ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ନୃପେନ୍ଦ୍ର ମିଶ୍ର ତାଙ୍କ ଦାୟିତ୍ୱରୁ ଅବ୍ୟାହିତ ନେବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି । ଦୁଇ ସପ୍ତାହ ପାଇଁ ପଦବୀରେ ରହିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ 1977 ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପି.କେ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ।
ଏକ ବିବୃତ୍ତିରେ ଶ୍ରୀ ନୃପେନ୍ଦ୍ର ମିଶ୍ର କହିଛନ୍ତି :
“ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଦେଶ ସେବା କରିବାର ସୁଯୋଗ ପାଇବା ଗୌରବର ବିଷୟ । ଏହି ଅବସର ପାଇଁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ ତଥା ସେ ସବୁବେଳେ ମୋ ହୃଦୟରେ ରହିବେ ।
ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ନିଜର ପ୍ରତ୍ୟେକଟି ମୁହୂର୍ତ୍ତ ଓ ଚିନ୍ତାଧାରାକୁ ନିୟୋଜିତ କରି କାର୍ଯ୍ୟ କରିବାକୁ ମୁଁ ଉପଭୋଗ କରିଛି । ଏହା ଏକ ସନ୍ତୋଷଜନକ ଯାତ୍ରା ଥିଲା । ଏବେ ଆଗକୁ ଯିବା ଲାଗି ମୋ ପାଇଁ ସମୟ ଆସିଛି, ମୁଁ ଆଗକୁ ମଧ୍ୟ ଜନସାଧାରଣଙ୍କ କଲ୍ୟାଣ ଓ ଜାତୀୟ ସ୍ୱାର୍ଥ ପାଇଁ କାମ କରିବା ଜାରି ରଖିବି । ସରକାରରେ ଏବଂ ବାହାରେ ଥିବା ମୋର ସହକର୍ମୀ, ବନ୍ଧୁ ଓ ମୋ ପରିବାର ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆମ ଦେଶକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ବାଟ କଢ଼େଇ ନେଉଥିବା ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଫଳତା ପାଇଁ ମୁଁ କାମନା କରୁଛି ।”
**********
After serving the PMO assiduously and diligently for over five years and making an indelible contribution to India’s growth trajectory, Shri Nripendra Misra Ji will be embarking on a new phase of his life. My best wishes to him for his future endeavours.
— Narendra Modi (@narendramodi) August 30, 2019
Shri Nripendra Misra is among the most outstanding officers, who has a great grasp of public policy and administration. When I was new to Delhi in 2014, he taught me a lot and his guidance remains extremely valuable.
— Narendra Modi (@narendramodi) August 30, 2019