ଦୁଇ ଦେଶର ଲୋକଙ୍କ ମିଳିତ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ଦେଶ ସହମତି ବ୍ୟକ୍ତ କରିଛନ୍ତି, ଯାହାଫଳରେ ଦୁଇ ଦେଶର ଲୋକ ପାରସ୍ପରିକ ସ୍ୱାର୍ଥ ଆନ୍ତଃ-ଆଶ୍ରିତ ପରିବେଶରେ ଏକାଠି ସୌହାର୍ଦ୍ଦ୍ୟରେ ରହିପାରିବେ ।
39- ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରରେ ନିଜ ରହଣୀ ସମୟରେ ତାଙ୍କୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ଜୋରଦାର ସ୍ୱାଗତ କରାଯାଇଥିବାରୁ ମିଆଁମାର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ ।
40- ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ପରାମର୍ଶଦାତା ଦ ଆଙ୍ଗ୍ ସାନ୍ ସୁ କିଙ୍କୁ ପାରସ୍ପରିକ ଭାବେ ସୁବିଧାଜନକ ସମୟରେ ଭାରତ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ମିଆଁମାର ରାଷ୍ଟ୍ର ପରାମର୍ଶଦାତା ଏହି ନିମନ୍ତ୍ରଣକୁ ହାର୍ଦ୍ଦିକ ଭାବେ ପ୍ରଂଶସା କରିଥିଲେ ।
**********
2014 में ASEAN Summit के अवसर पर मेरा यहां आना हुआ था, परन्तु स्वर्णिम भूमि म्यांमार की यह मेरी पहली द्विपक्षीय यात्रा है: PM @narendramodi
— PMO India (@PMOIndia) September 6, 2017
Myanmar peace process का आपके द्वारा साहसिक नेतृत्व प्रशंसनीय है। जिन चुनौतियों का आप मुकाबला कर रही हैं, हम उन्हें पूरी तरह समझते हैं: PM
— PMO India (@PMOIndia) September 6, 2017
पड़ोसी होने के नाते, सुरक्षा के क्षेत्र में हमारे हित एक जैसे ही हैं: PM @narendramodi
— PMO India (@PMOIndia) September 6, 2017
यह ज़रूरी है कि हम अपनी लंबी ज़मीनी और समुद्री सीमा पर सुरक्षा और स्थिरता बनाए रखने के लिए मिलकर काम करें: PM @narendramodi
— PMO India (@PMOIndia) September 6, 2017
सड़कों और पुलों का निर्माण, उर्जा के links, और connectivity बढ़ाने के हमारे प्रयास, एक अच्छे भविष्य की ओर संकेत करते हैं: PM @narendramodi
— PMO India (@PMOIndia) September 6, 2017
Upper Myanmar की जरूरतों को पूरा करने के लिए भारत से high speed diesel ट्रकों द्वारा आना शुरू हो चुका है: PM @narendramodi
— PMO India (@PMOIndia) September 6, 2017
हमारी development partnership के तहत म्यांमार में उच्च कोटि की स्वास्थ्य, शिक्षा तथा अनुसंधान की सुविधाओं का विकास प्रसन्नता का विषय है: PM
— PMO India (@PMOIndia) September 6, 2017
मुझे यह घोषणा करते हुए खुशी हो रही है कि हमने भारत आने के इच्छुक म्यांमार के सभी नागरिकों को gratis visa देने का निर्णय लिया है: PM
— PMO India (@PMOIndia) September 6, 2017