Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭାରତୀୟ ପୁଲିସ ସେବା 2017 ବ୍ୟାଚର ଶିକ୍ଷାନବିସ


ଭାରତୀୟ ପୁଲିସ ସେବା 2017 ବ୍ୟାଚର ପ୍ରାୟ 100 ଜଣ ଶିକ୍ଷାନବିସ ଅଧିକାରୀମାନେ ଆଜି (ସୋମବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶିକ୍ଷାନବିସମାନଙ୍କ ସହ ମତ ବିନିମୟ ସମୟରେ କର୍ମ ପ୍ରତି ସମର୍ପଣ ଭାବନା, ବିଶେଷଜ୍ଞତା ସହ ପେଷାଦାର କାର୍ଯ୍ୟ ପ୍ରଦର୍ଶନ ଏବଂ ନ୍ୟସ୍ତ କରାଯାଇଥିବା ଭୂମିକା ତଥା ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଶିକ୍ଷାନବିସମାନଙ୍କ ସହ ଆଲୋଚନା କାଳରେ କର୍ତ୍ତବ୍ୟ ପାଳନ କରି ସହିଦ ହୋଇଥିବା 33 ହଜାରରୁ ଅଧିକ ପୁଲିସକର୍ମୀମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ ।

ସାକ୍ଷାତ କାଳରେ ସୁଶାସନ, ଅନୁଶାସନ, ଆଚାର ବ୍ୟବହାର, ମହିଳା ସଶକ୍ତିକରଣ ଏବଂ ଅପରାଧ/ଫରେନସିକ ବିଜ୍ଞାନ ଭଳି ବିଷୟଗୁଡିକ ଉପରେ ଆଲୋଚନା କରିଥିଲେ ।

**********