Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ବିଦେଶ ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ବିଦେଶ ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ବିଦେଶ ମନ୍ତ୍ରୀ


ଜାପାନ ବିଦେଶ ମନ୍ତ୍ରୀ ମହାମାନ୍ୟ ମିଷ୍ଟର ତାରୋ କୋନୋ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଅକ୍ଟୋବର 2018ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାପାନ ଗସ୍ତ ପରେ ତାଙ୍କ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡିକ ବିଷୟରେ ମିଷ୍ଟର କୋନୋ ସଂକ୍ଷିପ୍ତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଅକ୍ଟୋବର 2018ରେ ପ୍ରଧାନମନ୍ତ୍ରୀ ତାଙ୍କ ସଫଳ ଜାପାନ ଗସ୍ତକୁ ଉତ୍ସାହର ସହ ସ୍ମରଣ କରିବା ସହିତ ଭାରତ-ଜାପାନ ମଧ୍ୟରେ ରହିଥିବା ସ୍ଵତନ୍ତ୍ର ଓ ବିଶେଷାଧିକାର ରଣନୈତିକ ତଥା ବୈଶ୍ଵିକ ସହଭାଗିତାକୁ ଆହୁତି ନିବିଡ କରିବା ନେଇ ତାଙ୍କ ଦୃଢ ପ୍ରତିଶ୍ରୁତିକୁ ଦୋହରାଇଥିଲେ ।

ଏହି ବର୍ଷ ଜାପାନ ସହିତ ବାର୍ଷିକ ଶିଖର ବୈଠକ ପାଇଁ ଭାରତ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

**********