ନେପାଳର ଉପପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିମଳେନ୍ଦ୍ର ନିଧି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ନେପାଳର ଉପପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଭାବେ ନୂତନ ଦାଇତ୍ଵ ଗ୍ରହଣ କରିଥିବାରୁ ଶ୍ରୀ ନିଧିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେହିପରି ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ଵରେ ଗଠିତ ନୂତନ ନେପାଳ ସରକାରଙ୍କୁ ଶ୍ରୀ ମୋଦୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ଆଲୋଚନା କାଳରେ ଶ୍ରୀ ବିମଳେନ୍ଦ୍ର ନିଧି ନେପାଳର ସଦ୍ୟତମ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ସମ୍ୟକ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ – ନେପାଳ ସମ୍ପର୍କ କେବଳ ଦୁଇ ସରକାରଙ୍କ ମଧ୍ୟରେ ସୀମିତ ନୁହଁ, ବରଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ପରିବ୍ୟାପ୍ତ । ନେପାଳ ଜନସାଧାରଣଙ୍କ ସହ ଅନେକ କାଳରୁ ରହିଆସିଥିବା ପାରମ୍ପରିକ ବନ୍ଧୁତା ଓ ମୈତ୍ରୀର ସମ୍ବନ୍ଧକୁ ଆହୁରି ମଜବୁତ କରିବା ଲାଗି ଭାରତ ବଦ୍ଧପରିକର ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନେପାଳରେ ଭୂକମ୍ପ ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମରେ ସେଠାକାର ଜନସାଧାରଣ ଏବଂ ସରକାରଙ୍କୁ ସବୁମନ୍ତେ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଭାରତ ପ୍ରତିବଦ୍ଧ ।
ଏହି ଅବସରରେ ନେପାଳର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତରେ ଆସିବା ଲାଗି ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ ଜଣାଇଥିଲେ ।
Had an excellent meeting with the Deputy PM & Minister of Home Affairs of Nepal, Mr. Bimalendra Nidhi. https://t.co/E275qHFngn
— Narendra Modi (@narendramodi) August 20, 2016
India-Nepal relations are characterised by strong people-to-people ties. India is committed to strengthen these bonds of friendship.
— Narendra Modi (@narendramodi) August 20, 2016