Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ କମିଟିର 31ତମ ବୈଠକ ଅନୁଷ୍ଠିତ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ହିନ୍ଦୀ କମିଟିର 31ତମ ବୈଠକ ଅନୁଷ୍ଠିତ ହୋଇଛି  ।

ସମ୍ବୋଧନ କାଳରେ ପ୍ରଧାନମନ୍ତ୍ରୀ କମିଟିର ସଦସ୍ୟମାନେ ରଚନାତ୍ମକ ଏବଂ ବ୍ୟବହାରିକ ମତାମତ ପ୍ରଦାନ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ  ।

ସେ ହିନ୍ଦୀ ଭାଷାର ପ୍ରସାର ପ୍ରତିଦିନ କଥୋପକଥନର ଭାଷା ଜରିଆରେ ହେବାର ଆବଶ୍ୟକତା ରହିଛି ଏବଂ ସରକାରୀ କାର୍ଯ୍ୟରେ କ୍ଲିଷ୍ଟ ଶବ୍ଦର ପ୍ରୟୋଗ କମରୁ ଅତି କମ କରିବା ଅଥବା ନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ  । ସରକାରୀ ଏବଂ ସାମାଜିକ ସ୍ତରରେ ହିନ୍ଦୀ ମଧ୍ୟରେ ବ୍ୟବଧାନ କମ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡିକ ଏହି ଅଭିଯାନର ନେତୃତ୍ୱ ନେବାରେ ସହାୟତା କରିପାରିବେ  ।

ବିଶ୍ୱ ଉପରେ ନିଜର ଅନୁଭୂତିଗୁଡିକ ଆଲୋଚନା କରି ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟମାନଙ୍କୁ ଆଶ୍ୱସ୍ତ କରାଇଥିଲେ ଯେ ଆମେ ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷା ଜରିଆରେ ସଂପୂର୍ଣ୍ଣ ଦୁନିଆ ସହିତ ଯୋଗସୂତ୍ର ରକ୍ଷା କରିପାରିବା  ।

ସେହିଭଳି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ତାମିଲ ଭଳି, ବିଶ୍ୱର ପ୍ରାଚୀନତମ ଭାରତୀୟ ଭାଷାଗୁଡିକୁ ନେଇ ଗର୍ବିତ  । ସେ ଏହା ମଧ୍ୟ କହିଥିଲେ ଯେ ଦେଶର ସମସ୍ତ ଭାଷା ହିନ୍ଦୀ ଭାଷାକୁ ସମୃଦ୍ଧ କରିପାରିବେ  । ଏହି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ସରକାରଙ୍କର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପଦକ୍ଷେପ ବିଷୟରେ ଉଲ୍ଲେଖ ମଧ୍ୟ କରିଥିଲେ  ।

ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସ୍ୱାଗତ ସମ୍ବୋଧନ ପରେ ପରେ, ସଚିବ (ରାଜଭାଷା) କାର୍ଯ୍ୟସୂଚୀ ଅନୁରୂପ ବିଭିନ୍ନ ବିଷୟଗୁଡିକରେ ଏ ପର୍ଯ୍ୟନ୍ତ ହୋଇଥିବା ବିକାଶ ଉପରେ ସୂଚନା ପ୍ରଦାନ କରିଥିଲେ  । ସଦସ୍ୟମାନେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ନିଜର ମତାମତ ବ୍ୟକ୍ତ କରିଥିଲେ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ଗୁଜରାଟୀ-ହିନ୍ଦୀ କୋଷର ଉନ୍ମୋଚନ ମଧ୍ୟ କରିଥିଲେ  ।

ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀବୃନ୍ଦ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟର ମୁଖ୍ୟମନ୍ତ୍ରୀ, ତଥା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ  ।

 

**********