Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି ଚୀନ ରାଷ୍ଟ୍ରୀୟ ପାରିଷଦ ତଥା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗହେ


 

ଚୀନର ରାଷ୍ଟ୍ରୀୟ ପାରିଷଦ ତଥା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗହେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଭାରତ-ଚୀନ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ଆଦାନ-ପ୍ରଦାନ ସହ ବିଭିନ୍ନ ସ୍ତରରେ ଉଚ୍ଚ ସ୍ତରୀୟ ଯୋଗାଯୋଗ ବୃଦ୍ଧି ପାଉଥିବାର ତୀବ୍ରତାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ବିଶ୍ଵରେ ସ୍ଥିରତା ପ୍ରତିଷ୍ଠା କରିବା କ୍ଷେତ୍ରରେ ଭାରତ-ଚୀନ ସମ୍ବନ୍ଧର ମହତ୍ଵ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସୀମାନ୍ତରେ ଶାନ୍ତି ବଜାୟ ରଖିବା ଦୁଇ ରାଷ୍ଟ୍ରର ପରିପକ୍ଵତା ଓ ପାରସ୍ପରିକ ସମ୍ବେଦନଶୀଳତାକୁ ସୁଚାଇ ଥାଏ, ଯାହାକି ଉଭୟ ପକ୍ଷ ମତଭେଦକୁ ବିବାଦରେ ପରିଣତ କରିବାକୁ ଦେଇ ନଥା’ନ୍ତି । 

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ସମ୍ପ୍ରତି ରାଷ୍ଟ୍ରପତି ସି.ଜିନଫିଙ୍ଗଙ୍କ ସହ ୱୁହାନ, କ୍ଵିଙ୍ଗଡାଓ ଏବଂ ଜୋହାନ୍ସବର୍ଗଠାରେ ହୋଇଥିବା ତାଙ୍କର ସାକ୍ଷାତ ବିଷୟରେ ଆଲୋକପାତ କରିଥିଲେ ।

 

**********