ଆଜି ନାନ୍ସି ପେଲୋସୀଙ୍କ ନେତୃତ୍ଵରେ ଯୁକ୍ତରାଷ୍ଟ୍ର କଂଗ୍ରେସର ଏକ ଆଠ ଜଣିଆ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧିମଣ୍ଡଳୀକୁ ଭାରତକୁ ସ୍ଵାଗତ କରିଛନ୍ତି । ସେ ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ସହଯୋଗକୁ ସୁଦୃଢ କରିବା ଦିଗରେ ଯୁକ୍ତରାଷ୍ଟ୍ର କଂଗ୍ରେସର ସମର୍ଥନକୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ସେ ଯୁକ୍ତରାଷ୍ଟ୍ର କଂଗ୍ରେସ ସହିତ ସଂପର୍କ ଆହୁରି ଦୃଢ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।