Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ


ସାରା ଦେଶରୁ 100ରୁ ଅଧିକ ଅଙ୍ଗନୱାଡ଼ି କର୍ମୀଙ୍କ ଏକ ଗୋଷ୍ଠୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ଅବସରରେ ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ପ୍ରତି କରାଯାଇଥିବା ପାରିତୋଷିକ ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ଭତ୍ତା  ବୃଦ୍ଧି ପାଇଁ ଖୁସି ବ୍ୟକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଅଙ୍ଗନୱାଡ଼ି କର୍ମୀମାନଙ୍କର ଅଭିନନ୍ଦନକୁ ସ୍ୱୀକାର କରିବା ସହିତ ଦେଶର ସମସ୍ତ ଭାଗରୁ ତାଙ୍କୁ ଭେଟିବା ଲାଗି ଆସିଥିବା କାରଣରୁ ପ୍ରଧାନମନ୍ତ୍ରୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ ।

ଶିଶୁଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ପୁଷ୍ଟିସାଧନର ମହତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଏ କ୍ଷେତ୍ରରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରମୁଖ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଜାରି ରହିଥିବା ପୁଷ୍ଟିସାଧନ ମାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନରେ ଯେଉଁ ଗତି ପ୍ରାପ୍ତ ହୋଇଛି, ତାହା କମ ହେବା ଉଚିତ ନୁହେଁ । ସେ କହିଥିଲେ ଯେ ପୁଷ୍ଟିସାଧନ ଲାଗି ନିରନ୍ତର ଭାବେ ଧ୍ୟାନ ଦିଆଯିବା ଏବଂ ଉତ୍ତମ ଅଭ୍ୟାସ ବିକାଶର ଆବଶ୍ୟକତା ରହିଛିଏହା ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ସୁଲଭ ଢଙ୍ଗରେ କରାଯାଇପାରିବ । ସେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଏହା ସୁନିଶ୍ଚିତ କରିବା ଲାଗି ଉତ୍ସାହିତ କରିଥିଲେ ଯେ ହିତାଧିକାରୀମାନଙ୍କୁ ଉପଲବ୍ଧ କରାଯାଉଥିବା ପୁଷ୍ଟିଯୁକ୍ତ ଆହାର ସହାୟତାକୁ ବିବେକପୂର୍ଣ୍ଣ ଭାବେ ଉପଯୋଗ କରାଯିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିଶୁମାନେ ଅଙ୍ଗନୱାଡ଼ି କର୍ମୀଙ୍କ କଥା ଅଧିକ ଧ୍ୟାନ ଦେଇ ଶୁଣିବେ । ସଚେତନତା ସୃଷ୍ଟିରେ ଅଙ୍ଗନୱାଡ଼ି କର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି । ଉତ୍ତମ ପୁଷ୍ଟି ଓ ଯତ୍ନ ଏବଂ ପ୍ରୟାସର ଏକ ପ୍ରୋତ୍ସାହନ ଭାବେ ବିଭିନ୍ନ ଅଙ୍ଗନୱାଡ଼ି କର୍ମୀମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ପାଇଁ ସେ ଉତ୍ସାହିତ କରିଥିଲେ ।

ଏହି ଅବସରରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।

 

**********