Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ରର ଧୁଲେ ଗସ୍ତ; ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ରର ଧୁଲେ ଗସ୍ତ; ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ରର ଧୁଲେ ଗସ୍ତ; ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ରର ଧୁଲେ ଗସ୍ତ; ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ


  • ପିଏମକେଏସୱାଇ ଅଧୀନସ୍ଥ ନିମ୍ନ ପାନାଜାରା ମଧ୍ୟମ ପ୍ରକଳ୍ପର ପ୍ରଧାନମନ୍ତ୍ରୀ କଲେ ଶୁଭାରମ୍ଭ, ସୁଲୱାଡ଼େ ଜମ୍ଫାଲ କାନୋଲୀ ଉଠା ଜଳସେଚନ ଯୋଜନାର କଲେ ଶିଳାନ୍ୟାସ,
  • ଜଲଗାଓଁ- ଉଧନା ରେଳପଥ ଦୋହରାକରଣ ଓ ବିଦ୍ୟୁତିକରଣ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ କଲେ ଉତ୍ସର୍ଗ,
  • ଭୁସାଭାଲ- ବନ୍ଧରା ଖାନ୍ଦେଶ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ କଲେ ଶୁଭାରମ୍ଭ
  • ଜନସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ପୁଲୱାମା ଆତଙ୍କୀ ଆକ୍ରମଣର ପ୍ରତି ଲୋତକ ବିନ୍ଦୁର ଭାରତ ନେବ ପ୍ରତିଶୋଧ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଧୁଲେ କ୍ଷେତ୍ର ଗସ୍ତ କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ବିବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି ବିଦ୍ୟାସାଗର ରାଓ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ସୁଭାଷ ଭାମ୍ରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କୀ କାଣ୍ଡରେ ପ୍ରାଣବଳି ଦେଇଥିବା ଯବାନମାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିଲେ । ଏଭଳି ଦୁଃଖଦ ଅବସ୍ଥାରେ ସାରା ଦେଶ ସେମାନଙ୍କ ସହ ସମଦୁଃଖୀ । ଏହି ଅବସରରେ ଆତଙ୍କବାଦକୁ ପ୍ରଶ୍ରୟ ଓ ଆଶ୍ରୟ ଦେଉଥିବା ଶକ୍ତିଙ୍କୁ ଦୃଢ଼ ଭାବେ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଏପର୍ଯ୍ୟନ୍ତ ଭାରତର ନୀତି ରହି ଆସିଥିଲା । କିନ୍ତୁ, ଯଦି କେହି ଭାରତର ବ୍ୟାପାରରେ ମୁଣ୍ଡ ପୁରାଏ, ତେବେ ସେମାନଙ୍କୁ କଦାପି ବିନା ଦଣ୍ଡରେ ଛଡ଼ାଯିବନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ମୁଁ ଏହି ଅବସରରେ ଭାରତର ସେହି ମହାନ ସୁପୁତ୍ରମାନଙ୍କୁ କେବଳ ପ୍ରଣାମ କରୁନାହିଁ, ପରନ୍ତୁ ସେମାନଙ୍କ ମାତାମାନଙ୍କୁ ଯେଉଁମାନେ କି ଏଭଳି ବୀର ସନ୍ତାନମାନଙ୍କୁ ଜନ୍ମ ଦେଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରଣାମ କରୁଛି । ପୁଲୱାମା ଆତଙ୍କୀ କାଣ୍ଡର ରଚୟିତାମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ଏବଂ ସେମାନେ ସେତେବେଳେ ଉପଲବ୍ଧ କରିବେ ଯେ ଏହି ଭାରତ ଏବେ ନୂତନ ଭାରତ ଏବଂ ଏକ ନୂତନ ଦୃଷ୍ଟିଭଙ୍ଗୀର ସହ ବିଶ୍ୱକୁ ଦେଖୁଛି । ଏଥିପାଇଁ ପ୍ରତି ଲୋତକ ବିନ୍ଦୁର ପ୍ରତିଶୋଧ ନିଆଯିବ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ) ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ନିମ୍ନ  ପାନାଜାରା ମଧ୍ୟମ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ପରିଯୋଜନା ଧୁଲେ ଏବଂ ତାହାର ଆଖପାଖର 21 ଟି ଗ୍ରାମର ପ୍ରାୟ 7585 ହେକ୍ଟର କୃଷିକ୍ଷେତ୍ରକୁ ଜଳସେଚିତ କରିପାରିବ । ଏଭଳି ଜଳସେଚନ ପରିଯୋଜନା ତଳକ୍ଳିଷ୍ଟ ସେହି କ୍ଷେତ୍ର ପାଇଁ ଜୀବନ ରେଖା ଭାବେ ପରିଚିତ ହେବ । ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଜଳସେଚନର ସ୍ଥିତିକୁ ମଜଭୁତ କରିବା ସକାଶେ ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ଭାଗରେ ଏବେ ଜଳସେଚନ ପ୍ରକଳ୍ପମାନ ଆରମ୍ଭ କରାଯାଇଛି । ଗତ 4 ବର୍ଷ ମଧ୍ୟରେ 99ଟି ଜଳସେଚନ ପ୍ରକଳ୍ପକୁ ଫାଷ୍ଟଟ୍ରାକ୍‌ ଭିତ୍ତିରେ ସଂପୂର୍ଣ୍ଣ କରାଯାଇଛି । ସେଥି ମଧ୍ୟରୁ 26 ଟି ପ୍ରକଳ୍ପ କେବଳ ମହାରାଷ୍ଟ୍ରରେ ରହିଛି । ପନଜରା ପ୍ରକଳ୍ପ ସେଥି ମଧ୍ୟରୁ ଅନ୍ୟତମ । ପ୍ରାୟ 25 ବର୍ଷ ପୂର୍ବେ ମାତ୍ର 21 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଏବେ 500 କୋଟି ଟଙ୍କା ବ୍ୟୟରେ ସେହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ମହାରାଷ୍ଟ୍ରର ଜଳକ୍ଳିଷ୍ଟ କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦେବା ସକାଶେ ଆମ ପ୍ରୟାସର ଏହା ସୁଫଳବୋଲି ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଲଗାଇଁ- ଉଧନା ରେଳପଥ ଦୋହରାକରଣ ଏବଂ ବିଦ୍ୟୁତିକରଣ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । 2400 କୋଟି ଟଙ୍କାର ଏହି ପ୍ରକଳ୍ପକୁ ଫାଷ୍ଟ ଟ୍ରାକ୍‌ ଭିତ୍ତିରେ 4 ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯାଇଛି । ଏହି ରେଳ ପ୍ରକଳ୍ପ  ଦ୍ୱାରା ଏହି କ୍ଷେତ୍ରର ମାଲ ପରିବହନ ଏବଂ ଲୋକମାନଙ୍କ ଯାତାୟାତ ସୁଗମ ହୋଇପାରିବ । ଉତ୍ତର ଓ ଦକ୍ଷିଣ ଭାରତକୁ ସଂଯୋଗ କରୁଥିବା ଏହି ରେଳ ଲାଇନ ପାଶ୍ୱର୍ବର୍ତ୍ତୀ କ୍ଷେତ୍ରର ବିକାଶରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଥି ସହ ଭୁସାୱାଲ- ଭାନ୍ଦ୍ରା ଖାନ୍ଦେଶ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଭିଡ଼ିଓ ଲିଙ୍କ୍‌ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍‌ ମୁମ୍ବାଇ ଏବଂ ଭୁସାୱାଲ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ । ସେହିଭଳି ପ୍ରଧାନମନ୍ତ୍ରୀ ନନ୍ଦୁରବାର- ଉଧନା ମଧ୍ୟରେ ଏକ ମେମୁ ଟ୍ରେନ୍‌ ଏବଂ ଉଧନା- ପାଲାଡ଼ି ମଧ୍ୟରେ ଅନ୍ୟ ଏକ ମେମୁ ଟ୍ରେନକୁ ପତାକା ଦେଖାଇ ସେଗୁଡ଼ିକର ଚଳାଚଳର ଶୁଭାରମ୍ଭ କରିଥିଲେ ।

ଅପର ପକ୍ଷରେ ପ୍ରଧାନମନ୍ତ୍ରୀ 51 କିଲୋମିଟର ଦୈର୍ଘ୍ୟ ଧୁଲେ- ନର୍ଦନା ରେଳ ଲାଇନ୍‌ ଏବଂ 107 କିଲୋମିଟର ଦୈର୍ଘ୍ୟ ଜଲଗାଓଁ-  ମନମାଡ଼ର ତୃତୀୟ ରେଳଲାଇନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ସୁଇଚ ବଟନ ଚାପି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ ପ୍ରକଳ୍ପ ଏହି କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଯୋଗାଯୋଗ କ୍ଷେତ୍ରରେ ସଂଯୋଗ କରିବା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ଖୁବ୍‌ ଶୀଘ୍ର ଧୁଲେ  ବିକାଶ କ୍ଷେତ୍ରରେ ସୁରଟ ସହ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇପାରିବ ।

ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ କାଳରେ ସୁଲୱାଡ଼େ ଜମ୍ଫାଲ କାନୋଲି ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ତାପି ନଦୀରୁ ଜଳ ଉତ୍ତୋଳନ କରି ସଂଯୋଗୀ ବନ୍ଧ, ପୁଷ୍କରିଣୀ ଓ କେନାଲଗୁଡ଼ିକୁ ଜଳ ଯୋଗାଇଦେବ ଯାହା ଫଳରେ ନିକଟବର୍ତ୍ତୀ 100ଟି ଗ୍ରାମର 1 ଲକ୍ଷ କୃଷକ ଉପକୃତ ହୋଇପାରିବେ ।

ଧୁଲେ ସହର ପାଇଁ ଅମୃତ ଯୋଜନା ଅଧୀନରେ ଏକ ଜଳ ଯୋଗାଣ  ପ୍ରକଳ୍ପ ଏବଂ ଏକ ଭୂତଳ ବର୍ଜ୍ୟ ନିଷ୍କାସନ ପ୍ରକଳ୍ପର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଦୁଇଟି ଯୋଜନା ପାଇଁ ମୋଟ 500 କୋଟି ଟଙ୍କା ବ୍ୟୟ କରାରିବ । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଧୁଲେ କ୍ଷେତ୍ରର ଜଳକ୍ଳିଷ୍ଟ ଅଞ୍ଚଳମାନଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସୁଗମ ଏବଂ ଉତ୍ତମ କରିବା ଦିଗରେ ସମସ୍ତ୍ର ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଆୟୁଷ୍ମାନ ଭାରତ ଜରିଆରେ ମାତ୍ର ଅଳ୍ପ ସମୟ ମଧ୍ୟରେ ଦେଶର 12 ଲକ୍ଷ ଲୋକ ଉପକୃତ ହୋଇପାରିଛନ୍ତି ଏବଂ ସେଥି ମଧ୍ୟରୁ କେବଳ ମହାରାଷ୍ଟ୍ରର 70,000 ଲୋକ ଅଛନ୍ତି । ପୁଣି ସେମାନଙ୍କ ମଧ୍ୟରୁ କେବଳ ଧୁଲେର 1800 ହିତାଧିକାରୀ ରହିଛନ୍ତି । ଗରିବ ଏବଂ ଅବହେଳିତ ଲୋକମାନଙ୍କ ପାଇଁ ଏହି ଯୋଜନା ଆଶାର ଏକ ନୂତନ ଆଲୋକରେଖା ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

 

*****************