Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ


 

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଇତସୁନୋରି ଓନୋଡେରା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଜାପାନ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ ଏବଂ ନିକଟ ବର୍ଷମାନଙ୍କରେ ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରିତା ବୃଦ୍ଧିକୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଭାରତ ଓ ଜାପାନ ସମ୍ପର୍କ ମଧ୍ୟରେ ପ୍ରତିରକ୍ଷା ହେଉଛି ଏକ ପ୍ରମୁଖ ସ୍ତମ୍ଭ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷାକୁ ନେଇ ବିଭିନ୍ନ ଆଲୋଚନାକୁ ସୁଦୃଢ କରିବା ଏବଂ ଭାରତ ଓ ଜାପାନର ପ୍ରତିରକ୍ଷା ବାହିନୀ ମଧ୍ୟରେ ସମ୍ପର୍କ ମଜଭୁତ ହେବାକୁ ସେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ପ୍ରଯୁକ୍ତି କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ପ୍ରଶଂସା କରିଥିଲେ ।

ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେଙ୍କ ଗତବର୍ଷର ସଫଳ ଭାରତ ଗସ୍ତ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ ଏବଂ କହିଥିଲେ ଯେ ଚଳିତ ବର୍ଷ ଶେଷ ବେଳକୁ ସେ ଜାପାନ ଗସ୍ତରେ ଯିବେ ।

 

**********