Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟିତ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣାଂଶ ନିଷ୍କାସନ କାରଖାନା, ଉନ୍ନତ ଧରଣର ଅକ୍ଷୟ ଶକ୍ତି ପାର୍କ, ସ୍ଵୟଂକ୍ରିୟ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ କାରଖାନା ରହିଛି ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୟର ପରିବର୍ତ୍ତନ ସହ ବିଶ୍ଵରେ ଯାହା ସର୍ବଶ୍ରେଷ୍ଠ ତାହାକୁ ଆପଣାଇବାକୁ ପଡିବ । ଏହି ପରିପ୍ରେକ୍ଷୀରେ କଚ୍ଛ ଅଞ୍ଚଳର କୃଷକମାନେ ବିଦେଶକୁ ଫଳ ରପ୍ତାନି  କରୁଥିବାରୁ ସେ ତାହାର ପ୍ରଶଂସା କରିଛନ୍ତି । ଏହା ଆମ କୃଷକମାନଙ୍କର ଉଦ୍ଭାବନାତ୍ମକ ଚିନ୍ତାଧାରାର ପରିଚୟ ବୋଲି ସେ କହିଛନ୍ତି । ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପ ଯୋଗୁଁ ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ କୃଷି, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମୃଦ୍ଧିଶାଳୀ ହୋଇପାରିଛି । ଯାହା ଗୁଜରାଟ କରିଛି, ତାହା କୃଷକ ଓ ସମବାୟ ସଂସ୍ଥାକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷିଗତ ସଂସ୍କାର ନେଇ ଚାଷୀମାନଙ୍କୁ ଦିଗଭ୍ରଷ୍ଟ କରାଯାଉଛି । କୃଷି କ୍ଷେତ୍ରରେ ଯେଉଁ ସଂସ୍କାର କରାଯାଇଛି ତାହା, ବିଭିନ୍ନ କୃଷକ ସଂଗଠନ ଓ ବିରୋଧୀ ଦଳଗୁଡିକ ମଧ୍ୟ ବହୁ ବର୍ଷ ଧରି କରିଆସୁଥିଲେ । ସରକାର କୃଷକମାନଙ୍କ  କଲ୍ୟାଣ ନିମନ୍ତେ ସଦାସର୍ବଦା ଅଙ୍ଗୀକାରବଦ୍ଧ ଓ ସେମାନଙ୍କ ଉଦବେଗ ପ୍ରତି ଯତ୍ନବାନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି କଚ୍ଛ ଅଞ୍ଚଳ ନୂତନ ପିଢିର ବୈଷୟିକ ଜ୍ଞାନ ଓ ଅର୍ଥନୀତିକୁ ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଖରେରାରେ ଅକ୍ଷୟ ଶକ୍ତି ପାର୍କ ଏବଂ ମାଣ୍ଡଭିରେ ଲବଣାଂଶ ନିଷ୍କାସନ କାରଖାନା, ଅଞ୍ଜରର ସରହଦ ଦେହେରିଠାରେ ନୂତନ ସ୍ଵୟଂଚାଳିତ କାରଖାନାର ଶିଳାନ୍ୟାସ ଯୋଗୁଁ କଚ୍ଛ ଅଞ୍ଚଳରେ ବିକାଶ ପଥର ନୂତନ ମାଇଲଖୁଣ୍ଟ ସ୍ଥାପିତ ହେବ । ଏହି ପ୍ରକଳ୍ପଗୁଡିକ ଯୋଗୁଁ ଆଦିବାସୀ, କୃଷକ, ପଶୁପାଳକ ଓ ସେ ଅଞ୍ଚଳର ସାଧାରଣ ଲୋକ ଅନେକ ସୁବିଧା ପାଇବେ । କଚ୍ଛ ଦେଶର ସବୁଠାରୁ ଦ୍ରୁତତମ ବିକାଶଶୀଳ ଅଞ୍ଚଳ । ଦିନକୁ ଦିନ ଏହି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି  ଘଟୁଛି ।  

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦିନ ଥିଲା ଯେତେବେଳେ ଗୁଜରାଟବାସୀ କେବଳ ରାତ୍ରୀ ଭୋଜନ ସମୟରେ ବିଜୁଳି ଶକ୍ତି ପାଇଁ ଦାବି କରୁଥିଲେ । ମାତ୍ର ଗୁଜରାଟରେ ଅନେକ ପରିବର୍ତ୍ତନ ଆସିଛି । ଆଜି ଗୁଜରାଟର ଯୁବକ ଯୁବତୀ ଅତୀତର ଅସୁବିଧା ସମ୍ପର୍କରେ ଅବଗତ ମଧ୍ୟ ନାହାନ୍ତି ବୋଲି ସେ କହିଛନ୍ତି । କଚ୍ଛ ଅଞ୍ଚଳର ଜନସାଧାରଣ ଏକଦା ବିଯୁକ୍ତ ଅଭିବୃଦ୍ଧିର ସାମ୍ନା କରୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ କହିଛନ୍ତି ଯେ, ଏବେ ସେଠାକାର ଲୋକମାନେ ଆଉ ବାହାରକୁ ଯାଉନାହାନ୍ତି ଓ ଦୂର ଦୂରାନ୍ତରେ ଥିବା ଲୋକମାନେ ଏବେ ନିଜ ନିଜ ଗ୍ରାମକୁ ଫେରିଆସୁଛନ୍ତି । ଗୁଜରାଟରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରବର୍ତ୍ତୀ କାଳରେ ସାମଗ୍ରିକ ବିକାଶ ପ୍ରତି ଚିନ୍ତା କରିବା ପାଇଁ ଶ୍ରୀ ମୋଦୀ ବିଶ୍ଵବିଦ୍ୟାଳୟ ଓ ଗବେଷକମାନଙ୍କୁ ଆହ୍ଵାନ ଜଣାଇଥିଲେ ।

ଗତ 20 ବର୍ଷ ମଧ୍ୟରେ ଗୁଜରାଟ ସରକାର କୃଷକମାନଙ୍କ ପାଇଁ ପ୍ରବର୍ତ୍ତନ କରିଥିବା ଅନେକ ଅନୁକୂଳ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସୌରଶକ୍ତି ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁଜରାଟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ

ଶକ୍ତି ଓ ଜଳ ସୁରକ୍ଷା ଏକବିଂଶ ଶତାବ୍ଦୀ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେତେବେଳେ ନର୍ମଦା ନଦୀର ପାଣି କଚ୍ଛ ଅଞ୍ଚଳରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଥିଲା ସେତେବେଳେ ଅନେକ ଏହାକୁ ଉପହାସ କରୁଥିଲେ ବର୍ତ୍ତମାନ ନର୍ମଦା ନଦୀର ପାଣି କଚ୍ଛ ଅଞ୍ଚଳରେ ପହଞ୍ଚିଛି ଏବଂ ସେ ଅଞ୍ଚଳର ଅଭିବୃଦ୍ଧି ଘଟିଛି ।

 

**********