Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଇରାନ ଇସଲାମିକ୍ ରିପବ୍ଲିକର ବୈଦେଶିକ ମନ୍ତ୍ରୀ


ଭାରତକୁ ସରକାରୀ ଗସ୍ତରେ ଆସିଥିବା ଇରାନ ଇସଲାମିକ୍ ରିପବ୍ଲିକର ବୈଦେଶିକ ମନ୍ତ୍ରୀ ମାନ୍ୟବର ହୁସେନ ଅମିରାବଦୋଲହାଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସଭ୍ୟତା ଏବଂ ସାଂସ୍କୃତିକ ସମ୍ପର୍କକୁ ସ୍ମରଣ କରିଥିଲେ । ଚାଲିଥିବା ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ କୋଭିଡ ପରବର୍ତ୍ତୀ ସମୟରେ ବିନିମୟକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ଦେଶ କାର୍ଯ୍ୟ କରିବା ଉଚିତ ।

ପ୍ରଧାନମନ୍ତ୍ରୀ ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ତାଙ୍କର ମାନ୍ୟବର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁରୋଧ କରିଥିଲେ ଏବଂ ଶୀଘ୍ର ଇରାନର ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

HS