ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଗୁରୁ ରବିଦାସଙ୍କ ଜନ୍ମସ୍ଥାନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ବାରାଣସୀଠାରେ ଡିଜେଲରୁ ବିଦ୍ୟୁତରେ ପରିବର୍ତ୍ତିତ ହେଉଥିବା ଦେଶର ପ୍ରଥମ ଇଞ୍ଜିନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଭାରତୀୟ ରେଳବାଇର ଶତ ପ୍ରତିଶତ ବିଦ୍ୟୁତୀକରଣ ମିଶନକୁ ଦୃଷ୍ଟିରେ ରଖି ଡିଜେଲ ଲୋକୋମୋଟିଭ ୱାର୍କ୍ସ, ବାରାଣସୀଠାରେ ଡିଜେଲ ଇଞ୍ଜିନକୁ ବିଦ୍ୟୁତ ଇଞ୍ଜିନରେ ପରିବର୍ତ୍ତିତ କରାଯାଇଛି । ପ୍ରାରମ୍ଭିକ ପରୀକ୍ଷା ନୀରିକ୍ଷା ପରେ ପ୍ରଧାନମନ୍ତ୍ରୀ ଇଞ୍ଜିନ ନୀରିକ୍ଷଣ କରିଥିଲେ ଏବଂ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ଯେ ସମସ୍ତ ଡିଜେଲ ଇଞ୍ଜିନ ଗୁଡିକୁ ବିଦ୍ୟୁତ ଇଞ୍ଜିନରେ ପରିବର୍ତ୍ତନ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ଶକ୍ତି ସଞ୍ଚୟ ହୋଇପାରିବ ଏବଂ କାର୍ବନ ନିର୍ଗମନ ହ୍ରାସ ପାଇବ । ଡିଜେଲ ଲୋକୋମୋଟିଭ ୱାର୍କ୍ସ କେବଳ 69 ଦିନରେ ଦୁଇଟି WDG3A ଡିଜେଲ ଇଞ୍ଜିନକୁ 10 ହଜାର ଏଚପି କ୍ଷମତାର ବିଦ୍ୟୁତ ଇଞ୍ଜିନ WDG3Aକୁ ପରିବର୍ତ୍ତନ କରିଛି । ଏହା ‘ମେକ ଇନ ଇଣ୍ଡିଆ’ର ଏକ ପଦକ୍ଷେପ । ଇଞ୍ଜିନରେ ଏହି ପରିବର୍ତ୍ତନ ସଂପୂର୍ଣ୍ଣ ଭାବେ ଭାରତୀୟ ଅନୁସନ୍ଧାନ ଏବଂ ବିକାଶ ଉପରେ ଆଧାରିତ । ସଂପୂର୍ଣ୍ଣ ବିଶ୍ୱରେ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
ରବି ଦାସଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ରବିଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଶ୍ରୀ ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ମନ୍ଦିର, ଗୋବର୍ଦ୍ଧନପୁରଠାରେ ପ୍ରଧାନମନ୍ତ୍ରୀ ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ଗରିବ ଏବଂ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆରମ୍ଭ କରାଯାଇଥିବା ସରକାରୀ ପ୍ରକଳ୍ପଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଆମେ ଗରିବଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରିଛୁ ଯାହା ଫଳରେ ଉପେକ୍ଷିତ ଲୋକମାନେ ସମ୍ମାନର ସହିତ ଜୀବନ ଅତିବାହିତ କରିପାରିବେ’ । ସେ କହିଥିଲେ ଯେ ସରକାର ଭ୍ରଷ୍ଟାଚାରୀମାନଙ୍କୁ ଦଣ୍ଡିତ କରୁଥିବା ବେଳେ ସ୍ୱଚ୍ଛ ଲୋକମାନଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ରହସ୍ୟବାଦୀ କବିଙ୍କ ଉପଦେଶ ଆମକୁ ପ୍ରତ୍ୟେକ ଦିନ ପ୍ରେରଣା ଦେଇଥାଏ । ସେ କହିଥିଲେ ଯେ ପର୍ଯ୍ୟନ୍ତ ଜାତି ଆଧାରିତ ଭେଦଭାବ ଥିବା ଲୋକମାନେ ପରସ୍ପର ସହିତ ସୁସଂପର୍କ ସ୍ଥାପନ କରିପାରିବେ ନାହିଁ, ସମାଜରେ ସମାନତା ସ୍ଥାପନ ହୋଇପାରିବ ନାହିଁ । ସନ୍ଥ ରବିଦାସଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗର ଅନୁସରଣ କରିବା ପାଇଁ ସେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ପ୍ରକଳ୍ପ ଅନ୍ତର୍ଗତ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ସହିତ ଏକ ବିଶାଳ ପାର୍କର ନିର୍ମାଣ କରାଯିବ । ପାର୍କରେ ତୀର୍ଥ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ କରାଯିବ ।
In Varanasi, flagged off the first ever Diesel to Electric Converted Locomotive.
— Narendra Modi (@narendramodi) February 19, 2019
I congratulate the entire team that has worked on this historic accomplishment, which will enhance the efforts of the Railways towards electrification. pic.twitter.com/0VmNI6BReF