Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟର ଜାମନଗର ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟର ଜାମନଗର ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟର ଜାମନଗର ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟର ଜାମନଗର ଗସ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ବାନ୍ଦ୍ରା-ଜାମନଗର ହମସଫର ଏକ୍ସପ୍ରେସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେ ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲର 750 ଶଯ୍ୟା ବିଶିଷ୍ଟ ନୂଆ କୋଠାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ସୌନୀ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଆଜି-3ଠାରୁ ଖିଜାଦିଆ ପର୍ଯ୍ୟନ୍ତ 51 କିଲୋମିଟର ଲମ୍ବ ପାଇପଲାଇନ ସମେତ ଜାମନଗରରେ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପର ମଧ୍ୟ ସେ ଶୁଭାରମ୍ଭ କରିଥିଲେ ।

ଉପସ୍ଥିତ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ, ଗତ ଦୁଇ ଦଶନ୍ଧି ଧରି ଜଳସଂକଟର ସମାଧାନ ଲାଗି ଗୁଜରାଟ ସରକାରଙ୍କ ସଂକଳ୍ପ ଏବଂ କଠିନ ପରିଶ୍ରମ ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେ ଗୁଜରାଟରେ ଟ୍ୟାଙ୍କର ରାଜର ଅନ୍ତ ଘଟାଇବା ଲାଗି ତାଙ୍କ ଦୃଢ଼ସଂକଳ୍ପ ବିଷୟରେ ଉଲ୍ଲେଖ କରିବା ସହିତ ଗୁଜରାଟର ଲୋକମାନଙ୍କ ପାଇଁ ସର୍ଦ୍ଦାର ସରୋବର ନଦୀ ବନ୍ଧ କିଭଳି ଆଶ୍ୱସ୍ତି ଆଣିଛି ତାହା କହିଥିଲେ । ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଲାଭ ନିମନ୍ତେ ପ୍ରତ୍ୟେକ ଏବଂ ସମସ୍ତ ଜଳବୁନ୍ଦାର ସଂରକ୍ଷଣ ଲାଗି ସେ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ ।

ଗୁଜରାଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିଥିବା ବିପ୍ଳବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଗୁଜରାଟରେ ନିର୍ମିତ ହୋଇଥିବା ଡାକ୍ତରଖାନାଗୁଡ଼ିକ ବହୁଳ ଭାବେ ଗରିବ ଲୋକମାନଙ୍କୁ ଲାଭାନ୍ୱିତ କରିବ । ସେ କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନା ଗରିବ ଲୋକମାନଙ୍କୁ ପାଇଁ ଶସ୍ତା ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ହିନମନ୍ୟତାର ସହ ଚିନ୍ତା କରାଯାଇଥିବା କ୍ଷୁଦ୍ର ଅବଧି ବିଶିଷ୍ଟ ପଦକ୍ଷେପ ତୁଳନାରେ ଢାଂଚାଗତ ଏବଂ ଦୀର୍ଘକାଳୀନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୀର୍ଘକାଳୀନ ଦୂରଦର୍ଶୀ ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ କୃଷକମାନଙ୍କ କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ-କିସାନ ଯୋଜନା ଏକ ଦୀର୍ଘକାଳୀନ ଏବଂ ବିସ୍ତୃତ ଯୋଜନା ।

ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହଜ ଋଣ ଉପଲବ୍ଧତା ଏବଂ ଜନ-ଅନୁକୂଳ ଜିଏସଟି ବ୍ୟାପକଭାବେ ଯୁବ ପିଢ଼ିକୁ ଲାଭାନ୍ୱିତ କରିବ । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବ୍ୟବସାୟିକ ସୁଗମତା ରେଙ୍କିଙ୍ଗରେ ଉନ୍ନତି ସୁନିଶ୍ଚିତ କରିଛି ।

ସେନାବାହିନୀଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯବାନଙ୍କୁ ନେଇ ସାରା ଦେଶ ଗର୍ବିତ । ସେ କହିଥିଲେ ଯେ ଆତଙ୍କବାଦ ବିପଦର ମୂଳୋତ୍ପାଟନ ହେବା ଆବଶ୍ୟକ ।

 

**********