Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ମିଃ. ଇମାନୁଏଲ ବୋନ


ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ମିଃ. ଇମାନୁଏଲ୍ ବୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଆତଙ୍କବାଦ ମୁକାବିଲା, ସାଇବର ସୁରକ୍ଷା, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ଇତ୍ୟାଦି ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀରେ ଉଭୟ ଦେଶ ପକ୍ଷରୁ ହୋଇଥିବା ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

ଶ୍ରୀ ବୋନ ସାମୁଦ୍ରିକ ତଥା ବହୁପକ୍ଷୀୟ ସହଯୋଗ ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଭାରତ-ଫ୍ରାନ୍ସ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ରାଷ୍ଟ୍ରପତି ମାକ୍ରୋନଙ୍କ ସହ ନିକଟ ଅତୀତରେ ହୋଇଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅନୁକୂଳ ବାତାବରଣ ଆସିବା ମାତ୍ରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ।

ଜାନୁଆରୀ 7, 2021ରେ ଅନୁଷ୍ଠିତ ଭାରତ-ଫ୍ରାନ୍ସ ରଣନୈତିକ ଆଲୋଚନା ପାଇଁ ଶ୍ରୀ ଇମାନୁଏଲ୍ ବୋନ ଭାରତ ଗସ୍ତରେ ଅଛନ୍ତି ।

 

**********

TRP/PS