Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାଲେସିଆ ଉପପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଦାତୋ ଶିରି ଡଃ.ଅହମଦ ଜାହିଦ ହାମିଦୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାଲେସିଆ ଉପପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଦାତୋ ଶିରି ଡଃ.ଅହମଦ ଜାହିଦ ହାମିଦୀ


ମାଲେସିଆର ଉପପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଦାତୋ ସେରି ଡ. ଅହମଦ ଜାହିଦ ହାମିଦି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଗତ ବର୍ଷ ଏସିଆନ ଏବଂ ଅନ୍ୟ ସମ୍ବନ୍ଧୀତ ଶିଖର ସମ୍ମିଳନୀଗୁଡିକରେ ଯୋଗଦେବା ପାଇଁ ସଫଳ ମାଲେସିଆ ଯାତ୍ରା ତଥା ଦ୍ୱିପକ୍ଷୀୟ ଗସ୍ତର ସ୍ମୃତିଚାରଣ କରିଥିଲେ ।

ଡ. ଅହମଦ ଜାହିଦ ବିନ ହମିଦି ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦ ବିରୋଧୀ, ସାଇବର ସୁରକ୍ଷା ଏବଂ ବର୍ହି-ଦେଶୀୟ (Trans-national) ଅପରାଧ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବିଷୟରେ ଅବଗତ କରାଇଥିଲେ ।

ନିକଟ ଭବିଷ୍ୟତରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଆମନ୍ତ୍ରଣ କରିଥିଲେ ।