ରୁଷିଆର ଉପପ୍ରଧାନମନ୍ତ୍ରୀ ମିଷ୍ଟର ଦିମିତ୍ରି ରୋଗୋଜିନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ସାକ୍ଷାତ କାଳରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ । ଭାରତ ଓ ରୁଷିଆର ମିଳିତ ସହଯୋଗରେ ନିର୍ମାଣାଧୀନ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ସେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରୁଷିଆ ହେଉଛି ଭାରତର ଏକ ବିଶ୍ଵସ୍ତ ଓ ବହୁ ପରୀକ୍ଷିତ ବନ୍ଧୁ । ରାଷ୍ଟ୍ରପତି ପୁଟିନଙ୍କ ସହ ମିଶି ସବୁ କ୍ଷେତ୍ରରେ ଭାରତ ଓ ରୁଷିଆ ମଧ୍ୟରେ ଦ୍ଵିପାକ୍ଷିକ ସହଯୋଗକୁ ପରିବ୍ୟାପ୍ତ, ସୁଦୃଢ ଓ ଗଭୀର କରିବା ଲାଗି ସେ ବଦ୍ଧପରିକର ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଗତ ଜୁନରେ ତାସକେଣ୍ଟଠାରେ ଏବଂ ଚଳିତ ମାସ ପ୍ରାରମ୍ଭରେ କୁଡନକୁଲମ ପରମାଣୁ ଶକ୍ତି କେନ୍ଦ୍ର ୟୁନିଟ-1 କୁ ଭିଡିଓ ଲିଙ୍କ ଜରିଆରେ ଲୋକାର୍ପିତ କରିବା ବେଳେ ସେ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ଆଲୋଚନାକୁ ସ୍ମରଣ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତି ପୁଟିନଙ୍କ ଆଗାମୀ ଗସ୍ତକୁ ଭାରତ ଉତ୍କଣ୍ଠାର ସହ ଅପେକ୍ଷା କରିଛି ।
Discussed several aspects of India-Russia ties in my meeting with Deputy PM Dmitry Rogozin. https://t.co/2jPuFLmKHu
— Narendra Modi (@narendramodi) August 20, 2016