ଇଣ୍ଡୋନେସିଆର ରାଜନୈତିକ, ଆଇନ ଓ ନିରାପତ୍ତା ବ୍ୟାପାର ସହଯୋଗ ମନ୍ତ୍ରୀ ଡଃ ଏଚ.ୱିରାନ୍ତୋ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଡଃ ୱିରାନ୍ତୋଙ୍କୁ ସ୍ଵାଗତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ 2016 ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ । ତାହା ତାଙ୍କର ଅତ୍ୟନ୍ତ ସଫଳ ଗସ୍ତ ଥିଲା । ରାଷ୍ଟ୍ରପତି ୱିଡୋଡୋ ପୁଣି ଥରେ ଚଳିତ ମାସ ଦ୍ଵିତୀୟ ଭାଗରେ ଭାରତ ଗସ୍ତରେ ଆସୁଛନ୍ତି । ସେଥିପାଇଁ ତାଙ୍କୁ ସ୍ଵାଗତ ଲାଗି ସେ ଆଗ୍ରହୀ । ଆସିଆନ-ଭାରତ ସ୍ମାରକୀ ଶୀର୍ଷ ବୈଠକରେ ଯୋଗଦେବା ଲାଗି ଆସିଆନ ରାଷ୍ଟ୍ର ସମୂହର ଶାସନ ମୁଖ୍ୟମାନେ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି । ଏହା ବ୍ୟତୀତ ଶ୍ରୀ ୱିଡୋଡୋ ଆଗାମୀ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ।
ପ୍ରଧାନମନ୍ତ୍ରୀ କହିଲେ ଯେ, ଇଣ୍ଡୋନେସିଆ ଭାରତର ବାଣିଜ୍ୟିକ ପ୍ରତିବେଶୀ । ଉଭୟ ଦେଶ ମଧ୍ୟରେ ନୀଳ ଅର୍ଥବ୍ୟବସ୍ଥାର ବିକାଶ ଲାଗି ପର୍ଯ୍ୟାପ୍ତ କ୍ଷେତ୍ର ରହିଛି । ସେହିଭଳି ସାମୁଦ୍ରିକ ସୁରକ୍ଷା ଲାଗି ଉଭୟ ରାଷ୍ଟ୍ରଙ୍କର ସମାନ ଭୂମିକା ରହିଛି । ଏହି ପରିପ୍ରେକ୍ଷୀରେ ଭାରତ-ଇଣ୍ଡୋନେସିଆ ମଧ୍ୟରେ ପ୍ରଥମ ସୁରକ୍ଷା କଥାବାର୍ତ୍ତାର ଆୟୋଜନ କରାଯାଇଛି ଓ ପ୍ରଧାନମନ୍ତ୍ରୀ ସେଥିରେ ଅଂଶଗ୍ରହଣ କରୁଛନ୍ତି ବୋଲି ସୂଚାଇଥିଲେ ।
**********
Dr. H. Wiranto, Coordinating Minister for Political, Legal and Security Affairs of the Republic of Indonesia, called on PM @narendramodi. pic.twitter.com/qeyPZ95Jmx
— PMO India (@PMOIndia) January 9, 2018