12: ଭୁଟାନରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ରୂପେ କାର୍ଡର ପ୍ରଚଳନକୁ ଉଭୟ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ, ଯାହାଫଳରେ କି ଭୁଟାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ସାଙ୍ଗରେ ନେଇକରି ଯାଉଥିବା ନଗଦ ଟଙ୍କାର ପରିମାଣ ମଧ୍ୟ ହ୍ରାସ ପାଇବ । ଏହାଫଳରେ ଭୁଟାନ ଅର୍ଥନୀତି ସମୃଦ୍ଧ ହେବ ଏବଂ ଉଭୟ ଦେଶର ଅର୍ଥନୀତି ସମନ୍ୱିତ ହେବ । ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟକୁ ଦ୍ରୂତ ଗତିରେ ଆଗେଇ ନେବା ପାଇଁ ଉଭୟ ପକ୍ଷ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ । ଏହା ହେଉଛି ଭୁଟାନ ବ୍ୟାଙ୍କମାନଙ୍କ ଦ୍ୱାରା ରୂପେ କାର୍ଡ ପ୍ରଦାନ କରାଯିବା, ଯାହାକି ଭାରତ ଆସୁଥିବା ଭୁଟାନ ପର୍ଯ୍ୟଟକମାନଙ୍କ ପାଇଁ ସହାୟକ ହେବ ଏବଂ ଉଭୟ ଦେଶ ମଧ୍ୟରେ ରୂପେ କାର୍ଡର ସମ୍ପୂର୍ଣ୍ଣ ପ୍ରଚଳନକୁ ଅନୁମତି ମିଳିବ । ରୂପେ କାର୍ଡ ଉନ୍ମୋଚିତ ହେବା ସହିତ ଉଭୟ ଦେଶ ମଧ୍ୟରେ କ୍ୟାସ ବିହୀନ ଦେୟର ପ୍ରଚଳନ ପାଇଁ ଭୁଟାନରେ ଭାରତର ଭାରତ ଇଂଟରଫେଓ ଫର ମନି (ଭୀମ) ଆପର ବ୍ୟବହାର ନେଇ ସମ୍ଭାବ୍ୟତା ଅଧ୍ୟୟନ କରିବା ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।
କ) ଦକ୍ଷିଣ ଆଫ୍ରିକା ଉପଗ୍ରହର ବ୍ୟବହାରକୁ ନେଇ ସାଟକମ ନେଟୱର୍କ ପ୍ରତିଷ୍ଠା କରିବା ପାଇଁ ଆରଜିଓବିର ସୂଚନା ଓ ପ୍ରଯୁକ୍ତି ବିଭାଗ ଓ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ବୁଝାମଣା ପତ୍ର ।
ଖ) ଜାତୀୟ ଜ୍ଞାନ ନେଟୱର୍କ (ଏନକେଏନ) ଏବଂ ଭୁଟାନର ଡ୍ରୁକ ଗବେଷଣା ଓ ଶିକ୍ଷା ନେଟୱର୍କ (ଡ୍ରୁକେନ) ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ନେଇ ବୁଝାମଣା ପତ୍ର ।
ଗ) ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (ଏଏଆଇବି) ଓ ଭୁଟାନର ବିମାନ ଦୁର୍ଘଟଣା ଅନୁସନ୍ଧାନ ୟୁନିଟ (ଏଏଆଇୟୁ) ମଧ୍ୟରେ ବିମାନ ଦୁର୍ଘଟଣା ଅନୁସନ୍ଧାନକୁ ନେଇ ବୁଝାମଣା ପତ୍ର ।
ଘ) ଭୁଟାନର ରୟାଲ ବିଶ୍ୱବିଦ୍ୟାଳୟ ଏବଂ କାନପୁର, ଦିଲ୍ଲୀ ଓ ମୁମ୍ବାଇର ଆଇଆଇଟି ଓ ଏନଆଇଟିର ସିଲଚର ମଧ୍ୟରେ ଶିକ୍ଷା ସମ୍ବନ୍ଧୀୟ ବିକାଶ ଏବଂ ଏସଟିଇଏମ ସହଯୋଗ କ୍ଷେତ୍ରରେ ଆଦାନ ପ୍ରଦାନ ପାଇଁ 4ଟି ବୁଝାମଣା ପତ୍ର ସ୍ୱାକ୍ଷର ।
ଙ) ଆଇନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ଭାରତର ଜାତୀୟ ଆଇନ ବିଦ୍ୟାଳୟ, ବାଙ୍ଗାଲୋର ଓ ଥିମ୍ପୁର ଜିଗମେସିଙ୍ଘେ ୱାଙ୍ଗଚୁକ ଆଇନ ବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ।
ଚ) ନ୍ୟାୟିକ ଶିକ୍ଷା ଏବଂ ପାରସ୍ପରିକ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ନେଇ ଭୁଟାନ ଜାତୀୟ ଆଇନ ପ୍ରତିଷ୍ଠାନ ଓ ଜାତୀୟ ନ୍ୟାୟିକ ଏକାଡେମୀ, ଭୋପାଳ ମଧ୍ୟରେ ବୁଝାମଣା ପତ୍ର ।
ଛ) ମାଙ୍ଗଡେଚ୍ଚୁ ଜଳଜ ବିଦ୍ୟୁତ ଶକ୍ତି ପ୍ରକଳ୍ପ, ପିଟିସି ଇଣ୍ଡିଆ ଲିମିଟେଡ ଓ ଡ୍ରକ ଗ୍ରୀନ ପାୱାର କର୍ମୋରେସନ, ଭୁଟାନ ମଧ୍ୟରେ ଶକ୍ତି କ୍ରୟକୁ ନେଇ ରାଜିନାମା ।
22) ଭୁଟାନର ରାଜତନ୍ତ୍ର ସରକାରଙ୍କ ଅନୁରୋଧ କ୍ରମେ ଗ୍ରାମାଂଚଳରେ ଏଲପିଜିର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏବଂ ଘରୋଇ ଆବଶ୍ୟକତାର ବୃଦ୍ଧିକୁ ନିୟନ୍ତ୍ରିତ କରିବା ନେଇ ଆରଜିଓବିକୁ ସମର୍ଥ କରିବା ପାଇଁ ଭୁଟାନର ସବସିଡ ଯୁକ୍ତ ଏଲପିଜିର ପରିମାଣକୁ ମାସିକ 700 ମେଟ୍ରିକ ଟନରୁ 1000 ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଘୋଷଣା କରିଥିଲେ ।
**********
Joint press meet with @PMBhutan. Watch. https://t.co/856smFi65l
— Narendra Modi (@narendramodi) August 17, 2019