ଆମେରିକାର ବୈଦେଶିକ ସଚିବ ଜନ କେରୀ ଏବଂ ବାଣିଜ୍ୟ ସଚିବ ପେନୀ ପ୍ରିଜକର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଥିଲେ ।
ନୂଆଦିଲ୍ଲୀଠାରେ ଗତକାଲି ଭାରତ ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ରଣନୀତିକ ଏବଂ ବାଣିଜ୍ୟିକ ଆଲୋଚନା ବିଷୟରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଜୁନ 2016ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ହୋଇଥିବା ଦ୍ୱିପାକ୍ଷୀକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ଆମେରିକା ଏହି କ୍ଷେତ୍ରରେ ବିକାଶକୁ ଆହୁରି ଉଜ୍ଜଳ କରିପାରିବାର ସୁଯୋଗ ରହିଛି ବୋଲି ବୈଦେଶିକ ସଚିବ କେରୀ କହିଥିଲେ ।
ଭାରତ ଓ ଆମେରିକା ମଧ୍ୟରେ ବିଗତ ଦୁଇ ବର୍ଷରେ ରଣନୀତିକ ଭାଗିଦାରୀ ବୃଦ୍ଧି ହେବା ଫଳରେ ଏହି ଦୁଇ ଦେଶ ମିଳିତ ଭାବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ନୂତନ ପଥ ଉନ୍ମୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଗତ ଜୁନ ମାସରେ ହୋଇଥିବା ଶିଖର ବୈଠକରେ ରାଷ୍ଟ୍ରପତି ଓବାମାଙ୍କ ସହିତ ହୋଇଥିବା ମିଳିତ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକ୍ରମଗୁଡିକର ଶୀଘ୍ର ଅଗ୍ରଗତି ଏବଂ ସଫଳ ଭାବେ ସଂପୂର୍ଣ୍ଣ କରାଯିବା ନେଇ ସେ ଆଶାବାଦୀ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚୀନର ହାଙ୍ଗଝାଉଠାରେ ଅନୁଷ୍ଠିତ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀରେ ପ୍ରେସିଡେଣ୍ଟ ଓବାମାଙ୍କ ସହିତ ସାକ୍ଷାତକୁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।
The Secretary of State, USA, Mr. @JohnKerry meets PM @narendramodi. @StateDept pic.twitter.com/dh9Um2FeVt
— PMO India (@PMOIndia) August 31, 2016