ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ–୨୦୨୨ ଉଦଘାଟନ କରିଛନ୍ତି । ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ–ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ, ବାୟୋଟେକ କ୍ଷେତ୍ରର ଅଂଶୀଦାର, ବିଶେଷଜ୍ଞ, ପୁଞ୍ଜି ଲଗାଣକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଜୈବ ଅର୍ଥନୀତିରେ ଆଠ ବର୍ଷରେ ଆଠ ଗୁଣ ବୃଦ୍ଧି ଘଟିଛି । “ଆମେ ୧୦ ବିଲିୟନରୁ ୮୦ ବିଲିୟନ ଡଲାରରେ ପହଂଚିଛୁ । ବୈଶ୍ୱିକ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ହୁଏତ ଖୁବ କମ ଦିନରେ ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ସ୍ଥାନ ପାଇବ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଜୈବ ପ୍ରଯୁକ୍ତି ଶିଳ୍ପ ଗବେଷଣା ସହାୟତା ପରିଷଦ (ବିଆଇଆରଏସି)ର ଦେଶ ବିକାଶ କ୍ଷେତ୍ରରେ ଅବଦାନର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଜୈବ ପ୍ରଯୁକ୍ତି ଶିଳ୍ପର ଅବଦାନ ଦେଶର ବିକାଶରେ ଖୁବ ଗୁରୁତ୍ୱପୂର୍ଣ୍ଣ ।
ବୈଶ୍ୱିକ ଦୃଶ୍ୟପଟ୍ଟରେ ୟୁରୋପୀୟ ବୃତ୍ତିଧାରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଖ୍ୟାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମର ଆଇଟି ବୃତ୍ତିଧାରୀଙ୍କ କୌଶଳ ଓ ନୂଆ କିଛି କରି ଦେଖାଇବାର ଦକ୍ଷତା ଆଜି ବିଶ୍ୱରେ ନୂତନ ଶିଖର ଛୁଇଁଚି । ଏହି ଦଶନ୍ଧିରେ ସେହି ଏକା ଭଳି ବିଶ୍ୱାସ ଓ କ୍ୟାତି ଦେଶର ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଓ ବୃତ୍ତିଧାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି ।”
ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଭାରତ କାହିଁକି ଏକ ସୁଯୋଗ ପ୍ରାପ୍ତିର ଦେଶ ହୋଇ ପାଞ୍ଚଟି କାରଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଥମ ବିବିଧ ଜନସଂଖ୍ୟା ଓ ଜଳବାୟୁ କ୍ଷେତ୍ର, ଦ୍ୱିତୀୟ ଭାରତ ମେଧାସମ୍ପନ୍ନ ମାନବ ସମ୍ବଳ, ତୃତୀୟ ଭାରତରେ ବ୍ୟବସାୟ ପାଇଁ ଇଚ୍ଛା, ଚତୁର୍ଥ ଭାରତରେ ଜୈବ ସାମଗ୍ରୀର ଚାହିଦାରେ ଅଚାନକ ବୃଦ୍ଧି ଓ ପଞ୍ଚମରେ ଭାରତର ଜୈବ ପ୍ରଯୁକ୍ତି କ୍ଷେତ୍ର ଓ ଏହି ସଫଳତାର ରେକର୍ଡ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତୀୟ ଅର୍ଥନୀତିର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଅହରହ ଉଦ୍ୟମ କରୁଛନ୍ତି । ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିଭଙ୍ଗୀ ଉପରେ ମଧ୍ୟ ଚାପ ରହିଛି । ସବକା ସାଥ, ସବକା ବିକାଶ ମନ୍ତ୍ର ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେଉଛି ବୋଲି ସେ କହିଥିଲେ । ଏଥିପାଇଁ ସମଗ୍ର ଦୃଶ୍ୟପଟ ଓଲଟପାଲଟ ୋଇଯାଇଛି । ଆଗରୁ କେତେକ ବଛା ବଛା କ୍ଷେତ୍ର ଉପରେ ଆଲୋକପାତ କରାଯାଉଥିବା ବେଳେ, ଅବଶିଷ୍ଟ କ୍ଷେତ୍ରକୁ ସେମାନେ ନିଜେ ନିଜର ଦିଗ ଦେଖିବାକୁ ଛାଡ଼ି ଦିଆ ହେଉଥିଲା । ଆଜି ପ୍ରତ୍ୟେକ କ୍ଷେତ୍ର ଦେଶର ବିକାଶ ପ୍ରତି ସେମାନଙ୍କ ଅବଦାନ ଦେଉଛନ୍ତି । ସେ ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରର ସାଥ ଓ ପ୍ରତ୍ୟେକ କ୍ଷେତ୍ରର ବିକାଶ ଆଜିର ଆବଶ୍ୟକତା । ଭାବନା ଓ କାର୍ଯ୍ୟରେ ପରିବର୍ତ୍ତନ ଆଜି ସଫଳତା ଆଣିଛି ବୋଲି ସେ କହିଥିଲେ । ସେ ନିକଟ ଅତୀତରେ ଅନେକ କ୍ଷେତ୍ର ପ୍ରତି ଦିଆଯାଇଥିବା ଧ୍ୟାନର ଉଦାହରଣ ଦେଇଥିଲେ ।
ଜୈବ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିଆଯାଇଥିବା ଅଦ୍ଭୁତପୂର୍ବ ପଦକ୍ଷେପ ଷ୍ଟାର୍ଟଅପ ପଦ୍ଧତିରେ ସ୍ପଷ୍ଟ ଭାବେ ପରିଦୃଷ୍ଟ । “ଗତ ଆଠ ବର୍ଷ ମଧ୍ୟରେ ଆମ ଦେଶରେ ଷ୍ଟାର୍ଟଅପ ସଂଖ୍ୟା ଅଳ୍ପ କେତେ ଶହରୁ ୭୦ ହଜାରରେ ପହଂଚିଛି । ଏହି ୭୦ ହଜାର ଷ୍ଟାର୍ଟଅପ ପ୍ରାୟ ୬୦ ବିଭିନ୍ନ ପ୍ରକାର ଶିଳ୍ପରେ ସୃଷ୍ଟି ହୋଇଛି । ଏଥିରେ ଜୈବ ପ୍ରଯୁକ୍ତି ମଧ୍ୟ ପାଞ୍ଚ ହଜାରରୁ ଅଧିକ ଷ୍ଟାର୍ଟଅପ ରହିଛି । ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପ୍ରତ୍ୟେକ ୧୪ରେ ଗୋଟିଏ ଷ୍ଟାର୍ଟଅପ ରହିଥିବା ବେଳେ ୧୧୦୦ ଏହିପରି ଷ୍ଟାର୍ଟଅପ କେବଳ ଗତ ବର୍ଷରେ ହିଁ ସୃଷ୍ଟି ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ମେଧାର ଜୈବ ପ୍ରଯୁକ୍ତି ପ୍ରତି ପଟ୍ଟ ପରିପର୍ତ୍ତନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ନିବେଶକଙ୍କ ସଂଖ୍ୟା ଅନ ଗୁଣ ବୃଦ୍ଧି ପାଇଥିବା ବେଳେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପାଖାପାଖି ଥିବା ଉଦ୍ୟୋଗ ପ୍ରତି ପୁଞ୍ଜିଲଗାଣ ସାତ ଗୁଣ ବୃଦ୍ଧି ପାଇଛି । ଜୈବ ପ୍ରଯୁକ୍ତିରେ ନିବେଶକଙ୍କ ସଂଖ୍ୟା ୨୦୧୪ ମସିହାରେ ମାତ୍ର ଛଅ ଥିବାବେଳେ ଏବେ ଏହା ୭୫ରେ ପହଂଚିଛି । ଜୈବ ପ୍ରଯୁକ୍ତି ସାମଗ୍ରୀ ମାତ୍ର ଦଶରୁ ବୃଦ୍ଧି ପାଇ ଏବେ ୭୦୦ରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୈନ୍ଦ୍ରିକ କାର୍ଯ୍ୟର ନିକଟବର୍ତ୍ତୀ ହେବା ନିମନ୍ତେ ସରକାର ନୂତନ ଆଦାନ ପ୍ରଦାନ ସଂସ୍କୃତି ପ୍ରୋତ୍ସାହିତ କରୁଛନ୍ତି । ବିଆଇଆରଏସି ଭଳି ମଞ୍ଚକୁ ସୁଦୃଢ଼ କରାଯାଇଛି ଓ ଅନେକ କ୍ଷେତ୍ର ଏହାକୁ ଆପଣାଇଛନ୍ତି । ସେ ଷ୍ଟାର୍ଟଅପ ଇଣ୍ଡିଆ ପାଇଁ ଷ୍ଟାର୍ଟଅପର ଉଦାହରଣ ଦେଇଥିଲେ । ମହାକାଶ କ୍ଷେତ୍ର ନିମନ୍ତେ ଆଇଏନଏସପିଏସିଇ, ପ୍ରତିଶକ୍ଷା ଷ୍ଟାର୍ଟଅପ ନିମନ୍ତେ ଆଇଡିଇଏକ୍ସ, ସେମିକଣ୍ଡକ୍ଟର ପାଇଁ ଭାରତ ସେମି କଣ୍ଡକ୍ଟର ଅଭିଯାନ, ଯୁବାଶକ୍ତି ନିମନ୍ତେ ନବୋନ୍ମେଷ ପାଇଁ ସ୍ମାର୍ଟ ଇଣ୍ଡିଆ ହକାଥନ ଓ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ । ସବକା ପ୍ରୟାସର ଉତ୍ସାହକୁ ଉଜ୍ଜୀବୀତ କରିବା ପାଇଁ ନୂତନ ଅନୁଷ୍ଠାନଗୁଡ଼ିକୁ ସରକାର ଏକାଠି କରି ଶିଳ୍ପର ସବୁଠାରୁ ମେଧାବୀମାନଙ୍କୁ ଗୋଟିଏ ମଞ୍ଚରେ ରଖିବାକୁ ଚେଷ୍ଟା କରୁଛନ୍ତି । ଏହା ଦେଶ ପାଇଁ ଆଉ ଗୋଟିଏ ଲାଭ । ଗବେଷଣା ଓ ଅନୁଷ୍ଠାନରୁ ସରକାର ନୂଆ କିଛି ସୂଚନା ପାଇବେ ଓ ସରକାର ଆବଶ୍ୟକ ନୀତିର ବାତାବରଣ ଓ ଭିତ୍ତିଭୂମି ଯୋଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଜୈବ ପ୍ରଯୁକ୍ତି ହେଉଛି ଆଜିର ସବୁଠାରୁ ଚାହିଦାଯୁକ୍ତ କ୍ଷେତ୍ର । ଆମେ ଦେଶରେ ଜୀବମାନଙ୍କର ସୁଗମତା ଜୈବ ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଅନେକ ସମ୍ଭାବନା ଆଣି ଦେଇଛି ।”ସ୍ୱାସ୍ଥ୍ୟ, କୃଷି, ଶକ୍ତି, ପ୍ରାକୃତିକ କୃଷି ଓ ଜୈବିକ ନିରାପଦ ବିହନ ଇତ୍ୟାଦି ଏହି କ୍ଷେତ୍ର ନିମନ୍ତେ ନୂତନ ସୁଯୋଗ ଆଣି ଦେଇଛି ବୋଲି କହି ସେ ବକ୍ତବ୍ୟ ଶେଷ କରିଥିଲେ ।
Addressing the Biotech Startup Expo 2022. It will strengthen the Aatmanirbhar Bharat movement in the sector. https://t.co/GN0sv2PdRP
— Narendra Modi (@narendramodi) June 9, 2022
SM/MB
Addressing the Biotech Startup Expo 2022. It will strengthen the Aatmanirbhar Bharat movement in the sector. https://t.co/GN0sv2PdRP
— Narendra Modi (@narendramodi) June 9, 2022
बीते 8 साल में भारत की बायो-इकॉनॉमी 8 गुना बढ़ गई है।
— PMO India (@PMOIndia) June 9, 2022
10 अरब डॉलर से बढ़कर हम 80 अरब डॉलर तक पहुंच चुके हैं।
भारत, Biotech के Global Ecosystem में Top-10 देशों की लीग में पहुंचने से भी ज्यादा दूर नहीं हैं: PM @narendramodi
दुनिया में हमारे IT professionals की स्किल और इनोवेशन को लेकर Trust नई ऊंचाई पर है।
— PMO India (@PMOIndia) June 9, 2022
यही Trust, यही Reputation, इस दशक में भारत के Biotech sector, भारत के bio प्रोफेशनल्स के लिए होते हम देख रहे हैं: PM @narendramodi
भारत को biotech के क्षेत्र में अवसरों की भूमि माना जा रहा है, तो उसके पांच बड़े कारण हैं।
— PMO India (@PMOIndia) June 9, 2022
पहला- Diverse Population, Diverse Climatic Zones,
दूसरा- भारत का टैलेंटेड Human Capital Pool,
तीसरा- भारत में Ease of Doing Business के लिए बढ़ रहे प्रयास: PM @narendramodi
चौथा- भारत में लगातार बढ़ रही Bio-Products की डिमांड
— PMO India (@PMOIndia) June 9, 2022
और पांचवा- भारत के बायोटेक सेक्टर यानि आपकी सफलताओं का Track Record: PM @narendramodi
बीते 8 वर्षों में हमारे देश में स्टार्ट-अप्स की संख्या, कुछ सौ से बढ़कर 70 हजार तक पहुंच गई है।
— PMO India (@PMOIndia) June 9, 2022
ये 70 हजार स्टार्ट-अप्स लगभग 60 अलग-अलग इंडस्ट्रीज़ में बने हैं।
इसमें भी 5 हज़ार से अधिक स्टार्ट अप्स, बायोटेक से जुड़े हैं: PM @narendramodi
बायोटेक सेक्टर सबसे अधिक Demand Driven Sectors में से एक है।
— PMO India (@PMOIndia) June 9, 2022
बीते वर्षों में भारत में Ease of Living के लिए जो अभियान चले हैं, उन्होंने बायोटेक सेक्टर के लिए नई संभावनाएं बना दी हैं: PM @narendramodi
हाल में ही हमने पेट्रोल में इथेनॉल की 10 प्रतिशत ब्लेंडिंग का टारगेट हासिल किया है।
— PMO India (@PMOIndia) June 9, 2022
भारत ने पेट्रोल में 20 प्रतिशत इथेनॉल ब्लेंडिंग का टारगेट भी 2030 से 5 साल कम करके 2025 कर लिया है।
ये सारे प्रयास, बायोटेक के क्षेत्र में रोजगार के भी नए अवसर बनाएंगे: PM @narendramodi
In the present times, the world is seeing India as a hub for biotech and the place where several opportunities are waiting to be harnessed. pic.twitter.com/9qvNVVZZ2Z
— Narendra Modi (@narendramodi) June 9, 2022
Our Government has successfully changed the mindset that only a few sectors can contribute to economic growth.
— Narendra Modi (@narendramodi) June 9, 2022
The last 8 years have seen the rise of many new sectors which have captured the imagination of our youth. pic.twitter.com/AzI7dpCkoo
The gains in India’s StartUp sector are clearly reflected in the biotech sector too. I invite more youngsters to explore this sector and showcase their innovative skills. pic.twitter.com/TiFSl6zFqj
— Narendra Modi (@narendramodi) June 9, 2022