କାନାଡା କଞ୍ଜରଭେଟିଭ ପାର୍ଟିର ନେତା ତଥା ସେଠାକାର ସଂସଦରେ ବିରୋଧୀ ଦଳ ନେତା ମିଷ୍ଟର ଆନ୍ଦୃ ଶୀର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ 2015ରେ ତାଙ୍କର କାନାଡା ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ରଣନୈତିକ ଭାଗୀଦାରୀର ସ୍ଥାନ ମିଳିଥିଲା । ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ମିଷ୍ଟର ଶୀର ଉଭୟ ଦେଶ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ଆହୁରି ଅଧିକ ବିକଶିତ କରିବା ବିଷୟରେ ନିଜ ରାୟ ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ 7ରୁ 13 ଅକ୍ଟୋବର ପର୍ଯ୍ୟନ୍ତ ମିଷ୍ଟର ଶୀରଙ୍କ ଭାରତରେ ସୁଖପ୍ରଦ ରହଣୀ କାମନା କରିଥିଲେ ।
Happy to meet Hon. @AndrewScheer, Canada's Leader of the Opposition.
— Narendra Modi (@narendramodi) October 9, 2018
Stressed the significance of strong India-Canada relations and wished him a pleasant stay in India. pic.twitter.com/orO4y3grSp