ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶର ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡି ଏହି ଅବସରରେ ଉପସ୍ଥିତ ଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୃଦ୍ଧ ଅତୀତ ସମ୍ପନ୍ନ ଆନ୍ଧ୍ର ପ୍ରଦେଶର ଏହି ପବିତ୍ର ମାଟିକୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଛି । ଆଜାଦୀ କା ଅମୃତ ମହୋତ୍ସବ ସହ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ଓ ରାମ୍ଫା ବିଦ୍ରୋହର ୧୦୦ ବର୍ଷ ପୂରଣର ଅପୂର୍ବ ମିଳନ ଘଟିଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ମହାନ ‘ମାନ୍ୟମ ଭୀରୁଡୁ’ ଆଲୁରୀ ସୀତାରାମ ରାଜୁଙ୍କ ସ୍ମୃତିରେ ନତମସ୍ତକ ହେବା ସହ ସମଗ୍ର ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ‘ଆଦିବାସୀ ପରମ୍ପରା’ ପ୍ରତି ଶ୍ରଦ୍ଧା ବ୍ୟକ୍ତି କରିବା ସହ ଆନ୍ଧ୍ର ପ୍ରଦେଶର ଏହି ପରମ୍ପରାରୁ ଜନ୍ମ ନେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଆଲୁରୀ ସୀତରାମ ରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଓ ରାମ୍ଫା କ୍ରାନ୍ତିର ଶତବାର୍ଷିକୀ ବର୍ଷ ବ୍ୟାପୀ ହେବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ । ତାଙ୍କ ଜନ୍ମସ୍ଥାନ ପଣ୍ଡରଙ୍ଗୀ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ମୋଗାଲୁରେ ଆଲୁରୀ ଧ୍ୟାନ ମନ୍ଦିର ପ୍ରତିଷ୍ଠା ଅମୃତ ମହୋତ୍ସବର ଉତ୍ସାର ପ୍ରତୀକ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କେତେ ବର୍ଷ, କେତେକ ଅଞ୍ଚଳ ଓ କେତେକ ଲୋକଙ୍କ ଇତିହାସ ନୁହେଁ । ଏହି ଇତିହାସ ତ୍ୟାଗର ଟାଣପଣର ଓ ଦେଶର କୋଣ ଅନୁକୋଣରେ ବଳିଦାନର । “ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମ ଶକ୍ତି ଓ ବିବିଧତା, ସଂସ୍କୃତି ଓ ଆମ ଜାତିର ଐକ୍ୟର ପ୍ରତୀକ ବୋଲି ସେ କହିଥିଲେ । ଆଲୁରୀ ସୀତାରାମ ରାଜୁଙ୍କୁ ଭାରତୀୟ ସଂସ୍କୃତି, ଆଦିବାସୀ ମାନ୍ୟତା, ମୌର୍ଯ୍ୟ, ଆଦର୍ଶ ଓ ଗୁଣର ପ୍ରତୀକ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ ସୀତାରାମ ରାଜୁ ମହାଶୟଙ୍କ ଜନ୍ମରୁ ଯୋଗ ଓ ସମ୍ପୂର୍ଣ୍ଣ ଜୀବନଯାତ୍ରା ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ସେ ଆଦିବାସୀ ସମାଜ, ସେମାନଙ୍କ ସୁଖ ଓ ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ । ଆଲୁରୀ ସୀତାରାମ ରାଜୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହର ପ୍ରତିନିଧିତ୍ୱ କରନ୍ତି ଯାହାର ଉଦେଶ୍ୟ ହେଉଛି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଆଧ୍ୟାତ୍ମିକବାଦ ଆଲୁରୀ ସୀତାରାମ ରାଜୁଙ୍କୁ ଦୟା ଓ କରୁଣା ଆଦି ସେବା ସମାଜ ପାଇଁ ଏକ ପରିଚୟ ଓ ସମାନତା ଜ୍ଞାନ ଓ ସାହସିକତାକୁ ମୁଖରେ ଭରି ଦେଇଥିଲା । ରାମ୍ଫା ବିଦ୍ରୋହରେ ଆଲୁରୀ ସୀତାରାମ ରାଜୁ ଓ ଅନ୍ୟ ଯେଉଁମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ, ସେମାନଙ୍କ ତ୍ୟାଗ ଆଜି ମଧ୍ୟ ସମଗ୍ର ଦେଶ ପାଇଁ ଏକ ପ୍ରେରଣାର ସ୍ରୋତ ହୋଇ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ । “ଦେଶର ଯୁବ ସମାଜ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଆଜି ଦେଶ ବିକାଶ ପାଇଁ ଯୁବ ଶକ୍ତି ପାଇଁ ଅପୂର୍ବ ସୁଯୋଗ ରହିଛି ଆଗେଇ ଆସିବାକୁ” ସେ କହିଥିଲେ ଯେ “ଆଜି ନୂତନ ସୁଯୋଗ, ରାସ୍ତା, ଚିନ୍ତାଧାରା ଓ ନବ ଭାରତ ନିମନ୍ତେ ଅନେକ ସମ୍ଭାବନା ଥିବାବେଳେ ଆମର ଯୁବ ସମାଜ ଏହିସବୁ ସମ୍ଭାବନାକୁ ସାକାର କରିବାରେ ଲାଗିପଡ଼ିଛନ୍ତି ।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ପ୍ରଦେଶ ହେଉଛି ବୀର ଓ ଦେଶପ୍ରେମୀଙ୍କ ମାଟି । ଦେଶର ପତାକା ତିଆରି କରିଥିବା ପିଙ୍ଗାଲୀ ଭେଙ୍କେୟା ହେଉଛନ୍ତି ଏହି ମାଟିର ବୀର ସନ୍ତାନ । ଏହି ମାଟିରେ କେନେଗାଛି ହନୁମାନଥୁ, କୁଣ୍ଡକୁରୀ ନିରେସାଲିଙ୍ଗମ ପାନ୍ତୁଲୁ ଓ ପୋଟ୍ଟିୀ ସୀତାରାମୁଲୁ ଭଳି ବୀରମାନେ ଜନ୍ମ ନେଇଛନ୍ତି । ଅମୃତ କାଳରେ ଏ ସମସ୍ତ ବୀରମାନଙ୍କ ସ୍ୱପ୍ନକୁ ସାକାର କରିବା ହେଉଛି ଆମ ସମସ୍ତ ଦେଶବାସୀଙ୍କ ଦାୟିତ୍ୱ । ଏକ ଭାରତ ଯେଉଁଠି ଗରିବ, ଚାଷୀ, ଅନଗ୍ରସର, ଆଦିବାସୀ ସମସ୍ତଙ୍କ ପାଇଁ ସମାନ ସୁଯୋଗ । ଗତ ଆଠ ବର୍ଷ ମଧ୍ୟରେ ସରକାର ଆଦିବାସୀମାନଙ୍କ କଲ୍ୟାଣ ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ କରି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଦେଶରେ ଆଦିବାସୀ ସଂଗ୍ରହାଳୟମାନଙ୍କ ପ୍ରତିଷ୍ଠା କରାଯାଇ ଆଦିବାସୀମାନଙ୍କ ଗର୍ବ ଓ ଐତିହ୍ୟର ପ୍ରଦର୍ଶନ ହୋଇଛି । ଆନ୍ଧ୍ର ପ୍ରଦେଶର ଲାମ୍ବାସିଂ ଠାରେ “ଆଲୁରୀ ସୀତାରାମ ରାଜୁ ସ୍ମାରକୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ” ସଂଗ୍ରହାଳୟ ନିର୍ମାଣ କରାଯାଇଛି । ସେହିପରି ନଭେମ୍ବର ୧୫ ତାରିଖକୁ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ବିଦେଶୀ ଶାସକମାନେ ଆଦିବାସୀମାନଙ୍କ ଉପରେ ସର୍ବାଧିକ ଅତ୍ୟାଚାର କରି ସେମାନଙ୍କ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଥିଲେ ଯେ ଆଜି ଆଦିବାସୀ କଳା କୁଶଳତା ସ୍କିଲ୍ ଇଣ୍ଡିଆ ମିଶନ ଜରିଆରେ ଏକ ନୂତନ ପରିଚୟ ଲାଭ କରିଛି। ‘ଭୋକାଲ ଫର ଲୋକାଲ’ ଆଦିବାସୀ କଳା କୌଶଳକୁ ଏକ ଆୟର ମାଧ୍ୟମ କରିପାରିଛି । ଯୁଗ ଯୁଗ ଧରି ଯେଉଁ ଆଇନ ବଳରେ ଆଦିବାସୀମାନେ ବାଉଁଶ ଭଳି ଜଙ୍ଗଲଜାତ ଦ୍ରବ୍ୟ କାଟି ପାରୁ ନଥିଲେ ଆମେ ଆଇନରେ ପରିବର୍ତ୍ତନ କରି ସେମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଦେଇଛୁ । ସେହିପରି ଜଙ୍ଗଲଜାତ ଦ୍ରବ୍ୟ ଏମଏସପି ସଂଖ୍ୟ ୧୨ରୁ ୯ଠରୁ ଅଧିକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୩ଠଠଠରୁ ଅଧିକ ବନଗନ ବିକାଶ କେନ୍ଦ୍ର ଓ ୫ଠ ହଜାରରୁ ଅଧିକ ବନଗନ ସ୍ୱୟଂ ସହାୟକ ଗୋଷ୍ଠୀ ଆଦିବାସୀମାନଙ୍କ କଳା ଓ ପ୍ରସ୍ତୁତ ସାମଗ୍ରୀ ଆଧୁନିକ ସୁଯୋଗ ପାଉଛନ୍ତି । ଆକାଂକ୍ଷିତ ଜିଲ୍ଲା ଯୋଜନା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ଅନେକ ସାହାଯ୍ୟ କରିବ । ଶିକ୍ଷା ଦୃଷ୍ଟିରୁ ଦେଖିଲେ ୭୫ଠ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ଓ ଜାତୀୟ ଶିକ୍ଷାନୀତି ଅଧିନରେ ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମାନ୍ୟମ ଭୀରୁଡୁ” ଆଲୁରୀ ସୀତାରାମ ରାଜୁ ତାଙ୍କର ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମ କାଳରେ କହିଥିଲେ ‘ଦମ ହେ ତୋ ମୁଝେ ରୋକ ଲୋ’ ଯଦି ପାରୁଛ ମୋତେ ରୋକ । ଆଜି ମଧ୍ୟ ଦେଶ ସେ ଆହ୍ୱାନର ମୁକାବିଲା କରୁଛି । ୧୩ଠ କୋଟି ଦେଶବାସୀ ଏକାକୀ ଓ ଶକ୍ତିର ସହ ସବୁ ଆହ୍ୱାନ ପ୍ରତି ସେହି ଗୋଟିଏ କଥା କହୁଛନ୍ତି ‘ଦମ ହୋ ତୋ ରୋକ ଲୋ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଘଟଣାର ପୃଷ୍ଠଭୂମି
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସରକାର ଅଙ୍ଗୀକାରବଦ୍ଧ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷ ବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି ।
ଜୁଲାଇ ୪, ୧୮୯୭ ମସିହାରେ ଭୀମାଭରମ ଠାରେ ଜନ୍ମିତ ଆଲୁରୀ ସୀତାରାମ ପୂର୍ବଘାଟ ଅଞ୍ଚଳର ଆଦିବାସୀମାନଙ୍କ ସ୍ୱାର୍ଥ ପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ତାଙ୍କର ସଂଗ୍ରାମ ନିମନ୍ତେ ସ୍ମରଣୀୟ ହୋଇ ରହିଛନ୍ତି । ୧୯୨୨ ମସିହାରେ ସଂଗଠିତ ରାମ୍ଫା ବିଦ୍ରୋହରେ ସେ ନେତୃତ୍ୱ ନେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସେ (ମାନ୍ୟମ ଭୀରୁଡୁ) ବା ଜଙ୍ଗଲର ନାୟକ ଭାବେ ପରିଚିତ ।
ଏକ ବର୍ଷବ୍ୟାପୀ ଉତ୍ସବ ପାଳନ ନିମନ୍ତେ ସରକାର ଅନେକ ପଦକ୍ଷେପ ମାନ ଦେବାକୁ ଯୋଜନା କରିଛନ୍ତି । ବିଜୟ ନଗରମ ଜିଲ୍ଲାର ପାଣ୍ଡରଙ୍ଗୀ ତଥା ଆଲୁରୀ ସୀତାରାମ ରାଜୁଙ୍କ ଜନ୍ମ ସ୍ଥାନ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ରାମ୍ଫା ବିଦ୍ରୋହର ସୂତ୍ରପାତ ହୋଇଥିଲା । ଧ୍ୟାନ ମୁଦ୍ରାରେ ଆଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି ସହ ମୋଗୁଲୁ ଠାରେ ଆଲୁରୀ ଧ୍ୟାନ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି ।
SM/MB
Tributes to the great freedom fighter Alluri Sitarama Raju. His indomitable courage inspires every Indian. https://t.co/LtgrhYHKin
— Narendra Modi (@narendramodi) July 4, 2022
आज एक ओर देश आज़ादी के 75 साल का अमृत महोत्सव मना रहा है, तो साथ ही अल्लूरी सीताराम राजू गारू की 125वीं जयंती का अवसर भी है।
— PMO India (@PMOIndia) July 4, 2022
संयोग से, इसी समय देश की आज़ादी के लिए हुई ‘रम्पा क्रांति’ के 100 साल भी पूरे हो रहे हैं: PM @narendramodi
अल्लूरी सीताराम राजू गारू की 125वीं जन्मजयंती और रम्पा क्रांति की 100वीं वर्षगांठ को पूरे वर्ष celebrate किया जाएगा।
— PMO India (@PMOIndia) July 4, 2022
पंडरंगी में उनके जन्मस्थान का जीर्णोद्धार, चिंतापल्ली थाने का जीर्णोद्धार, मोगल्लू में अल्लूरी ध्यान मंदिर का निर्माण, ये कार्य हमारी अमृत भावना के प्रतीक हैं: PM
आजादी का संग्राम केवल कुछ वर्षों का, कुछ इलाकों का, या कुछ लोगों का इतिहास नहीं है।
— PMO India (@PMOIndia) July 4, 2022
ये इतिहास, भारत के कोने-कोने और कण-कण के त्याग, तप और बलिदानों का इतिहास है: PM @narendramodi
सीताराम राजू गारू के जन्म से लेकर उनके बलिदान तक, उनकी जीवन यात्रा हम सभी के लिए प्रेरणा है।
— PMO India (@PMOIndia) July 4, 2022
उन्होंने अपना जीवन आदिवासी समाज के अधिकारों के लिए, उनके सुख-दुःख के लिए और देश की आज़ादी के लिए अर्पित कर दिया: PM @narendramodi
आंध्र प्रदेश वीरों और देशभक्तों की धरती है। यहाँ पिंगली वेंकैया जैसे स्वाधीनता नायक हुये, जिन्होंने देश का झण्डा तैयार किया।
— PMO India (@PMOIndia) July 4, 2022
ये कन्नेगंटी हनुमंतु, कन्दुकूरी वीरेसलिंगम पंतुलु और पोट्टी श्रीरामूलु जैसे नायकों की धरती है: PM @narendramodi
आज अमृतकाल में इन सेनानियों के सपनों को पूरा करने की ज़िम्मेदारी हम सभी देशवासियों की है। हमारा नया भारत इनके सपनों का भारत होना चाहिए।
— PMO India (@PMOIndia) July 4, 2022
एक ऐसा भारत- जिसमें गरीब, किसान, मजदूर, पिछड़ा, आदिवासी सबके लिए समान अवसर हों: PM @narendramodi
आज़ादी के बाद पहली बार, देश में आदिवासी गौरव और विरासत को प्रदर्शित करने के लिए आदिवासी संग्रहालय बनाए जा रहे हैं।
— PMO India (@PMOIndia) July 4, 2022
आंध्र प्रदेश के लंबसिंगी में “अल्लूरी सीताराम राजू मेमोरियल जन- जातीय स्वतंत्रता सेनानी संग्रहालय” भी बनाया जा रहा है: PM @narendramodi
स्किल इंडिया मिशन के जरिए आज आदिवासी कला-कौशल को नई पहचान मिल रही है।
— PMO India (@PMOIndia) July 4, 2022
‘वोकल फॉर लोकल’ आदिवासी कला कौशल को आय का साधन बना रहा है।
दशकों पुराने क़ानून जो आदिवासी लोगों को बांस जैसी वन-उपज को काटने से रोकते थे, हमने उन्हें बदलकर वन-उपज पर अधिकार दिये: PM @narendramodi
“मण्यम वीरुडु” अल्लूरी सीताराम राजू ने, अंग्रेजों से अपने संघर्ष के दौरान दिखाया कि - ‘दम है तो मुझे रोक लो’।
— PMO India (@PMOIndia) July 4, 2022
आज देश भी अपने सामने खड़ी चुनौतियों से, कठिनाइयों से इसी साहस के साथ, 130 करोड़ देशवासी, एकता के साथ, सामर्थ्य के साथ हर चुनौती को कह रहे हैं- ‘दम है तो हमें रोक लो’: PM
It is our honour that we are getting to mark the special occasion of the 125th Jayanti of the brave Alluri Sitarama Raju. pic.twitter.com/r9uTPzex6t
— Narendra Modi (@narendramodi) July 4, 2022
The life of Alluri Sitarama Raju manifests the true spirit of ‘Ek Bharat, Shreshtha Bharat.’ pic.twitter.com/C6Zlp9hmnY
— Narendra Modi (@narendramodi) July 4, 2022
Andhra Pradesh is a land of bravery. The people from this state have made pioneering contributions to our freedom struggle. pic.twitter.com/SosD8sbTCB
— Narendra Modi (@narendramodi) July 4, 2022
Our Government is making numerous efforts to popularise tribal culture and ensure greater development works and opportunities in tribal areas. pic.twitter.com/BrnnlCcT9k
— Narendra Modi (@narendramodi) July 4, 2022
అల్లూరి సీతారామరాజు జీవితం ‘ఏక్ భారత్, శ్రేష్ఠ భారత్’ అనే నిజమైన స్ఫూర్తిని తెలియజేస్తుంది. pic.twitter.com/SaWZhDcQxN
— Narendra Modi (@narendramodi) July 4, 2022
ఆంధ్రప్రదేశ్ శౌర్య భూమి. ఈ రాష్ట్ర ప్రజలు మన స్వాతంత్ర్య పోరాటానికి మార్గదర్శకత్వం వహించారు. pic.twitter.com/Wh92mtt8Wc
— Narendra Modi (@narendramodi) July 4, 2022
గిరిజన సంస్కృతిని ప్రాచుర్యంలోకి తెచ్చేందుకు, గిరిజన ప్రాంతాల్లో మరిన్ని అభివృద్ధి పనులతో పాటు అవకాశాలను కల్పించేందుకు మా ప్రభుత్వం అనేక ప్రయత్నాలు చేస్తోంది. pic.twitter.com/MJRRFMHGtF
— Narendra Modi (@narendramodi) July 4, 2022
మన్యం వీరుడు అల్లూరి సీతారామరాజు 125వ జయంతి ప్రత్యేక సందర్భాన్ని మనం జరుపుకోవడం మనకు గర్వ కారణం. pic.twitter.com/MVRjFAS0bE
— Narendra Modi (@narendramodi) July 4, 2022