Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲି ବିହାର ଗସ୍ତ


  • ପାଟଣା ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ପାଟଣା ସିଟି ଗ୍ୟାସ ବିତରଣ ପ୍ରକଳ୍ପକରିବେ ଶୁଭାରମ୍ଭ,
  • ପାଟଣାଠାରେ ନଦୀତଟ ବିକାଶ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟକରିବେ ଉଦ୍ଘାଟନ
  • ବାରାଉଣୀ ତୈଳ ବିଶୋଧନାଗାର ସଂପ୍ରସାରଣ ତଥା ଛାପ୍ରା ଓ ପୂର୍ଣ୍ଣିଆଠାରେ ମେଡ଼ିକାଲ କଲେଜ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶୁଭାରମ୍ଭ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଫେବୃଆରୀ 17, 2019)  ବିହାର ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଇ ପ୍ରଥମେ ବାରାଉଣି ଠାରେ ପହଞ୍ଚିବେ ଏବଂ ସେଠାରେ ଅନେକ ଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ।

ସେହିସବୁ ପ୍ରକଳ୍ପମାନ ପାଟଣା ସହର  ଏବଂ ନିକଟବର୍ତ୍ତୀ କ୍ଷେତ୍ର ମଧ୍ୟରେ ବିଶେଷ ଭାବେ ସଂଯୋଗ ସ୍ଥାପନକୁ ବୃଦ୍ଧି କରିବାରେ ସହାୟକ ହେବ । ଏହା ଦ୍ୱାରା ସେହିସବୁ ସ୍ଥାନମାନଙ୍କୁ ଶକ୍ତି ଉପଲବ୍ଧ ବୃଦ୍ଧି ପାଇବ । ଏହିସବୁ ପ୍ରକଳ୍ପମାନ ରାସାୟନିକ ସାର ଉତ୍ପାଦନରେ ସହାୟକ ହେବ ଏବଂ ବିହାରର ଲୋଙ୍କୁ ଚିକିତ୍ସାସେବା ପ୍ରଦାନ ସହ ପରିମଳ ବ୍ୟବସ୍ଥା ସଂପ୍ରସାରଣ କରିବ ।

ଏହିସବୁ ପ୍ରକଳ୍ପମାନଙ୍କର ସେକ୍ଟରୱାରୀ ସୂଚନା ନିମ୍ନରେ ପ୍ରଦାନ କରାଗଲା-

ସହରାଞ୍ଚଳ ବିକାଶ ଏବଂ ପରିମଳ

ପ୍ରଧାନମନ୍ତ୍ରୀ ପାଟଣା ରେଳ ପ୍ରକଳ୍ପର ଆଧାରଶିଳା ରଖିବେ  ଯାହାକି ରାଜ୍ୟରେ ପରିବହନ  ସଂଯୋଗକୁ ମଜଭୁତ କରିବ ଏବଂ ପାଟଣା ତଥା ନିକଟବର୍ତ୍ତୀ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କ ଜୀବନଯାତ୍ରାକୁ ସହଜସାଧ୍ୟ କରିବ ।

ପ୍ରଧାନମନ୍ତ୍ରୀ ଏହାପରେ ପାଟଣାଠାରେ ନଦୀପାର୍ଶ୍ଵ ବିକାଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବେ ।

ଏହି ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ 96.54 କିଲୋମିଟର ଦୀର୍ଘ କର୍ମାଲି ଛକ ବର୍ଜ୍ୟ ନିଷ୍କାସନ ନେଟୱାର୍କ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାରହ, ସୁଲତାନଗଞ୍ଜ ଏବଂ ନୌଗାଛିଆ ଠାରେ ବର୍ଜ୍ୟ ପରିଚାଳନା ସଂପର୍କୀତ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା 22ଟି ଅମୃତ ଯୋଜନାର ଶିଳାନ୍ୟାସ କରିବେ ।

ରେଳବାଇ

ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ସେକ୍ଟରମାନଙ୍କରେ ରେଳ ଲାଇନର ବିଦ୍ୟୁତକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ:

ବାରାଉଣି- କୁମେଦପୁର 

ମୁଜାଫରପୁର- ରକ୍ସାଉଲ୍‌ 

ଫତୁହା- ଇସଲାମପୁର  

ବିହାରସରିଫ- ଦାନିଆୱାନ

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଞ୍ଚିପାଟନା ସାପ୍ତାହିକ ଏସି ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯିବ ।

ତୈଳ ଓ ବାଷ୍ପ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଗଦୀଶପୁର- ବାରଣାସୀ ପ୍ରାକୃତିକ ବାଷ୍ପ ପାଇପଲାଇନର ଫୁଲପୁର- ପାଟଣା ଖଣ୍ଡକୁ ଉଦଘାଟନ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପାଟଣା ସିଟି ଗ୍ୟାସ ବିତରଣ ପ୍ରକଳ୍ପକୁ ମଧ୍ୟ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ସେ ବାରାଉଣି ତୈଳ ବିଶୋଧନାଗାର ସଂପ୍ରସାରଣ ପ୍ରକଳ୍ପର 9 ଏମଏମଟି ଏଭିୟୁର ଶିଳାନ୍ୟାସ କରିବେ ।

ସେହିଭଳି ଶ୍ରୀ ମୋଦୀ ପାରାଦୀପ- ହଳଦିଆ- ଦୁର୍ଗାପୁର ଏଲପିଜି ପାଇପଲାଇନ୍ର ଦୁର୍ଗାପୁର ଠାରୁ ମୁଜାଫରପୁର ଏବଂ ପାଟଣାର ସମ୍ବର୍ଦ୍ଧନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବାରାଉଣି ତୈଳ ବିଶୋଧନାଗାରର ଏଟିଏଫ ହାଇଡ଼୍ରୋଟି୍ରିଟିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହିସବୁ ପ୍ରକଳ୍ପଗୁଡ଼ିକ ପାଟଣା ସହର ଏବଂ ସେହି କ୍ଷେତ୍ରରେ ଶକ୍ତି ଯୋଗାଣକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହେବ ।

ସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀ ସରନ ଠାରେ ଛାପ୍ରା ଏବଂ ପୁର୍ଣ୍ଣିଆ ମେଡ଼ିକାଲ କଲେଜର ଆଧାରଶିଳା ରଖିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାଗଲପୁର ଏବଂ ଗୟା ସରକାରୀ ମେଡ଼ିକାଲ କଲେଜର ଉନ୍ନତିକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ରାସାୟନିକ ସାର

ପ୍ରଧାନମନ୍ତ୍ରୀ ବାରାଉଣି ଠାରେ ଆମୋନିଆ- ୟୁରିଆ ରାସାୟନିକ ସାର ପରିସରର ଶିଳାନ୍ୟାସ କରିବେ ।

ବାରାଉଣି ଠାରୁ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଯାଇ ହଜାରୀବାଗ ଏବଂ ରାଞ୍ଚି ଆଦି ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

 

***********