ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏକେ ଅବଦୁଲ ମୋମେନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଡଃ ଅବଦୁଲ ମୋମେନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ପ୍ରଥମ ବୈଦେଶିକ ଗସ୍ତରେ ଭାରତକୁ ଲକ୍ଷ୍ୟସ୍ଥଳ ଭାବେ ବାଛିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ ।
ଦ୍ୱିପାକ୍ଷିକ ସମ୍ପର୍କରେ ଏଇ ନିକଟରେ ହୋଇଥିବା ଉନ୍ନତି ସମ୍ବନ୍ଧରେ ଡଃ ଅବଦୁଲ ମୋମେନ ପ୍ରଧାନମନ୍ତ୍ରୀଙ୍କୁ ସଂକ୍ଷେପରେ ଅବଗତ କରାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ଧରି ଭାରତ-ବାଂଲାଦେଶ ସମ୍ପର୍କରେ ଅନେକ ପ୍ରଗତି ହୋଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନୂତନ କାର୍ଯ୍ୟକାଳରେ ଏହି ଧାରାରେ ଅଧିକ ଗତି ଆଣିବା ପାଇଁ ବାଂଲାଦେଶ ସହିତ ମିଳିତ ଭାବେ କାର୍ଯ୍ୟ କରିବା ନେଇ ସେ ଭାରତର ସଂକଳ୍ପକୁ ଦୋହରାଇଥିଲେ ।
H. E. Dr. A. K. Abdul Momen, Foreign Affairs Minister of Bangladesh, called on PM @narendramodi.
— PMO India (@PMOIndia) February 7, 2019
PM congratulated Dr. Abdul Momen on his appointment as the Foreign Minister, and appreciated his gesture of selecting India as the destination for his first foreign visit. pic.twitter.com/5mjbDYkc59
PM @narendramodi said that India-Bangladesh relations have been on an upward trajectory in the last few years.
— PMO India (@PMOIndia) February 7, 2019
He reaffirmed India’s commitment to work with Bangladesh to build on this momentum during the new term in office of Prime Minister Sheikh Hasina. pic.twitter.com/KVn1p237tG