ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଗସ୍ତରେ ଯିବେ । ଇଟାନଗରରେ ଆୟୋଜିତ ଏକ ସମାରୋହରେ ସେ ଦୋର୍ଜିଖଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦଘାଟନ କରିବେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଏବଂ ଏକ ପ୍ରଦର୍ଶନୀ କକ୍ଷ ରହିଛି । ଏହା ଇଟାନଗରର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତି ଲାଭ କରିବ ବୋଲି ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ପ୍ରଶାସନିକ ସଚିବାଳୟ କୋଠାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଟୋମୋ ରିବା ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସର ଏକାଡେମିକ ବ୍ଲକର ଶିଳାନ୍ୟାସ କରିବେ ।
ଅରୁଣାଚଳ ପ୍ରଦେଶ କାର୍ଯ୍ୟକ୍ରମ ସାରି ସେଠାରୁ ପ୍ରଧାନମନ୍ତ୍ରୀ ଏକ ବେସରକାରୀ ଗସ୍ତରେ ତ୍ରିପୁରା ଅଭିମୁଖେ ଯିବେ ।
**********
Happy to be visiting Arunachal Pradesh today. At a programme in Itanagar, the Dorjee Khandu State Convention Centre will be inaugurated. This Centre is expected to become a significant landmark of Itanagar.
— Narendra Modi (@narendramodi) February 15, 2018
In Arunachal Pradesh, I will also dedicate the State Civil Secretariat Building to the nation and lay the Foundation Stone of the Academic Block of the Tomo Riba Institute of Health and Medical Science.
— Narendra Modi (@narendramodi) February 15, 2018