ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ହରିୟାଣା ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଯେତେବେଳେ ଅମୃତକାଳ ମଧ୍ୟକୁ ପ୍ରବେଶ କରୁଛି ଓ ସମ୍ମିଳିତ ଆକାଂକ୍ଷା ଓ ସଂକଳ୍ପ ଏହାକୁ ପ୍ରକୃତ ରୂପ ଦେବାକୁ ଯାଉଛନ୍ତି, ସେତେବେଳେ ଦେଶ ଶ୍ରୀ ମାତା ଅମୃତାନନ୍ଦ ମୟୀଙ୍କ ଆଶୀର୍ବାଦର ଅମୃତଧାରା ପାଉଛି । ସେ କହିଥିଲେ ଯେ ଏହି ହସ୍ପିଟାଲ ଆଧ୍ୟାତ୍ମିକତା ଓ ଆଧୁନିକତାର ସମନ୍ୱୟ ଓ ଏହା ରୋଗୀଙ୍କ ନିମନ୍ତେ କମ୍ ବ୍ୟୟ ସାପେକ୍ଷ ଉପଚାର ଯୋଗାଇବ । “ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସେ ଭାରତର ଆଧ୍ୟାତ୍ମିକ ପରମ୍ପରାରର ବାର୍ତ୍ତାବହ” ବୋଲି ସେ କହିଥିଲେ ।
ଭାରତର ସେବା ଓ ଔଷଧର ମହାନ ପରମ୍ପରା ରହି ଆସିଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତ ଏପରି ଦେଶ ଯେଉଁଠି ଉପଚାର ହିଁ ସେବା ଓ ସୁଧାର ଏକ ବଦନ୍ୟତା । ଏଠାରେ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତା ପରସ୍ପର ଅଙ୍ଗାଙ୍ଗୀଭାବେ ଜଡିତ । ଡାକ୍ତରୀ ବିଜ୍ଞାନ ଆମର ବେଦ ଭଳି । ଆମେ ମଧ୍ୟ ଆମର ଡାକ୍ତରୀ ବିଜ୍ଞାନକୁ ଆୟୁର୍ବେଦର ନାମ ଦେଇଛୁ ।’ ସେ ସମବେତ ଜନତାଙ୍କୁ ମନେ ପକାଇ କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଓ ସେବା ମନୋଭାବ କେବେ ବି ବିସ୍ତୃତିର ଅତଳ ସାଗରରେ ଲୀନ ହୋଇନାହିଁ । ଏପରିକି ଶହ ଶହ ବର୍ଷର ଦାସତ୍ୱ ସତ୍ତ୍ୱେ ବି ଏହା ଜୀଇଁ ରହିଛି ।
ସେ କହିଥିଲେ ଯେ ଦେଶର ସୌଭାଗ୍ୟ ଯେ ଦିବ୍ୟ ଋଷି ପୂଜ୍ୟ ଆମ୍ମାଙ୍କ ଉପରେ ଆଧ୍ୟାତ୍ମିକ ଶକ୍ତି ଦେଶର କୋଣ ଅନୁକୋଣେ ବ୍ୟାପି ରହିଛି । ସେ କହିଥିଲେ ଯେ ଶିକ୍ଷା ଓ ଔଷଧ ନେଇ ଆମର ଦାୟିତ୍ୱ ଧାର୍ମିକ ଓ ସାମାଜିକ ଅନୁଷ୍ଠାନଗୁଡିକ ଯେପରି ତୁଲାଉଥିଲେ ତାହା ପୁରୁଣା କାଳରେ ପିପିପି ମଡେଲ ସଦୃଶ ।” ଏହା ସରକାରୀ ଘରୋଇ ଭାଗିଦାରିତା କିନ୍ତୁ ମୁଁ ଏହାକୁ ‘ପରସ୍ପର ପ୍ରୟାସ’ ଭାବେ ବିବେଚନା କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତରେ ତିଆରି ଟିକା ଓ କେତେକଙ୍କ ପ୍ରଚାର ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଏହାଫଳରେ ସମାଜ ଅନେକ ପ୍ରକାର ଗୁଜବ ପ୍ରଚାର ହେଲା । ଯେତେବେଳେ ଆଧ୍ୟତ୍ମିକ ଗୁରୁ ଓ ଧାର୍ମିକ ନେତାମାନେ ଏକାଠି ହୋଇ ଜନସାଧାରଣଙ୍କୁ ଗୁଜବର ବଶବର୍ତ୍ତୀ ନ ହେବାକୁ ପ୍ରବର୍ତ୍ତାଇଲେ ସେତେବେଳେ ଏହା ସଫଳ ହେଲା । ଅନ୍ୟାନ୍ୟ ଦେଶରେ ଟିକା ପ୍ରତି ଦେଖା ଦେଉଥିବା ବିଦ୍ୱେଷ ଭାରତକୁ ଆଉ ସାମ୍ନା କରିବାକୁ ପଡିଲା ନାହିଁ ।
ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଇଥିବା ଉଦ୍ବୋଧନ ଅବତାରଣା କରି ପ୍ରଧାନମନ୍ତ୍ରୀ ଅମୃତ କାଳରେ ସେ ପାଞ୍ଚଟି ଶପଥ କଥା ଦେଶବାସୀଙ୍କ ସମ୍ମୁଖରେ ରଖିଥିବା କହିଥିଲେ । ସେଥିରୁ ଗୋଟିଏ ପଣ ହେଉଛି ଦାସତ୍ୱ ମାନସିକତାର ସମ୍ପୂର୍ଣ୍ଣ ପରିହାର । ଏ ବିଷୟ ଦେଶରେ ମଧ୍ୟ ବ୍ୟାପକ ଆଲୋଚନାର ବିଷୟବସ୍ତୁ ପାଲଟିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯଦି ଏହି ମାନସିକତା ପରିହାର କରୁ, ତେବେ ଆମ କାର୍ଯ୍ୟର ଦିଗ ମଧ୍ୟ ବଦଳିଯିବ ।” ଏହି ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଦୃଶ୍ୟମାନ, କାରଣ ଦେଶର ପାରମ୍ପରିକ ଜ୍ଞାନ ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଉଛି । ଯୋଗ ଆଜି ବିଶ୍ୱବ୍ୟାପୀ ଆଦୃତ ଓ ବିଶ୍ୱ ଆସନ୍ତାବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଯାଉଛି ।
ତାଙ୍କ ଅଭିଭାଷଣ ସମାପନରେ ପ୍ରଧାନମନ୍ତ୍ରୀ କହିଥିôଲେ ଯେ ଆଜି ହରିୟାଣା ଦେଶର ଏକ ଅଗ୍ରଣୀ ରାଜ୍ୟ ଯେଉଁଠି ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହୋଇଛି । ବେଟି ବଚାଓ, ବେଟି ପଢାଓ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ହରିୟାଣାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସୁସ୍ଥତା ଓ କ୍ରୀଡା ହରିୟାଣାର ସଂସ୍କୃତିରେ ରହିଛି ବୋଲି ସେ କହିଥିଲେ ।
ପୃଷ୍ଠଭୂମି:
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳରେ ଏକ ଆଧୁନିକ ଡାକ୍ତରୀ ଭିତ୍ତିଭୂମି ମିଳିଛି । ମାତା ଅମୃତାନନ୍ଦ ମୟୀ ସଂସ୍ଥା ପକ୍ଷରୁ ପରିଚାଳିତ ଏହି ଅତି ସ୍ୱତନ୍ତ୍ର ହସ୍ପିଟାଲରେ ୨୬୦୦ଟି ଶଯ୍ୟା ରହିଛି । ପ୍ରାୟ ଛଅ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଫରିଦାବାଦ ଓ ଏନ୍ସିଆର ଅଞ୍ଚଳବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ।
*****
SM/SLP
Amrita Hospital in Faridabad will provide state-of-the-art healthcare facilities to people in NCR region. https://t.co/JnUnYU3m93
— Narendra Modi (@narendramodi) August 24, 2022
कुछ दिन पहले ही देश ने एक नयी ऊर्जा के साथ आजादी के अमृतकाल में प्रवेश किया है।
— PMO India (@PMOIndia) August 24, 2022
हमारे इस अमृतकाल में देश के सामूहिक प्रयास प्रतिष्ठित हो रहे हैं, देश के सामूहिक विचार जागृत हो रहे हैं: PM @narendramodi
भारत एक ऐसा राष्ट्र है, जहां, इलाज एक सेवा है, आरोग्य एक दान है।
— PMO India (@PMOIndia) August 24, 2022
जहां आरोग्य आध्यात्म, दोनों एक दूसरे से जुड़े हुये हैं।
हमारे यहाँ आयुर्विज्ञान एक वेद है। हमने हमारी मेडिकल साइन्स को भी आयुर्वेद का नाम दिया है: PM @narendramodi
हमारे धार्मिक और सामाजिक संस्थानों द्वारा शिक्षा-चिकित्सा से जुड़ी जिम्मेदारियों के निर्वहन की ये व्यवस्था एक तरह से पुराने समय का PPP मॉडल ही है।
— PMO India (@PMOIndia) August 24, 2022
इसे Public-Private Partnership तो कहते ही हैं लेकिन मैं इसे ‘परस्पर प्रयास’ के तौर पर भी देखता हूं: PM @narendramodi
आप सभी को ध्यान होगा कि जब भारत ने अपनी वैक्सीन बनाई थी, तो कुछ लोगों ने किस तरह का दुष्प्रचार करने की कोशिश की थी।
— PMO India (@PMOIndia) August 24, 2022
इस दुष्प्रचार की वजह से समाज में कई तरह की अफवाहें फैलने लगी थीं: PM @narendramodi
लेकिन जब समाज के धर्मगुरू, अध्यात्मिक गुरू एक साथ आए, उन्होंने लोगों को अफवाहों पर ध्यान ना देने को कहा, तो उसका तुरंत असर हुआ।
— PMO India (@PMOIndia) August 24, 2022
भारत को उस तरह की वैक्सीन hesitancy का सामना नहीं करना पड़ा, जैसा अन्य देशों में देखने को मिला: PM @narendramodi
इस बार लाल किले से मैंने अमृतकाल के पंच-प्राणों का एक विज़न देश के सामने रखा है।
— PMO India (@PMOIndia) August 24, 2022
इन पंच प्राणों में से एक है- गुलामी की मानसिकता का संपूर्ण त्याग।
इसकी इस समय देश में खूब चर्चा भी हो रही है।
इस मानसिकता का जब हम त्याग करते हैं, तो हमारे कार्यों की दिशा भी बदल जाती है: PM
हरियाणा आज देश के उन अग्रणी राज्यों में है, जहां घर-घर पाइप से पानी की सुविधा से जुड़ चुका है।
— PMO India (@PMOIndia) August 24, 2022
इसी तरह, बेटी बचाओ, बेटी पढ़ाओ में भी हरियाणा के लोगों ने बेहतरीन काम किया है।
फ़िटनेस और खेल जैसे विषय तो हरियाणा के संस्कारों में ही हैं: PM @narendramodi
Glimpses from Faridabad, where the Amrita Hospital has been inaugurated. @Amritanandamayi pic.twitter.com/LtwTXpS4hN
— Narendra Modi (@narendramodi) August 24, 2022
Proud to belong to a culture which attaches topmost importance to good health and well-being. pic.twitter.com/95rnGJz9JI
— Narendra Modi (@narendramodi) August 24, 2022
Respected Mata @Amritanandamayi Ji is a living manifestation of India's glorious tradition of living for others. Her efforts in healthcare, education and social welfare are outstanding. pic.twitter.com/QGXft4Oj0F
— Narendra Modi (@narendramodi) August 24, 2022
Collective efforts for a healthier India! pic.twitter.com/9bJkkt7sKD
— Narendra Modi (@narendramodi) August 24, 2022