Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ


 

ଆମେରିକାର ବୈଦେଶିକ ମନ୍ତ୍ରୀ ମିଷ୍ଟର ମାଇକେଲ ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଜେମ୍ସ ମାଟିସ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି  ।

ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀଙ୍କୁ ସେମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସହ ତାଙ୍କର ମତବିନିମୟର ସ୍ମରଣ କରିଥିଲେ ଏବଂ ତାଙ୍କର ଶୁଭେଚ୍ଛା ଟ୍ରମ୍ପଙ୍କୁ ଜଣାଇବା ପାଇଁ ମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ  ।

ପୂର୍ବରୁ ଆୟୋଜିତ ଦୁଇ+ଦୁଇ ଆଲୋଚନାର ଫଳପ୍ରଦ ଏବଂ ଗୁରୁତ୍ଵପୂର୍ଣ୍ଣ ଭୂମିକା ବିଷୟରେ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ  ।  ଦୁଇ ଦେଶ ମଧ୍ୟରେ ପ୍ରଥମ ଦୁଇ+ଦୁଇ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଦୁଇ ମନ୍ତ୍ରୀ, ସେମାନଙ୍କର ଭାରତୀୟ ପ୍ରତିପକ୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ  ।

 

**********