କ୍ରମିକ ନମ୍ବର |
କତାର ପକ୍ଷ |
ଭାରତୀୟ ପକ୍ଷ |
ବୁଝାମଣା ପତ୍ର/ରାଜିନାମା |
ମନ୍ତବ୍ୟ |
||
1 |
ମହାମହିମ ଶେଖ୍ ଅବଦୁଲ ବିନ୍ |
ଶ୍ରୀ ଅମର ସିହ୍ନା ସଚିବ, (ଅର୍ଥନୈତିକ ସମ୍ପର୍କ) ବୈଦେଶିକ ମନ୍ତ୍ରଣାଳୟ |
ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନଆଇଆଇପି) ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାର ଏବଂ କତାର ନିବେଶ ପ୍ରାଧିକରଣ (ଓଆଇଏ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର |
ଏନ୍ଆଇଆଇଏଫ୍ ଅଧୀନରେ ଭାରତୀୟ ଭିତ୍ତିଭୂମି ପ୍ରକଳ୍ପରେ କତାରୀ ଆନୁଷ୍ଠାନିକ ନିବେଶ |
||
2 |
ମହାମହିମ ଖିଲାଫ ବିନ୍ ଅହମ୍ମଦ ଅଲ ମନ୍ନାଇ, ଅର୍ଥ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ |
ଶ୍ରୀ ଅମର ସିହ୍ନା ସଚିବ (ଅର୍ଥନୈତିକ ବ୍ୟାପାର) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ଭାରତ ଓ କତାର ସରକାରଙ୍କ ମଧ୍ୟରେ ବହିଃଶୁଳ୍କ ବ୍ୟାପାରରେ ପାରସ୍ପରିକ ସହଯୋଗ ଓ ସହାୟତା ଲାଗି ରାଜିନାମା |
ଏହି ରାଜିନାମା ବହିଃଶୁଳ୍କ ପ୍ରଶାସନ ଦିଗରେ ପରସ୍ପରକୁ ସହାୟତା ଓ ସହଯୋଗ ଯୋଗାଣ ଏବଂ ଗୁଇନ୍ଦା ସୂଚନା ଯୋଗାଇବାରେ ସହାୟକ ହେବ |
||
3 |
ମହାମହିମ ଶେଖ୍ ଅହମ୍ମଦ ବିନ୍ ଇଜ୍ ଅଲ୍ ଥାନି, କତାର ଆର୍ଥିକ ସୂଚନା ୟୁନିଟର ମୁଖ୍ୟ |
ଶ୍ରୀ ଅମର ସିହ୍ନା ସଚିବ (ଅର୍ଥନୈତିକ ବ୍ୟାପାର) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ଭାରତ ସରକାରଙ୍କ ଫାଇନାନ୍ସିଆଲ ଇଂଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ (ଏଫ୍ଆଇୟୁ-ଆଇଏନ୍ଡି) ଏବଂ କତାର ଫାଇନାନ୍ସିଆଲ ଇନ୍ଫର୍ମେସନ ୟୁନିଟ୍ ମଧ୍ୟରେ ଅର୍ଥ ହେରଫେର, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଅନ୍ୟ ଅପରାଧ ପ୍ରସଙ୍ଗରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଲାଗି ବୁଝାମଣାପତ୍ର |
ଏହି ରାଜିନାମା ଉଭୟ ରାଷ୍ଟ୍ରଙ୍କୁ ଅର୍ଥ ହେରଫେର, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଅନ୍ୟାନ୍ୟ ତତ୍ ସଂପର୍କିତ ଅପରାଧ ଜନିତ ଗୁଇନ୍ଦା ସୂଚନା ଆଦାନପ୍ରଦାନରେ ସହାୟକ ହେବ |
||
4 |
ମହାମହିମ ରାବିଆ ମହମ୍ମଦ ଅଲ୍ କାବି,ଅଣ୍ଡର ସେକ୍ରେଟାରୀ,ଶିକ୍ଷା ଏବଂ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର |
ଶ୍ରୀ ଅମର ସିଂହ୍ନା ସଚିବ (ଅର୍ଥନୈତିକ ସଂପର୍କ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ କତାରର ନ୍ୟାସନାଲ କ୍ୱାଲିଫିକେସନ୍ସ ଅଥରିଟି/ ସୁପ୍ରିମ ଏଜୁକେସନ କାଉନସିଲଙ୍କ ମଧ୍ୟରେ କୌଶଳ ବିକାଶ ଏବଂ ଶିକ୍ଷାଗତ ଯୋଗ୍ୟତାକୁ ସ୍ୱୀକୃତି ପ୍ରଦାନ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ର |
ଏହାଦ୍ୱାରା ଭାରତରୁ କତାର ଯାଉଥିବା କୁଶଳୀ ଶ୍ରମିକଙ୍କ କୌଶଳ ବିକାଶ ଓ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ସ୍ୱୀକୃତି ପ୍ରଦାନ କରିବାରେ ସୁବିଧା ହେବ |
||
5 |
ଶ୍ରୀ ହସନ ବିନ୍ ଅବଦୁଲ ରହମନ ଅଲ ଇବ୍ରାହିମ୍, ପର୍ଯ୍ୟଟନ ବିଭାଗ ଓ ସାଧାରଣ ପର୍ଯ୍ୟଟନ ପ୍ରାଧିକରଣ ମୁଖ୍ୟ |
ଶ୍ରୀ ସଞ୍ଜୀବ ଆରୋରା କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ଭାରତ ଓ କତାର ସରକାରଙ୍କ ମଧ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ର |
ଏହି ବୁଝାମଣାପତ୍ର ଭାରତ ଓ କତାର ମଧ୍ୟରେ ପର୍ଯ୍ୟଟନର ବିକାଶ ଯଥା ଏହାର ଯୋଜନା ଏବଂ ବିକାଶ ଓ ବିସ୍ତାର ଦିଗରେ ସହାୟକ ହେବ ଓ ଘରୋଇ ସେକ୍ଟରକୁ ମଧ୍ୟ ଏହା ସମର୍ଥନ କରିବ |
||
6 |
ମହାମହିମ ଅହମ୍ମଦ ବିନ୍ ଅବଦୁଲ ଅଲ୍ ଖୁଳୈଫି ପ୍ରଶାସନିକ ବ୍ୟାପାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହକାରୀ |
ଶ୍ରୀ ସଂଜୀବ ଆରୋରା କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ଭାରତ ଓ କତାର ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ର |
ଏହି ଏମ୍ଓୟୁ ଉଭୟ ଦେଶ ମଧ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ର, ଯେଉଁଥିରେ ବୃତ୍ତିଗତ ଓ ଆନୁଷ୍ଠାନିକ ସ୍ୱାସ୍ଥ୍ୟ, ଔଷଧ, ମେଡ଼ିକାଲ ଶିକ୍ଷା ଲାଗି ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ଚିକିତ୍ସା ବିଶେଷଜ୍ଞ, ବୈଜ୍ଞାନିକ ବିନିମୟ ସମ୍ଭବପର ହୋଇପାରିବ |
||
7 |
ଶ୍ରୀ ଫଲେ ବିନ୍ ମୁବାରକ ଅଲ୍ ହାଜରୀ, ସଂସ୍କୃତି ଏବଂ କଳା ବିଭାଗ ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରଣାଳୟ |
ଶ୍ରୀ ସଞ୍ଜୀବ ଆରୋରା କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପ୍ରଥମ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ର |
ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଏମ୍ଓୟୁ ସହ ଯୁବ ଓ କ୍ରୀଡ଼ା କ୍ଷେତ୍ରରେ ଏହି ପ୍ରଥମ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ କ୍ରୀଡ଼ା କାର୍ଯ୍ୟକ୍ରମ, ତାଲିମ ଶିବିର ଏବଂ କ୍ରୀଡ଼ା ଦଳ ଓ ନେତୃତ୍ୱ ଓ ଅଧିକାରୀ ସ୍ତରୀୟ ବିନିମୟ ଭ୍ରମଣ ପାଇଁ ବର୍ତ୍ତମାନର ବୁଝାମଣାପତ୍ର ସହାୟକ ହେବ |
||