ରାଇସିନା ଆଲୋଚନା 2020ରେ ଅଂଶଗ୍ରହଣ କରିବା ଲାଗି ଭାରତ ଗସ୍ତରେ ଆସିଥିବା ଡଃ ମହମ୍ମଦ ଜାଭେଦ ଜାରିଫ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଭାରତରେ ଡଃ ଜାରିଫଙ୍କୁ ସ୍ଵାଗତ କରି ସେପ୍ଟେମ୍ବର 2019ରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ରାଷ୍ଟ୍ରପତି ରୁହାନୀଙ୍କ ସହ ହୋଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଇରାନ ସହିତ ଦୃଢ ଓ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଜାରି ରଖିବା ଲାଗି ଭାରତର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ଚାବାହାର ପ୍ରକଳ୍ପର ଅଗ୍ରଗତି ଏବଂ ଏହାକୁ ସ୍ଵତନ୍ତ୍ର ଅର୍ଥନୈତିକ ଜୋନ ଭାବେ ମାନ୍ୟତା ଦେବାଲାଗି ଇରାନ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି କ୍ଷେତ୍ରର ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ବିଦେଶ ମନ୍ତ୍ରୀ ତାଙ୍କର ବିଚାର ବ୍ୟକ୍ତ କରିଥିଲେ । ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ଭାରତର ଦୃଢ ଇଚ୍ଛାଶକ୍ତିକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
**********
Foreign Minister of the Islamic Republic of Iran, Dr. Javad Zarif calls on Prime Minister @narendramodi. https://t.co/41XfFMavPS
— PMO India (@PMOIndia) January 15, 2020
via NaMo App pic.twitter.com/ypir4TVb8W