Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଉଦ୍ଘାଟିତ


ଦେଶର ଜନସାଧାରଣଙ୍କ ଦ୍ଵାରା ବ୍ୟବହୃତ ଶ୍ରେଷ୍ଠ ଭାରତୀୟ ଆପଗୁଡିକୁ ଚିହ୍ନଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜର ଉଦ୍ଘାଟନ କରିଛନ୍ତି ।

“ଆଜିକାଲି ବୈଷୟିକ ଷ୍ଟାର୍ଟ ଅପ ଗୋଷ୍ଠୀଙ୍କ ମଧ୍ୟରେ ଭାରତୀୟ ଆପଗୁଡିକୁ ବିଶ୍ଵସ୍ତରୀୟ କରିବା ପାଇଁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ରହିଛି । ସେମାନଙ୍କ ଚିନ୍ତାଧାରା ଓ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ @GoI_MeitY ଏବଂ @AIMtoInnovateପ୍ରୟାସ ଆରମ୍ଭ କରିଛନ୍ତି । ଏହି ଆହ୍ଵାନ ଆପଣମାନଙ୍କ ପାଇଁ ଏବଂ ଏଥିରେ ଉତ୍କର୍ଷ ପ୍ରତିପାଦନ କରିବା ଲାଗି ଆପଣମାନଙ୍କ ନିକଟରେ ଦୂରଦୃଷ୍ଟି ମଧ୍ୟରହିଛି । ମୁଁ ବୈଷୟିକ ଗୋଷ୍ଠୀର ସମସ୍ତ ବନ୍ଧୁମାନଙ୍କୁ ଏଥିରେ ଯୋଗଦେବା ପାଇଁ ଅନୁରୋଧ କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।