Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ସ୍ଵାକ୍ଷରିତ ତଥା ଚୂଡାନ୍ତ ହୋଇଥିବା ଦ୍ଵିପାକ୍ଷିକ ଦସ୍ତାବିଜ


1 ଆତଙ୍କବାଦୀ ଚିହ୍ନଟ ସୂଚନା ବିନିମୟ ହେତୁ ମଲ୍ଟି ଏଜେନ୍ସି ସେଣ୍ଟର / ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଏବଂ ଆମେରିକା ସରକାରଙ୍କ ଟେରରିଷ୍ଟ ସ୍କ୍ରିନିଙ୍ଗ ସେଣ୍ଟର ମଧ୍ୟରେ ରାଜିନାମା ଏହି ରାଜିନାମା ଅନୁଯାୟୀ ଆମେରିକା ଏବଂ ଭାରତ ପରସ୍ପରକୁ ଏକ ମନୋନିତ ସଂଯୋଗ କେନ୍ଦ୍ର ମାଧ୍ୟମରେ, ସମ୍ପୃକ୍ତ ଦେଶର ଆଇନର ପରିସୀମା ମଧ୍ୟରେ ରହି, ନିଜ ନିଜ ଦେଶର ଆତଙ୍କବାଦୀ ଚିହ୍ନଟ ସୂଚନା ଆଦାନ ପ୍ରଦାନ କରିବେ । ଏହା ଉଭୟ ଦେଶର ଆତଙ୍କବାଦ ବିରୋଧି ସହଯୋଗକୁ ବୃଦ୍ଧି କରିବ । ଏହି ରାଜିନାମା ଅନୁଯାୟୀ ଆମେରିକା ଏବଂ ଭାରତ ପରସ୍ପରକୁ ଏକ ମନୋନିତ ସଂଯୋଗ କେନ୍ଦ୍ର ମାଧ୍ୟମରେ, ସମ୍ପୃକ୍ତ ଦେଶର ଆଇନର ପରିସୀମା ମଧ୍ୟରେ ରହି, ନିଜ ନିଜ ଦେଶର ଆତଙ୍କବାଦୀ ଚିହ୍ନଟ ସୂଚନା ଆଦାନ ପ୍ରଦାନ କରିବେ । ଏହା ଉଭୟ ଦେଶର ଆତଙ୍କବାଦ ବିରୋଧି ସହଯୋଗକୁ ବୃଦ୍ଧି କରିବ । ନୂଆଦିଲ୍ଲୀଠାରେ ୨ ଜୁନ୍ ୨୦୧୬ ରେ ସ୍ୱାକ୍ଷରିତ
2 ଶକ୍ତି ସୁରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାର ମଧ୍ୟରେ ବୁଝାମଣା ପତ୍ର ଅବିରତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ଦ୍ୱିପାକ୍ଷିକ କଥାବାର୍ତ୍ତା ଏବଂ ମିଳିତ ପଦକ୍ଷେପ ଦ୍ୱାରା ଶକ୍ତି ସୁରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ଏହାର ଉଦ୍ଦେଶ୍ୟ ଭାରତ – ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ସଚିବ ଶ୍ରୀ ପି.କେ.ପୂଜାରୀ
ଯୁକ୍ତରାଷ୍ଟ୍ର ଆମେରିକା – ଭାରତରେ ନିଯୁକ୍ତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ମି. ରିଚାର୍ଡ ବର୍ମା
ନୂଆଦିଲ୍ଲୀଠାରେ ୨ ଜୁନ୍ ୨୦୧୬ ରେ ସ୍ୱାକ୍ଷରିତ
3 ବନ୍ୟଜନ୍ତୁ ସଂରକ୍ଷଣ ଏବଂ ବନ୍ୟଜନ୍ତୁ ଚୋରା ଚାଲାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାର ମଧ୍ୟରେ ବୁଝାମଣା ପତ୍ର ଏହି ବୁଝାମଣା ପତ୍ର ଅନୁଯାୟୀ ସହଯୋଗ ଆବଶ୍ୟକ ହେଉଥିବା କ୍ଷେତ୍ରମାନ ହେଲା – ବନ୍ୟଜନ୍ତୁ ଫରେନ୍ସିକ୍ ଏବଂ ସଂରକ୍ଷଣ ଜେନେଟିକ୍ସ, ପ୍ରାକୃତିକ ବିଶ୍ୱ ପରମ୍ପରା ସଂରକ୍ଷଣ ଏବଂ ପ୍ରକୃତି ବ୍ୟାଖ୍ୟା, ଭାରତ ଓ ଆମେରିକା ମଧ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପରିଚାଳନା ସହ ବନ୍ୟଜନ୍ତୁ ଚୋରାଚାଲାଣର ପ୍ରତିରୋଧ ଓ ସଂରକ୍ଷଣ ସଚେତନତା । ଭାରତ – ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କେ. ସିଂ
ଯୁକ୍ତରାଷ୍ଟ୍ର ଆମେରିକା- ଅର୍ଥନୈତିକ ଅଭିବୃଦ୍ଧି, ଶକ୍ତି ଏବଂ ପରିବେଶ ମନ୍ତ୍ରଣାଳୟର ଉପ-ସଚିବ ସୁଶ୍ରୀ କ୍ୟାଥେରିନ୍ ଏ. ନୋଭେଲି,
ୱାଶିଂଟନ ଡିସିଠାରେ ୨ ଜୁନ୍ ୨୦୧୬ ରେ ସ୍ୱାକ୍ଷରିତ
4 ଆନ୍ତର୍ଜାତିକ ତ୍ୱରିତ ଯାତ୍ରୀ ପଦକ୍ଷେପ (ଗ୍ଲୋବାଲ ଏଣ୍ଟ୍ରି ପ୍ରୋଗ୍ରାମ୍)ର ଉନ୍ନତି ପାଇଁ ଭାରତ ସରକାରଙ୍କ ବୈଦେଶିକ ବିଭାଗ ମନ୍ତ୍ରଣାଳୟର ବାଣିଜ୍ୟ ଦୂତାବାସ, ପାସପୋର୍ଟ ଏବଂ ଭିସା ଡିଭିଜନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବହିଃର୍ଶୁଳ୍କ ଏବଂ ସୀମା ସୁରକ୍ଷା, ଯୁକ୍ତରାଷ୍ଟ୍ର ଆମେରିକାର Home Land ସୁରକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର । ଗ୍ଲୋବାଲ ଏଣ୍ଟ୍ରି ଯୁକ୍ତରାଷ୍ଟ୍ର ଆମେରିକାର ବହିଃର୍ଶୁଳ୍କ ଏବଂ ସୀମା ସୁରକ୍ଷା କାର୍ଯ୍ୟକ୍ରମ, ଯାହା ଆଗରୁ ଅନୁମୋଦିତ, କମ୍ ବିପଜ୍ଜନକ ଯାତ୍ରୀମାନଙ୍କୁ ଆମେରିକା ପହଞ୍ଚିବା ମାତ୍ରେ ତ୍ୱରିତ ପ୍ରବେଶ ଅନୁମତି ଦିଏ । ଉଭୟ ଦେଶର ମିଳିତ ଯାଞ୍ଚ ଏବଂ ଅନୁମତି ପରେ, ଅନୁମୋଦିତ ଭାରତୀୟ ଯାତ୍ରୀମାନଙ୍କୁ ବଛା ବଛା ବିମାନ ବନ୍ଦରରେ ସ୍ୱୟଂଚାଳିତ କିଓସ୍କ ମାଧ୍ୟମରେ ଆମେରିକାରେ ତୁରନ୍ତ ପ୍ରବେଶ ସୁବିଧା ଦିଆଯିବ । ଭାରତ – ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କେ. ସିଂ
ଯୁକ୍ତରାଷ୍ଟ୍ର ଆମେରିକା- ଆମେରିକା ବହିଃର୍ଶୁଳ୍କ ଏବଂ ସୀମା ସୁରକ୍ଷା, ହୋମ ଲେଣ୍ଡ ସୁରକ୍ଷାର ଡେପୁଟି କମିଶନର୍ ମି. କେଭିନ୍ କେ. ମ୍ୟାକ୍ଏଲିନାନ୍
ୱାଶିଂଟନ ଡିସିଠାରେ ୩ ଜୁନ୍ ୨୦୧୬ ରେ ସ୍ୱାକ୍ଷରିତ
5 ଭାରତୀୟ ନୌସେନା ଏବଂ ଆମେରିକୀୟ ନୌସେନା ମଧ୍ୟରେ ଅଣଶ୍ରେଣୀଭୁକ୍ତ ସାମୁଦ୍ରିକ ସୂଚନା ଆଦାନ ପ୍ରଦାନ ସଂକ୍ରାନ୍ତ ବୈଷୟିକ ବ୍ୟବସ୍ଥା । ଏହି ବ୍ୟବସ୍ଥା ଭାରତ ଏବଂ ଆମେରିକା ମଧ୍ୟରେ White Shipping ସମ୍ପର୍କରେ ଉଭୟ ଦେଶର ଆଇନର ପରିସୀମା ମଧ୍ୟରେ ରହି ଅଣଶ୍ରେଣୀଭୁକ୍ତ ସାମୁଦ୍ରିକ ସୂଚନା ଆଦାନ ପ୍ରଦାନ ପାଇଁ ଅନୁମତି ଦେବା ସହ ପରସ୍ପର ପାଇଁ ଲାଭଦାୟକ ସାମୁଦ୍ରିକ ସୂଚନା ପାଇଁ ଗୋଟିଏ ଆଧାର ଯୋଗାଇବ । ଭାରତ- ନୌସେନା ଉପମୁଖ୍ୟ ଭାଇସ୍ ଆଡମିରାଲ୍ କରମବୀର ସିଂ,
ଯୁକ୍ତରାଷ୍ଟ୍ର ଆମେରିକା- ନୌପରିଚାଳନା ଏବଂ ଯୁଦ୍ଧ ସୂଚନାର ଉପମୁଖ୍ୟ ଭାଇସ୍ ଆଡମିରାଲ୍ ଟେଡ୍ ଏନ. ବ୍ରାଞ୍ଚ
କୂଟନୈତିକ ମାଧ୍ୟମରେ ୨୬ ମଇ ୨୦୧୬ରେ ସ୍ୱାକ୍ଷରିତ
6 Gas Hydrates କ୍ଷେତ୍ରରେ ଭାରତ ସରକାରଙ୍କ ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ବିଭାଗ ମଧ୍ୟରେ ସହଯୋଗ । ଭାରତ ଏବଂ ଆମେରିକାରେ ମହାଦେଶୀୟ ପ୍ରାନ୍ତ ସହ ଭୂ-ତାତ୍ୱିକ ଘଟଣା, ପ୍ରାକୃତିକ ବାଷ୍ପ ହାଇଡ୍ରେଟର ଉତ୍ପାଦନ ଏବଂ ବଣ୍ଟନ କ୍ଷେତ୍ରରେ ବୁଝାମଣା ବୃଦ୍ଧି କରିବା ଏହାର ଲକ୍ଷ୍ୟ India: ଭାରତ – ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କେ. ସିଂ
US: ଯୁକ୍ତରାଷ୍ଟ୍ର ଆମେରିକା- ଶକ୍ତି ବିଭାଗ ଜୀବାଶ୍ମ ଶକ୍ତିର ସହକାରୀ ସଚିବ ମି. ଖ୍ରୀଷ୍ଟୋଫର ଏ. ସ୍ମିଥ୍
ୱାଶିଂଟନ ଡିସିଠାରେ ୬ ଜୁନ୍ ୨୦୧୬ ରେ ସ୍ୱାକ୍ଷରିତ
ଚୁଡାନ୍ତ ହୋଇଥିବା ଦସ୍ତାବିଜ
7 ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ନୌବହର (ଏୟାରକ୍ରାଫ୍ଟ କେରିଅର) ଟେକ୍ନୋଲୋଜି ସଂକ୍ରାନ୍ତରେ ମୁଖ୍ୟ ସୂଚନା ବିନିମୟ ପାଇଁ ସୂଚନା ବିନିମୟ ଗୃହ (IEA) ପ୍ରତିଷ୍ଠା ସମ୍ପର୍କରେ ରାଜିନାମା ଏଥିରେ ଭାରତ ଏବଂ ଆମେରିକା ମଧ୍ୟରେ ବିଶେଷ ଭାବେ ନୌବହର (ଏୟାରକ୍ରାଫ୍ଟ କେରିଅର) ଟେକ୍ନୋଲୋଜି ସଂକ୍ରାନ୍ତରେ ତଥ୍ୟ ବୃଦ୍ଧି ଏବଂ ସୂଚନା ଆଦାନ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ।
8 ଯୋଗାଣ ଏବଂ ସେବା ବିନିମୟ ପାଇଁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ରାଜିନାମା ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରସ୍ପର ମଧ୍ୟରେ ଅଧିକୃତ ବନ୍ଦର ପରିଦର୍ଶନ, ମିଳିତ ଅଭ୍ୟାସ, ମିଳିତ ତାଲିମ ଏବଂ ପ୍ରାକୃତିକ ବିପଦ ସମୟରେ ମାନବିକ ସହାୟତା ଯୋଗାଣ ଏବଂ ସେବା ବିନିମୟ କ୍ଷେତ୍ରରେ ସୁବିଧା କରିବା ଏହି ରାଜିନାମାର ଲକ୍ଷ୍ୟ ।
କ୍ର. ନଂ. ଶୀର୍ଷକ ବର୍ଣ୍ଣନା ସ୍ୱାକ୍ଷରକାରୀ ସ୍ୱାକ୍ଷରିତ ହେବା ସ୍ଥାନ ଏବଂ ତାରିଖ